Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Nepal Politics / ନେପାଳ ସରକାରଙ୍କ ବଡ଼ ଆକ୍ସନ: ଜେନ ଜି ବିଦ୍ରୋହକୁ ଦମନ କରିବା ଅଭିଯୋଗରେ ଓଲି ଗିରଫ

Ritu Das
Browse all articles by Ritu Das
·3 months ago·2 min read
ନେପାଳ ସରକାରଙ୍କ ବଡ଼ ଆକ୍ସନ: ଜେନ ଜି ବିଦ୍ରୋହକୁ ଦମନ କରିବା ଅଭିଯୋଗରେ ଓଲି ଗିରଫ
India

Key Points

ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉ ନେଉ ନେପାଳର ବାଲେନ୍ଦ୍ର ଶାହଙ୍କ ବଡ଼ ଆକ୍ସନ । ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଗିରଫ କରାଯାଇଛି।
ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉ ନେଉ ନେପାଳର ବାଲେନ୍ଦ୍ର ଶାହଙ୍କ ବଡ଼ ଆକ୍ସନ । ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଗିରଫ କରାଯାଇଛି। ଗତବର୍ଷ ହୋଇଥିବା ଜେନ ଜି ବିଦ୍ରୋହକୁ ଦମନ କରିବା ଅଭିଯୋଗରେ ନେପାଳ ପୋଲିସ ତାଙ୍କୁ ଭକ୍ତପୁରର ଗୁଣ୍ଡୁସ୍ଥିତ ବାସଭବନରୁ ହେପାଜତକୁ ନେଇଛି। ଗତବର୍ଷ ସେପ୍ଟେମ୍ବର ୮ ଓ ୯ ତାରିଖରେ ହୋଇଥିବା ଦୁର୍ନୀତି ବିରୋଧୀ ଯୁବ ଆନ୍ଦୋଳନ ସମୟରେ ହୋଇଥିବା ମୃତ୍ୟୁ ଘଟଣାରେ ସେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ହୋଇଛି। ଏହା ସହ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ମଧ୍ୟ ଗିରଫ କରାଯାଇଛି। ନୂତନ ଗୃହମନ୍ତ୍ରୀ ସୁଦନ ଗୁରୁଙ୍ଗ କହିଛନ୍ତି ଯେ କେହି ଆଇନର ଉର୍ଦ୍ଧ୍ୱରେ ନୁହଁନ୍ତି ।

ଏହା କୌଣସି ପ୍ରତିଶୋଧ ନୁହେଁ ବରଂ ନ୍ୟାୟ ପ୍ରଦାନର ପ୍ରକ୍ରିୟା। ଗତବର୍ଷ ସୋସିଆଲ ମିଡିଆ ଉପରେ ସାମୟିକ ନିଷେଧାଦେଶକୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ଆର୍ଥିକ ଦୁରାବସ୍ଥା ଓ ଦୁର୍ନୀତି ବିରୋଧୀ ବିଦ୍ରୋହର ରୂପ ନେଇଥିଲା। ଏହି ହିଂସାରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ, ଯେଉଁଥିରେ ୧୯ ଜଣ ଯୁବକ ସାମିଲ ଥିଲେ। ଏହି ଘଟଣା ଯୋଗୁଁ ଓଲି ସରକାରଙ୍କ ପତନ ଘଟିଥିଲା।
ନେପାଳର ପ୍ରଥମ ମହିଳା ମୁଖ୍ୟ ବିଚାରପତି ସୁଶୀଲା କାର୍କୀ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଚଳାଇବା ପରେ ବାଲେନ୍ଦ୍ର ଶାହ ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବାଲେନ୍ଦ୍ର ଶାହଙ୍କ କ୍ୟାବିନେଟ୍ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଶନଙ୍କ ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି, ଯେଉଁଥିରେ ଦାୟିତ୍ୱରେ ଅବହେଳା ପାଇଁ ଓଲି ଏବଂ ଲେଖକଙ୍କୁ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ସୁପାରିଶ କରାଯାଇଛି।

ପୋଲିସ ବର୍ତ୍ତମାନ ସମ୍ପୂର୍ଣ୍ଣ ମାମଲା ତଦନ୍ତ କରୁଛି, ଏବଂ ଏହି ତଦନ୍ତର ଅଂଶ ଭାବରେ ଓଲିଙ୍କୁ ଅଟକ ରଖାଯାଇଛି। ଏହି ଘଟଣା ନେପାଳୀ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଅସ୍ଥିରତା ସୃଷ୍ଟି କରିପାରେ, କାରଣ କେପି ଶର୍ମା ଓଲି ଦେଶର ପ୍ରମୁଖ ରାଜନୈତିକ ନେତାମାନଙ୍କ ମଧ୍ୟରୁ ଜଣେ।
ଇଞ୍ଜିନିୟରିଂ ଏବଂ ସଙ୍ଗୀତ କ୍ଷେତ୍ରରୁ ରାଜନୀତିରେ ପ୍ରବେଶ କରିଥିବା ବାଲେନ୍ଦ୍ର ଶାହା ଶୁକ୍ରବାର ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ନେପାଳରେ ବାଲେନ୍‌ ଶାହା ଭାବେ ପରିଚିତ ହୋଇଥିବା ବାଲେନ୍ଦ୍ର ମାତ୍ର ୩୫ ବର୍ଷ ବୟସରେ ୪୦ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗୁରୁବାର ସେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (ଆର୍‌ଏସ୍‌ପି)ର ସଂସଦୀୟ ନେତା ଭାବେ ନିର୍ବାଚିତ ହେବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବାଲେନ୍‌ ୨୦୨୨ରୁ ୨୦୨୬ ପର୍ଯ୍ୟନ୍ତ କାଠମାଣ୍ଡୁର ମେୟର ଭାବେ କାର୍ଯ୍ୟ କରିଥିଲାବେଳେ ୨୦୨୫ରେ ନେପାଳରେ ଜେନ୍‌ ଜି ଆନ୍ଦୋଳନରେ ତାଙ୍କର ଦୃଢ଼ ନେତୃତ୍ୱକୁ ନେଇ ନେପାଳ ରାଜନୀତିରେ ବଡ଼ ପରିବର୍ତ୍ତନ ଦେଖାଯାଇଥିଲା। ଏହାପରେ ଚଳିତ ବର୍ଷ ସାଧାରଣ ନିର୍ବାଚନରେ ଆର୍‌ଏସ୍‌ପି ୨୭୫ ଆସନ ମଧ୍ୟରୁ ୧୮୨ଟି ଆସନରେ ବିଜୟୀ ହୋଇଥିଲା।

ଏଥିସହ ପଢ଼ନ୍ତୁ: ଜାରି ରହିଛି ଭୋଟ ଗଣତି; ବାଲେନଙ୍କ ଆଗରେ ଓଲି ମାରିଲେ ଚିତପଟାଙ୍ଗ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nepal Government Big Action: KP Oli Arrested Over Alleged Crackdown on Gen Z Protest | Argus News