Videos
|
International

Nepal Landslide / ହିମସ୍ଖଳନ ପରେ ନେପାଳରେ ପୁଣି ଭୂସ୍ଖଳନ; ବଦଳିଲା କାଳୀଗଣ୍ଡକୀ ନଦୀର ଗତିପଥ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ହିମସ୍ଖଳନ ପରେ ନେପାଳରେ ପୁଣି ଭୂସ୍ଖଳନ; ବଦଳିଲା କାଳୀଗଣ୍ଡକୀ ନଦୀର ଗତିପଥ
Massive Mountain Debris Falls Into River

Key Points

ହିମସ୍ଖଳନ ପରେ ପୁଣି ଡରାଇଲା ଭୂସ୍ଖଳନ । ନେପାଳର ମୁସ୍ତାଙ୍ଗ ଜିଲ୍ଲାର ଲେତେ ନିକଟରେ ରବିବାର ସନ୍ଧ୍ୟାରେ ପାହାଡ଼ର ଏକ ବଡ଼ ଅଂଶ ହଠାତ୍ ନଦୀକୁ ଖସି ପଡ଼ିଛି ।
କାଠମାଣ୍ଡୁ (ନେପାଳ): ହିମାଳୟର ପାଦ ଦେଶ ନେପାଳରେ ପୁଣି ପ୍ରଳୟ । ହିମସ୍ଖଳନ ପରେ ପୁଣି ଡରାଇଲା ଭୂସ୍ଖଳନ । ନେପାଳର ମୁସ୍ତାଙ୍ଗ ଜିଲ୍ଲାର ଲେତେ ନିକଟରେ ରବିବାର ସନ୍ଧ୍ୟାରେ ପାହାଡ଼ର ଏକ ବଡ଼ ଅଂଶ ହଠାତ୍ ନଦୀକୁ ଖସି ପଡ଼ିଛି । ଏହି ଭୂସ୍ଖଳନ ଫଳରେ ପ୍ରିସଦ୍ଧ କାଳୀଗଣ୍ଡକୀ ନଦୀର ଗତିପଥ ଅବରୋଧ ହେବା ସହ ନଦୀର ଗତିପଥ ବଦଳି ଯାଇଛି ।

ପ୍ରଳୟର ମାସକ ପରେ ନେପାଳରେ ପୁଣି ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ମୋବାଇଲରେ କଏଦ ହୋଇଛି ଭୂସ୍ଖଳନର ମୁହୂର୍ତ୍ତ । ମାତ୍ର କେଇ ସେକେଣ୍ଡରେ ପାହାଡ଼ରୁ ଖସୁଛି ବିଶାଳକାୟ ମାଟି ଅତଡ଼ା ଓ ପଥରର ପାହାଡ଼ । ନଦୀର ଜଳପ୍ରବାହକୁ ଅଟକାଇ ଦେଇଛି ।

ଏଥିସହ ପଢ଼ନ୍ତୁ: ବାର୍ ବାହାରେ ଗର୍ଜିଲା AK-୪୭; ୨୭ ଜଣଙ୍କ ଅକାଳ ମୃତ୍ୟୁ 

ଚାରିଧାମ ଯାତ୍ରା ପାଇଁ ସେହି ବାଟ ଦେଇ ଯାଉଥିବା ଶ୍ରଦ୍ଧାଳୁମାନେ ଏହି ବିପଜ୍ଜନକ ଦୃଶ୍ୟକୁ ନିଜ ନିଜ କ୍ୟାମେରାରେ କଏଦ କରିଛନ୍ତି । ଭୂସ୍ଖଳନ ଏତେ ପ୍ରବଳ ଥିଲା ଯେ ପାହାଡ଼ର ବିଶାଳ ଅଂଶ ଧସି ଆସି ସିଧାସଳଖ ଉପତ୍ୟକା ଓ କାଳୀଗଣ୍ଡକୀ ନଦୀ ଶଯ୍ୟାରେ ପଡ଼ିଥିଲା ।


ବଡ ବଡ଼ ପଥର ଓ ମାଟିର ପାହାଡ଼ ନଦୀରେ ଜମା ହୋଇଯିବା ଫଳରେ କାଳୀଗଣ୍ଡକୀ ନଦୀର ପ୍ରବାହରେ ବାଧା ଉପୁଜିବା ସହ ଗତିପଥ ପରିବର୍ତ୍ତନ ହୋଇଛି । ନଦୀ ଅବରୋଧ ହେବା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି ।

ତେବେ କିଛି ସମୟର ଅପେକ୍ଷା ପରେ ନଦୀର ଜଳସ୍ରୋତ ନିଜର ବଳରେ ଏହି ମାଟି-ପଥରର ପ୍ରତିବନ୍ଧକକୁ ଚିରି ପୁଣି ଥରେ ବହିବା ଆରମ୍ଭ କରିଛି । ଯାହାଫଳରେ ଏକ ବଡ଼ ଧରଣର ବିପଦ ଏଡ଼ାଇ ଯାଇଛି ।

ଏଥିସହ ପଢ଼ନ୍ତୁ: UNSCରେ ଭାରତକୁ ଋଷର ଖୋଲା ସମର୍ଥନ, ସ୍ଥାୟୀ ସଦସ୍ୟତା ଦେବାକୁ ଦାବି 

ସବୁଠାରୁ ଆଶ୍ୱାସନାର ବିଷୟ ହେଉଛି, ଏହି ଦୁର୍ଘଟଣାରେ କୌଣସି ପ୍ରକାରର ଜୀବନ ହାନି କିମ୍ବା ଆହତ ହେବାର ଖବର ମିଳିନାହିଁ । ନଦୀର ସ୍ରୋତ ପୁନର୍ବାର ସ୍ୱାଭାବିକ ହୋଇଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ ଏବଂ ସୁରକ୍ଷା ବାହିନୀ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ନଦୀ କୂଳିଆ ଅଞ୍ଚଳର ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି ।

ବିଗତ କିଛିଦିନ ହେଲା ଉକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି । ବନ୍ୟା, ଭୂସ୍ଖଳନ ବିପଦ ଲାଗି ରହିଥିବା ବେଳେ ଏବେ ନଦୀର ଗତିପଥ ବଦଳିଛି । ଭୂସ୍ଖଳନ ଯୋଗୁଁ ବେନି-ଜୋମସୋମ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଲୋକଙ୍କୁ ଉକ୍ତ ଅଞ୍ଚଳରୁ ସୁରକ୍ଷିତ ଦୂରତାରେ ରହିବାକୁ କୁହାଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: