Trump Tariff / ଭାରତକୁ ପୁଣି ଟ୍ରମ୍ପ ଝଟକା, ଲାଗୁ ହେଲା ୧୦% ଅତିରିକ୍ତ ଟିକସ; ଏହି ଦିନଠୁ ହେବ ଲାଗୁ
·1 month ago·2 min read

Key Points
ଆମେରିକା ଭାରତ ଉପରେ ପୁଣି ଲଗାଇଲା ଶୁଳ୍କ
ଏବେ ଅତିରିକ୍ତ ୧୦ ପ୍ରତିଶତ ଟିକସ ଦେବାକୁ ପଡିବ
ଏବେ ଅତିରିକ୍ତ ୧୦ ପ୍ରତିଶତ ଟିକସ ଦେବାକୁ ପଡିବ
ନୂଆଦିଲ୍ଲୀ: ପୁଣି ଥରେ ଭାରତ ଉପରେ ଟାରିଫ୍ ବୋମା ପକାଇଲା ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ୧୭ଟି ଦେଶ ଉପରେ ଅତିରିକ୍ତ ଟିକସ ଲଗାଇ ଏକ ବଡ଼ ଝଟକା ଦେଇଛନ୍ତି। ଆମେରିକା ଏବେ ଏହି ୧୭ଟି ଦେଶରୁ ଆସୁଥିବା ସାମଗ୍ରୀ ଉପରେ ୧୦ ପ୍ରତିଶତ ଅତିରିକ୍ତ ଟିକସ ଲଗାଇବ, ଯାହା ୨୪ ଜୁଲାଇ ମଧ୍ୟାହ୍ନ ୧୨ଟାରୁ ଲାଗୁ ହେବାକୁ ଯାଉଛି । ଆମେରିକା ପ୍ରାୟ ୬୦ଟି ଦେଶ ଉପରେ ଶୁଳ୍କ ଲଗାଇଛି, କିନ୍ତୁ ଭାରତ ସମେତ ୧୭ଟି ଦେଶକୁ ୧୦ ପ୍ରତିଶତ ଟିକସ ବର୍ଗରେ ରଖାଯାଇଛି ।
- ଭାରତ ଉପରେ ଲାଗିଲା ୧୦% ଟିକସ
- ଏହି ଉପାୟରେ ଲାଗୁ ହେଲା ଟାରିଫ୍
- ବାଧ୍ୟତାମୂଳକ ଶ୍ରମ ଉତ୍ପାଦକୁ ଚିହ୍ନଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଠାରେ କହିରଖୁଛୁ କି, ୧୯୭୪ ମସିହାର ବାଣିଜ୍ୟ ଆଇନର ଧାରା ୩୦୧ ଅନୁଯାୟୀ ବାଣିଜ୍ୟିକ ଅଂଶୀଦାରମାନଙ୍କ ଉପରେ ଟାରିଫ୍ ଲାଗୁ କରିବାର ଆଇନଗତ କ୍ଷମତା ଆମେରିକା ପାଖରେ ରହିଛି। ବାଧ୍ୟତାମୂଳକ ଶ୍ରମ ସହ ଜଡ଼ିତ ଉତ୍ପାଦଗୁଡ଼ିକର ଆମଦାନୀକୁ ରୋକିବାରେ ଅସମର୍ଥତା ଦର୍ଶାଇ ଆମେରିକା ପ୍ରଶାସନ ଭାରତ ସମେତ ୬୦ଟି ଦେଶ ଉପରେ ୧୦%ରୁ ୧୨.୫% ପର୍ଯ୍ୟନ୍ତ ନୂତନ ଶୁଳ୍କ ଲାଗୁ କରିଛି ।
Related Topics
Explore more stories