Videos
|
International

Balen Shah / ଭାରତ ଓ ଚୀନକୁ ନେଇ ମାତ୍ର ୩ ମାସରେ ୟୁ-ଟର୍ଣ୍ଣ ନେଲେ ନେପାଳ ପ୍ରଧାନମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ଭାରତ ଓ ଚୀନକୁ ନେଇ ମାତ୍ର ୩ ମାସରେ ୟୁ-ଟର୍ଣ୍ଣ ନେଲେ ନେପାଳ ପ୍ରଧାନମନ୍ତ୍ରୀ
India-China Diplomacy in Focus

Key Points

ନେପାଳ ତାର ଦୁଇ ବଡ଼ ପଡ଼ୋଶୀଙ୍କ ସହ ସମ୍ପର୍କରେ ସନ୍ତୁଳନ ବନାଇ ରଖିବାକୁ ଚାହୁଁଛି । ବାଲେନ ଶାହ ଚାହୁଁ ନାହାନ୍ତି ଭାରତ କିମ୍ବା ଚୀନ କାହାରିକୁ ମଧ୍ୟ ନ ଲାଗୁ ଅନ୍ୟ ଦେଶକୁ ଗୁରୁତ୍ଵ ଦେଉଛନ୍ତି
କାଠମାଣ୍ଡୁ: ନିଜେ କରିଥିବା ନିୟମ ନିଜେ ଭାଙ୍ଗିଲେ । ମାତ୍ର ୩ ମାସ ମଧ୍ୟରେ ବଦଳିଗଲା ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି । ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହ ପ୍ରଥମଥର ନିଜେ କରିଥିବା ନିୟମରୁ ପଛକୁ ହଟି ବିଦେଶୀ ରାଷ୍ଟ୍ରଦୂତଙ୍କ ସହ ଅଲଗା ଅଲଗା ଭାବେ ଆଲୋଚନା କରିବାକୁ ଯାଉଛନ୍ତି ।

ନେପାଳ ପ୍ରଧାନମନ୍ତ୍ରୀ ହେବା ପରେ ବାଲେନ ଶାହ ନିଷ୍ପତ୍ତି ନେଇଥିଲେ ଯେ, ସେ କୌଣସି ବିଦେଶୀ ରାଷ୍ଟ୍ରଦୂତଙ୍କ ସହ ଏକାକୀ ଆଲୋଚନା କରିବେ ନାହିଁ । କିନ୍ତୁ, ନେପାଳ ଗଣମାଧ୍ୟମ ରିପୋର୍ଟ ଅନୁସାରେ- ବାଲେନ ଶାହ ଭାରତର ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ଓ ଚୀନ ରାଷ୍ଟ୍ରଦୂତ ଝାଙ୍ଗ ମାଓମିଙ୍ଗଙ୍କୁ ଅଲଗା ଅଲଗା ଭେଟି ଆଲୋଚନା କରିବେ ।

ଏଥିସହ ପଢ଼ନ୍ତୁ: ଭାରତକୁ ପୁଣି ଟ୍ରମ୍ପ ଝଟକା, ଲାଗୁ ହେଲା ୧୦% ଅତିରିକ୍ତ ଟିକସ; ଏହି ଦିନଠୁ ହେବ ଲାଗୁ 

ଗୋଟିଏ ଦିନରେ ୨ ରାଷ୍ଟ୍ରଦୂତଙ୍କ ସହ ବୈଠକ

ଏଭଳି ଭାବେ ନେପାଳ ତାର ଦୁଇ ବଡ଼ ପଡ଼ୋଶୀଙ୍କ ସହ ସମ୍ପର୍କରେ ସନ୍ତୁଳନ ବନାଇ ରଖିବାକୁ ଚାହୁଁଛି । ବାଲେନ ଶାହ ଚାହୁଁ ନାହାନ୍ତି ଭାରତ କିମ୍ବା ଚୀନ କାହାରିକୁ ମଧ୍ୟ ନ ଲାଗୁ ଅନ୍ୟ ଦେଶକୁ ଗୁରୁତ୍ଵ ଦେଉଛନ୍ତି । ତେଣୁ ସେ ଦୁଇ ଦେଶର ରାଷ୍ଟ୍ରଦୂତଙ୍କୁ ଗୋଟିଏ ଦିନରେ ଭିନ୍ନ ଭିନ୍ନ ଭାବେ ଭେଟିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦୁଇଟି ଯାକ ବୈଠକ ଗୋଟିଏ ପରେ ଗୋଟିଏ ହେବ । ଯେମିତି ଦୁଇ ଦେଶ ସହ ସମାନ ବ୍ୟବହାର ବାର୍ତ୍ତା ଯିବ । ନେପାଳ ସରକାର ମଧ୍ୟ ଭାରତ ଓ ଚୀନ ରାଷ୍ଟ୍ରଦୂତଙ୍କ ସହ ଭିନ୍ନ ଭିନ୍ନ ବୈଠକ ଚଳିତ ସପ୍ତାହରେ ହେବା ନେଇ ସ୍ପଷ୍ଟ କରିଛନ୍ତି । ତେବେ, ଏହି ବୈଠକର ନିର୍ଦ୍ଦିଷ୍ଟ ତାରିଖ ସାମ୍ନାକୁ ଆସି ନାହିଁ । ନେପାଳର ବିଦେଶ ମନ୍ତ୍ରଣାଳୟ ବୈଠକ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ଜାରି ରଖିଛି ।

ବାଲେନ ଶାହ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କ'ଣ ଥିଲା ନିୟମ ?

ନେପାଳରେ ନୂଆ ସରକାର ଆସିବା ପରେ ବିଶେଷକରି ଭାରତ, ଚୀନ ଓ ଆମେରିକା ଭଳି ପ୍ରଭାବଶାଳୀ ଦେଶର ରାଷ୍ଟ୍ରଦୂତ ସିଧା ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଯାଇ ଅଲଗା ଅଲଗା ଭାବେ ଆଲୋଚନା କରିଥାନ୍ତି ।

ଉକ୍ତ ବୈଠକରେ ବିଦେଶ ମନ୍ତ୍ରଣାଳୟର ଅଧିକାରୀ ରହୁ ନଥିଲେ କି କୌଣସି ଅଧିକାରୀକ ରେକର୍ଡ ରଖାଯାଉ ନଥିଲା । ନେପାଳରେ ଦୀର୍ଘ ସମୟରୁ ଏହି ପରମ୍ପରା ଚାଲି ଆସୁଥିଲା । ଏହାର ଉଦ୍ଦେଶ୍ୟ ଦ୍ଵିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବା ଓ ବ୍ୟକ୍ତିଗତ ସମ୍ବନ୍ଧ ମଜଭୁତ୍ କରିବା । କିନ୍ତୁ, କିଛି ବିଶେଷଜ୍ଞଙ୍କ ମତରେ ଏହାଦ୍ଵାରା ନେପାଳର ରାଷ୍ଟ୍ରୀୟ ସ୍ଵାର୍ଥ ପ୍ରଭାବିତ ହେଉଛି ।

ପ୍ରଧାନମନ୍ତ୍ରୀ ହେବା ପରେ ବାଲେନ ଶାହଙ୍କ ନିଷ୍ପତ୍ତି

ବାଲେନ ଶାହ ନିଷ୍ପତ୍ତି ନେଇଥିଲେ ଯେ, କୌଣସି ବିଦେଶୀ ରାଷ୍ଟ୍ରଦୂତ ଅଥବା ପ୍ରଧାନମନ୍ତ୍ରୀ ଏକାକୀ ଭେଟିବେ ନାହିଁ । ଏଥିପାଇଁ ସେ ଏକ ଭିନ୍ନ ରାଙ୍କ ପ୍ରୋଟୋକଲ୍ ତିଆରି କରିଥିଲେ ।

ନୂଆ ନିୟମ ଅନୁସାରେ, ନେପାଳ ପ୍ରଧାନମନ୍ତ୍ରୀ କେବଳ ଅନ୍ୟ ଦେଶର ରାଷ୍ଟ୍ରାଧ୍ୟକ୍ଷ/ପ୍ରଧାନମନ୍ତ୍ରୀ କିମ୍ବା ବିଦେଶ ମନ୍ତ୍ରୀସ୍ତରୀୟ ଅଧିକାରୀଙ୍କୁ ହିଁ ଏକାକୀ ବ୍ୟକ୍ତିଗତ ବୈଠକ କରିବେ ।

ନିମ୍ନସ୍ତରର ଅଧିକାରୀ, ରାଷ୍ଟ୍ରଦୂତ ଓ ଅନ୍ୟ ମନ୍ତ୍ରୀଙ୍କୁ ଏକାକୀ ଭେଟିବା ପରିବର୍ତ୍ତେ ବିଦେଶ ମନ୍ତ୍ରଣାଳୟ ମାଧ୍ୟମରେ ଅଥବା ଗ୍ରୁପ୍ ମିଟିଂ ମାଧ୍ୟମରେ ଭେଟିବେ ।

କାହିଁକି ବଦଳାଇଲେ ନିଷ୍ପତ୍ତି ?

ବାଲେନ ଶାହ କାଠମାଣ୍ଡୁର ମେୟର ତିବାବେଳେ ସେ ନିଜକୁ ପାରମ୍ପାରିକ ନେତାଙ୍କ ଠାରୁ ଭିନ୍ନ ପ୍ରତିପାଦିତ କରିଥିଲେ । ଆଉ ସେହି ଚିନ୍ତାଧାରା ସହ ସେ ନିୟମ କରିଥିଲେ, କୌଣସି ବିଦେଶୀ ରାଷ୍ଟ୍ରଦୂତଙ୍କୁ ସେ ଏକାକୀ ଭେଟିବେ ନାହିଁ ।

ଏଥିସହ ପଢ଼ନ୍ତୁ: ବିଶ୍ୱର ଚିନ୍ତା ବଢାଇଲା 'ପାଣିପାଗ ଯୁଦ୍ଧ'; ସୀମା ପାର କରିଗଲା ଚୀନ୍ 

କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପରେ ସ୍ଥିତି ବଦଳିଥିଲା । ଏବେ ତାଙ୍କୁ ବୁଝାପଡ଼ିଛି ଯେ କେବଳ ଛବି ତିଆରି କରିବା ଯଥେଷ୍ଟ ନୁହେଁ । ଦେଶ ଚଳାଇବା ଲାଗି ପଡ଼ୋଶୀ ଦେଶଙ୍କ ସହ ସିଧାସଳଖ ଆଲୋଚନା ମଧ୍ୟ ଆବଶ୍ୟକ ।

ତେଣୁ ବାଲେନ ଶାହ ପ୍ରଥମଥର ନିଜେ କରିଥିବା ପୁରୁଣା ନିୟମ ଭାଙ୍ଗିବାକୁ ଯାଉଛନ୍ତି । ଭାରତ ଓ ଚୀନ ଉଭୟ ନେପାଳର ନିକଟ ପଡ଼ୋଶୀ ଦେସ । ତେଣୁ, ଉଭୟ ଦେଶ ସହ ସିଧା ସମ୍ପର୍କ ରଖିବା ତାଙ୍କ ସରକାର ପାଇଁ ବାଧ୍ୟ ବାଧକତା ପାଲଟିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored