Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନେପାଳ ହିଂସା: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
ନେପାଳ ହିଂସା: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

Key Points

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା। ଦେଶରେ ବ୍ୟାପକ ହିଂସାକାଣ୍ଡ ଭିତରେ ଦେଲେ ଇସ୍ତଫା ।

ନେପାଳ ହିଂସା ଭିତରେ ସାମ୍ନାକୁ ଆସିଲା ବଡ଼ ଖବର । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି । ତେବେ କିଛି ସମୟ ପୂର୍ବରୁ ନେପାଳ ସେନାମୁଖ୍ୟ ମଧ୍ୟ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ପରାମର୍ଶ ଦେଇଥିଲେ । ସେନାମୁଖ୍ୟଙ୍କ ପରାମର୍ଶ କ୍ରମେ ପ୍ରଧାନମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।


ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ଦୁର୍ନୀତି ବିରୋଧରେ ଯୁବକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ପ୍ରବଳ ବିଦ୍ରୋହକୁ ନଜରରେ ରଖି ନେପାଳ ସରକାର ସେପ୍ଟେମ୍ବର ୮ ତାରିଖରେ ହିଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ । ଏମିତିକି ଗୃହମନ୍ତ୍ରୀଙ୍କ ସହ ଅନେକ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇସାରିଛନ୍ତି । କିନ୍ତୁ ଏହା ପରେ ମଧ୍ୟ ପ୍ରତିବାଦ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ମଧ୍ୟ ବହୁ ସଂଖ୍ୟକ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇ ପ୍ରଧାନମନ୍ତ୍ରୀଙ୍କ ଇସ୍ତାଫ ଦାବି କରିଥିଲେ ।


ତେବେ ଏସବୁ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ନେପାଳ ପ୍ରଧାନମନ୍ତ୍ରୀ ଦେଶ ଛାଡ଼ିପାରନ୍ତି । ସେ ନେପାଳ ଛାଡ଼ି ଦୁବାଇ ଯାଇପାରନ୍ତି । କୁହାଯାଉଛି ଯେ ସେ ଚିକିତ୍ସା ନାମରେ ଦୁବାଇ ଯିବାକୁ ଯୋଜନା କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ନେପାଳ ଗଣମାଧ୍ୟମର ସୂଚନା ଅନୁଯାୟୀ, ନେପାଳ ସେନା ମୁଖ୍ୟ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଯଦି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ହୁଏ, ତେବେ ତାଙ୍କୁ କ୍ଷମତା ଛାଡିବାକୁ ପଡିବ। ସୂତ୍ର ଅନୁଯାୟୀ, ସେନା ମୁଖ୍ୟ ବିଶ୍ୱାସ କରନ୍ତି ଯେ ଯେପର୍ଯ୍ୟନ୍ତ ଓଲି ପଦବୀରେ ରହିବେ, ସେପର୍ଯ୍ୟନ୍ତ ପ୍ରତିବାଦ ଏବଂ ହିଂସାକୁ ନିୟନ୍ତ୍ରଣ କରିବା କଷ୍ଟକର ହେବ। ସେନା ଏହା ମଧ୍ୟ ସୂଚାଇ ଦେଇଛି ଯେ ସରକାର ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ବଢ଼ୁଥିବା ମୁକାବିଲାକୁ ରୋକିବା ପାଇଁ ରାଜନୈତିକ ପରିବର୍ତ୍ତନ ଆବଶ୍ୟକ ।


ସେପଟେ ନେପାଳରେ ରହୁଥିବା ଭାରତୀୟ ନାଗରିକଙ୍କ ସମ୍ପର୍କରେ ଏକ ଚେତାବନୀ ଜାରି କରାଯାଇଛି। ନେପାଳରେ ରହୁଥିବା ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ନେପାଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ପଦକ୍ଷେପ ଏବଂ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।


ଏକ ବିବୃତ୍ତିରେ କୁହାଯାଇଛି, "ଆମେ ନେପାଳରେ ଘଟୁଥିବା ଘଟଣାବଳୀ ଉପରେ କଡ଼ା ନଜର ରଖିଛୁ ଏବଂ ଅନେକ ଯୁବକଙ୍କ ଜୀବନହାନିରେ ଅତ୍ୟନ୍ତ ଦୁଃଖିତ। ଆମେ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା ମଧ୍ୟ କରୁଛୁ।" ପ୍ରେସ୍ ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଏକ ଘନିଷ୍ଠ ବନ୍ଧୁ ଏବଂ ପଡ଼ୋଶୀ ଭାବରେ, ଆମେ ଆଶା କରୁଛୁ ଯେ ସମସ୍ତ ସମ୍ପୃକ୍ତ ପକ୍ଷ ସଂଯମତା ଅବଲମ୍ବନ କରିବେ ଏବଂ ଶାନ୍ତିପୂର୍ଣ୍ଣ ଉପାୟ ଏବଂ ଆଲୋଚନା ମାଧ୍ୟମରେ ଯେକୌଣସି ସମସ୍ୟାର ସମାଧାନ କରିବେ। କର୍ତ୍ତୃପକ୍ଷ କାଠମାଣ୍ଡୁ ଏବଂ ନେପାଳର ଅନ୍ୟ କେତେକ ସହରରେ କର୍ଫ୍ୟୁ ଜାରି କରିଛନ୍ତି। ନେପାଳରେ ଥିବା ଭାରତୀୟ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ନେପାଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ପଦକ୍ଷେପ ଏବଂ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Sponsored
KP Sharma Oli Quits as Nepal PM After Army Pressure | Argus News