Nepal Flash Flood 2026 / ୪୫ ମିନିଟ୍ ବିଳମ୍ବରେ ମିଳିଲା ବନ୍ୟା ଚେତାବନୀ; ଚୀନ୍ ର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ
·51 mins ago·2 min read

Key Points
ତିବ୍ଦତର କେରୁଙ୍ଗ ଅଞ୍ଚଳରେ ବନ୍ୟା ସ୍ଥାନୀୟ ସମୟ ସକାଳ ୧୦ ଘଣ୍ଟା ୩୦ ମିନିଟ୍ ଏବଂ ନେପାଳୀ ସମୟ ପ୍ରାୟ ୮ ଘଣ୍ଟା ୧୫ ମିନିଟ ସମୟରେ ଆସିଥିଲା। ଚୀନ୍ ପକ୍ଷରୁ କୌଣସି ସରକାରୀ ଆଗୁଆ ସତର୍କତା ଜାରି କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି।
Nepal Flash Flood Reason: ବୁଧବାର (ଅଗଷ୍ଟ ୨୬) ନେପାଳରେ ଧ୍ୱଂସର ତାଣ୍ଡବ ଲୀଳା ରଚିଛି ଆକସ୍ମିକ ବନ୍ୟା। ଅଚାନକ ମାଡ଼ି ଆସିଥିବା ଏହି ବନ୍ୟାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଖାସ୍ କରି ଚୀନ୍ ର ଭୂମିକା ଏବେ ପ୍ରଶ୍ନ ଘେରରେ ରହିଛି। ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ, ଚୀନର ସମୟୋଚିତ ସତର୍କ ସୂଚନା ପ୍ରଦାନ କରିବାରେ ବିଫଳତା ଉପରେ ପ୍ରଶ୍ନ ଉଠିଛି। ନେପାଳ ସୂତ୍ର ଅନୁଯାୟୀ, ତିବ୍ଦତର କେରୁଙ୍ଗ ଅଞ୍ଚଳରେ ହୋଇଥିବା ବନ୍ୟା ବିଷୟରେ ପ୍ରାୟ ୪୫ ମିନିଟ୍ ବିଳମ୍ବରେ ଖବର ମିଳିଥିଲା। ଯାହା ରାସୁୱା ଏବଂ ତିମୁର ସୀମାନ୍ତ ଅଞ୍ଚଳରେ ସମୟୋଚିତ ରିଲିଫ୍ ଏବଂ ଉଦ୍ଧାର ପ୍ରସ୍ତୁତିକୁ ବାଧା ଦେଇଥିଲା। ଯଦି ଚୀନ୍ ସମୟ ଥାଉ ଥାଉ ନେପାଳକୁ ସତର୍କ କରିଥାନ୍ତା, ତାହେଲେ ସତର୍କତାମୂଳକ ପଦକ୍ଷେପ ନିଆଯାଇ ପାରିଥାନ୍ତା। ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିଥାନ୍ତା କିମ୍ବା ନଦୀ କୂଳରୁ ଲୋକଙ୍କୁ ଦୂରେଇ ରଖାଯାଇ ପାରିଥାନ୍ତା।
ସମୟୋପଯୋଗୀ ସତର୍କ ସୂଚନା ମିଳିନଥିବାର ହୋଇଛି ଦାବି
ରିପୋର୍ଟ ଅନୁଯାୟୀ, ତିବ୍ଦତର କେରୁଙ୍ଗ ଅଞ୍ଚଳରେ ବନ୍ୟା ସ୍ଥାନୀୟ ସମୟ ସକାଳ ୧୦ ଘଣ୍ଟା ୩୦ ମିନିଟ୍ ଏବଂ ନେପାଳ ସମୟ ପ୍ରାୟ ୮ ଘଣ୍ଟା ୧୫ ମିନିଟ୍ ସମୟରେ ହୋଇଥିଲା। ଏନେଇ ଅଭିଯୋଗ ହୋଇଛି ଯେ ଚୀନ୍ ଦ୍ୱାରା କୌଣସି ଆଗୁଆ ସତର୍କତା ଜାରି କରାଯାଇ ନଥିଲା। ସ୍ଥାନୀୟ ସୂଚନା ପାଇବା ପରେ ରାସୁୱା ଠାରେ ଅଧିକାରୀ ଲୋକଙ୍କୁ ସତର୍କ କରାଇ ଦେଇଥିଲେ। ହେଲେ ସେତେବେଳକୁ ବହୁ ମୂଲ୍ୟବାନ ସମୟ ଚାଲିଯାଇଥିଲା।
ଏହା ସହ ପଢନ୍ତ: ବିଶ୍ୱର ଚିନ୍ତା ବଢାଇଲା 'ପାଣିପାଗ ଯୁଦ୍ଧ'; ସୀମା ପାର କରିଗଲା ଚୀନ୍
ସୀମାନ୍ତ ଅଞ୍ଚଳରେ ଖେଳିଗଲା ଆତଙ୍କ
ସୂଚନା ପାଇବାରେ ବିଳମ୍ବ ଯୋଗୁଁ, ତିମୁର ଏବଂ ରାସୁୱା ଆଖପାଖ ଅଞ୍ଚଳର ଲୋକ ନିରାପଦ ସ୍ଥାନକୁ ପଳାଇବାକୁ ବାଧ୍ୟ ହୋଇଥିଲେ। କୁହାଯାଉଛି ଯେ ଯଦି ସମୟୋଚିତ ସତର୍କ ସୂଚନା ମିଳିଥାନ୍ତା, ତାହେଲେ ପ୍ରଶାସନ ପୂର୍ବରୁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିପାରିଥାନ୍ତା ଏବଂ ଏହା ଦ୍ୱାରା କ୍ଷୟକ୍ଷତି କମ ହୋଇ ପାରିଥାନ୍ତା।
ନେପାଳରେ ବର୍ତ୍ତମାନର ପରିସ୍ଥିତି କ’ଣ?
ନେପାଳରେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ମିନିଟ୍ ପରେ ମିନିଟ୍ ପରିବର୍ତ୍ତନ ହେଉଛି। ସର୍ବଶେଷ ସୂଚନା ଅନୁଯାୟୀ, ଅତି କମରେ ବନ୍ୟା ଯୋଗୁଁ ୯୪ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହିତ ୨୭ ଦେଶର ୪୦୩ ଜଣ ନାଗାରିକଙ୍କ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ନେପାଳ ପର୍ଯ୍ୟଟନ ବୋର୍ଡ ଦ୍ୱାରା ପ୍ରକାଶିତ ସର୍ବଶେଷ ସୂଚନା ଅନୁଯାୟୀ, ବୁଧବାର ସକାଳ ସୁଦ୍ଧା ବନ୍ୟାରେ ନିଖୋଜ ଲୋକଙ୍କ ସଂଖ୍ୟା ୪୦୩ ରହିଛି। ସେମାନଙ୍କ ମଧ୍ୟରୁ ୬୨ ଜଣ ନେପାଳୀ ଏବଂ ୩୪୧ ଜଣ ବିଦେଶୀ ନାଗରିକ ରହିଥିବା ଜଣାପଡ଼ିଛି। ଏଥିରେ ୨୦୦ ମହିଳା ଏବଂ ୨୦୩ ଜଣ ପୁରୁଷ ଅଛନ୍ତି।
ଯେଉଁ ବିଦେଶୀ ନାଗରିକଙ୍କ ସହିତ ଯୋଗାଯୋଗ କରାଯାଇ ନାହିଁ ସେମାନେ ଭିନ୍ନ ଭିନ୍ନ ୨୬ ଦେଶର ବୋଲି ବିଶ୍ୱାସ କରାଯାଉଛି। ଯେଉଁଥିରେ ଭାରତର ୧୩୩, ଆମେରିକାର ୪୭ ଏବଂ ବ୍ରିଟେନ୍ ର ୩୩ ଜଣ ସାମିଲ ଅଛନ୍ତି। ଟୁର୍ ଅପରେଟର ସଂସ୍ଥାର ସୂତ୍ରରୁ ମିଳିଥିବା ଖବର ଅନୁସାରେ ବୋର୍ଡ କହିଛି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମାନସରୋବର ଯାଉଥିବା ତୀର୍ଥଯାତ୍ରୀ ରହିଥିଲେ।

Bhotekoshi Flash Flood
— Nepal Tourism Board (@nepaltourismb) August 26, 2026
SITUATION UPDATE -2
Date: August 26, 2026
Preliminary Details of Missing Tourists pic.twitter.com/gxWJfVfKuX
ଯେଉଁ ବିଦେଶୀ ନାଗରିକଙ୍କ ସହିତ ଯୋଗାଯୋଗ କରାଯାଇ ନାହିଁ ସେମାନେ ଭିନ୍ନ ଭିନ୍ନ ୨୬ ଦେଶର ବୋଲି ବିଶ୍ୱାସ କରାଯାଉଛି। ଯେଉଁଥିରେ ଭାରତର ୧୩୩, ଆମେରିକାର ୪୭ ଏବଂ ବ୍ରିଟେନ୍ ର ୩୩ ଜଣ ସାମିଲ ଅଛନ୍ତି। ଟୁର୍ ଅପରେଟର ସଂସ୍ଥାର ସୂତ୍ରରୁ ମିଳିଥିବା ଖବର ଅନୁସାରେ ବୋର୍ଡ କହିଛି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମାନସରୋବର ଯାଉଥିବା ତୀର୍ଥଯାତ୍ରୀ ରହିଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Nepal Flash Flood 2026Nepal Flash Flood ReasonRole of China in Nepal Flood 2026China delayed flood warning to Nepal by 45 minutesDid China's delayed flood alert cause devastation in NepalNepal flash floods blamed on late warning from TibetChina Nepal transboundary river flood warning delay45-minute flood warning delay leads to disaster in NepalTibet-Nepal border riversChina Nepal flood warning controversyChina delayed warning Nepal floodNepal flood updates today