Videos
|
International

Nepal Lifts Ban On Social Media: Gen-Z ବିରୋଧ ପରେ ନଇଁଲେ ନେପାଳ ସରକାର, ହଟିଲା ସୋସିଆଲ ମିଡିଆ ଉପରେ ଲାଗିଥିବା ପ୍ରତିବନ୍ଧକ

Santosh Kumar Sahoo
Browse all articles by Santosh Kumar Sahoo
·1 year ago·1 min read
Nepal Lifts Ban On Social Media: Gen-Z ବିରୋଧ ପରେ ନଇଁଲେ ନେପାଳ ସରକାର, ହଟିଲା ସୋସିଆଲ ମିଡିଆ ଉପରେ ଲାଗିଥିବା ପ୍ରତିବନ୍ଧକ

Key Points

ସୋସିଆଲ ମିଡିଆ ପ୍ରତିବନ୍ଧକ ପ୍ରତ୍ୟାହାର କଲେ ନେପାଳ ସରକାର। ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକି ନିଆଯାଇଛି ନିଷ୍ପତି । ଫେସବୁକ୍, ଏକ୍ସ ଏବଂ ହ୍ୱାଟ୍ସଆପ୍ ସମେତ ସମସ୍ତ ସାଇଟ୍ ପୁନଃଆରମ୍ଭ କରାଯାଇଛି ।

ସୋସିଆଲ ମିଡିଆ ପ୍ରତିବନ୍ଧକ ପ୍ରତ୍ୟାହାର କଲେ ନେପାଳ ସରକାର । ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକି ଏହି ନିଷ୍ପତ୍ତି ନିଆଯାଇଛି । ନେପାଳ ଯୋଗାଯୋଗ ମନ୍ତ୍ରୀ ପୃଥ୍ୱୀ ସୁବା ଗୁରୁଙ୍ଗ ଘୋଷଣା କରିଛନ୍ତି ଯେ ଫେସବୁକ୍, ଏକ୍ସ ଏବଂ ହ୍ୱାଟ୍ସଆପ୍ ସମେତ ସମସ୍ତ ସାଇଟ୍ ପୁନଃଆରମ୍ଭ କରାଯାଇଛି ।


ନେପାଳରେ ଯୁବକ ଯୁବତୀମାନଙ୍କ ହିଂସାତ୍ମକ ପ୍ରତିବାଦ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଦର୍ଶନକାରୀଙ୍କ ଦାବି ଅନୁଯାୟୀ ସୂଚନା ମନ୍ତ୍ରଣାଳୟ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ସୋସିଆଲ ମିଡିଆ ସାଇଟଗୁଡ଼ିକୁ ପୁନଃ ଆରମ୍ଭ କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦର୍ଶନକାରୀଙ୍କୁ ସେମାନଙ୍କର ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି ।


ନେପାଳରେ ସୋସିଆଲ ମିଡିଆ ବନ୍ଦ ହେବା ପରେ ଭୟଙ୍କର ଅଶାନ୍ତି ଦେଖା ଦେଇଥିଲା । ହଜାର ହଜାର ଯୁବକ ଓ ଯୁବତୀ ଏହି ସୋସିଆଲ ମିଡିଆ ପ୍ରତିବନ୍ଧକ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିଲେ । ବିରୋଧ ପ୍ରଦର୍ଶନ କରିଥିଲେ । ପରେ ବିରୋଧ ପ୍ରଦର୍ଶନକାରୀମାନେ ପୋଲିସ ବ୍ୟାରିକେଡ ଭାଙ୍ଗି ସଂସଦ ପରିସର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ପ୍ରଦର୍ଶନକାରୀମାନଙ୍କୁ ଅଟକାଇବା ପରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ଏପର୍ଯ୍ୟନ୍ତ ଅତିକମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: