Videos
|
International

Nepal Flood Rescue Operation / ମୃତ୍ୟୁର ତାଣ୍ଡବ ପରେ ଜୀବନ ଖୋଜା, ନେପାଳରେ ନିଖୋଜଙ୍କ ପାଇଁ ଚାଲିଛି ବଡ଼ ଅପରେସନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ମୃତ୍ୟୁର ତାଣ୍ଡବ ପରେ ଜୀବନ ଖୋଜା, ନେପାଳରେ ନିଖୋଜଙ୍କ ପାଇଁ ଚାଲିଛି ବଡ଼ ଅପରେସନ
Nepal Flood

Key Points

ନେପାଳ ବନ୍ୟାରେ ଏବେ ବି ୨୭୫ ଭାରତୀୟ ନିଖୋଜ
ଉଦ୍ଧାର ପାଇଁ ଲାଗିଛି ବଡ଼ ଟିମ୍
୭ ହଜାର ସେନା, ୪ ହଜାର ପୋଲିସ୍‌ଙ୍କ ମେଗା ରେସ୍କ୍ୟୁ ଅପରେସନ
ନେପାଳ ପ୍ରଳୟ ପରେ ଚାଲିଛି ଜୀବନ ଖୋଜା । ବର୍ତ୍ତମାନ ସୁଦ୍ଧା ୬୮୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି । ନିଖୋଜଙ୍କୁ ଖୋଜିବାକୁ ନେପାଳରେ ଚାଲିଛି ବଡ଼ ଧରଣର ରେସ୍କ୍ୟୁ ଅପରେସନ । ବିଶେଷକରି ରସୁଆ ଜିଲ୍ଲାର ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକରେ ଫସିରହିଥିବା ୫ ଶହରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳଗୁଡ଼ିକ ଖରାପ ପାଗ ଓ ଦୁର୍ଗମ ରାସ୍ତାର ସମ୍ମୁଖୀନ ହୋଇ ସଂଘର୍ଷ ଜାରି ରଖିଛନ୍ତି ।

ନେପାଳ ସେନା ଏବଂ ନେପାଳ ସଶସ୍ତ୍ର ପୋଲିସ ବାହିନୀ ମିଳିତ ଭାବେ ଏହି ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ପ୍ରଭାବିତ ଅଞ୍ଚଳରେ ସେନା ପ୍ରାୟ ୭ ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି । ଏହାସହ NAPFର ୪ ହଜାର କର୍ମଚାରୀ ନିୟୋଜିତ ଅଛନ୍ତି । ଅପର ତ୍ରିଶୂଳୀ, ଅପର ତ୍ରିଶୂଳୀ-୧, ରସୁଆ ଜଳବିଦ୍ୟୁତ୍, ତ୍ରିଶୂଳୀ ୩ଏ, ଚିଲିମେ ଖୋଲା ଏବଂ ଲାଙ୍ଗଟାଙ୍ଗ ଜଳବିଦ୍ୟୁତ୍ ପ୍ରକଳ୍ପରେ ବିଶେଷ କ୍ଷୟକ୍ଷତି ହୋଇଛି । ଭିତରେ କେତେ ଜଣ ଲୋକ ଫସି ରହିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଅତିକମରେ ୫୦୦ ଜଣ ଫସି ରହିଥିବା ଅନୁମାନ କରାଯାଉଛି । ପାଗର ପ୍ରତିକୂଳ ଯୋଗୁ ଉଦ୍ଧାର କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଛି । ତେବେ ନେପାଳ ଭୟଙ୍କର ବନ୍ୟାରେ ଏବେ ବି ୨୭୫ ଜଣ ଭାରତୀୟ ନିଖୋଜ ଅଛନ୍ତି ।

ସେପଟେ ବିପର୍ଯ୍ୟୟ ବେଳେ ନେପାଳକୁ ଭାରତର ହୃଦୟ ଖୋଲା ସହାୟତା । ଚତୁର୍ଥ ରିଲିଫ୍ ବିମାନରେ ୧୧ ଟନ୍ ସହାୟତା ସହିତ ନେପାଳ ପଠାଇଛି ଭାରତ । ଭୀଷଣ ବନ୍ୟା ପରେ ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ମଧ୍ୟରେ ଭାରତ ନେପାଳକୁ ସ୍ୱତନ୍ତ୍ର ଉଦ୍ଧାର ଏବଂ ଫୋରେନ୍ସିକ୍ ଦଳ ସହିତ ୧୧ ଟନ୍ ରିଲିଫ୍ ସାମଗ୍ରୀ ବହନ କରି ଚତୁର୍ଥ ରିଲିଫ୍ ବିମାନ ପଠାଇଛି । ଏହାସହ ବିଶେଷଜ୍ଞ କର୍ମଚାରୀ ଏବଂ ଉଦ୍ଧାର ତଥା ପରିଚୟ ସନ୍ଧାନ ପାଇଁ ଆବଶ୍ୟକୀୟ ଉପକରଣ ନେଇ ନେପାଳରେ ପହଞ୍ଚିଛି ଭାରତର ଚତୁର୍ଥ ରିଲିଫ୍ ବିମାନ । ଏହି ବିମାନରେ ୧୧ ଟନ୍ ରିଲିଫ୍ ସହାୟତା, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଉପକରଣ ସହିତ ଏକ ଟନେଲ୍ ବୈଷୟିକ ଦଳ ପହଞ୍ଚିଛନ୍ତି । ଏହାଛଡ଼ା ଡିଏନଏ ବିଶ୍ଳେଷଣ ପାଇଁ ଫୋରେନ୍ସିକ୍ ବିଶେଷଜ୍ଞଙ୍କ ଏକ ଦଳ ଏବଂ କମ୍ବଳ, ସ୍ଲିପିଂ ବ୍ୟାଗ୍, ତାରପୋଲିନ୍, ପ୍ଲାଷ୍ଟିକ୍ ସିଟ୍ ଓ ହାଇଜିନ୍ କିଟ୍ ଭଳି ରିଲିଫ୍ ସାମଗ୍ରୀ ପଠାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: