Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନେପାଳର ଅନ୍ତରୀଣ PM ଭାବେ ଶପଥ ନେଲେ ସୁଶୀଳା କାର୍କୀ, ମାର୍ଚ୍ଚ ୫ରେ ଭୋଟ୍ ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି

Sushanta Sahoo
Browse all articles by Sushanta Sahoo
·10 months ago·2 min read
ନେପାଳର ଅନ୍ତରୀଣ PM ଭାବେ ଶପଥ ନେଲେ ସୁଶୀଳା କାର୍କୀ, ମାର୍ଚ୍ଚ ୫ରେ ଭୋଟ୍ ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି

Key Points

ସୁଶୀଳା କାର୍କୀ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ପରେ ZenZ ନେତା ଖୁସିରେ ଉତ୍ସବ ମନାଇଛନ୍ତି । ଶୁକ୍ରବାର ରାତିରେ ସୁଶୀଳା କାର୍କୀ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

କାଠମାଣ୍ଡୁ: ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀ ହୋଇଛନ୍ତି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ । ଶପଥ ଗ୍ରହଣ ପରେ ଦାୟିତ୍ଵ ନେବା ସହ ବସିଛି ପ୍ରଥମ କ୍ୟାବିନେଟ୍ ବୈଠକ । ନେପାଳର ସଂସଦକୁ ଭାଙ୍ଗି ଦିଆଯିବା ସହ ୨୦୨୬ ମାର୍ଚ୍ଚ ୫ ତାରିଖରେ ସାଧାରଣ ନିର୍ବାଚନ କରାଇବାକୁ ସହମତି ହୋଇଛି ।


ସୁଶୀଳା କାର୍କୀ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ପରେ ZenZ ନେତା ଖୁସିରେ ଉତ୍ସବ ମନାଇଛନ୍ତି । ଶୁକ୍ରବାର ରାତିରେ ସୁଶୀଳା କାର୍କୀ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ଵ ନେବେ । ଏଥିସହ ନେପାଳରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାର ଅନ୍ତ ହୋଇଛି ।


ଏଥିସହ ପଢ଼ନ୍ତୁ: ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବେ ସୁଶୀଳା କାର୍କୀ, ସାରା ରାତି ବୈଠକ ପରେ ହେଲା ସହମତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦୁର୍ନୀତି ଓ ସୋସିଆଲ୍ ମିଡିଆ ଉପରେ ପ୍ରତିବନ୍ଧକକୁ ନେଇ ଯୁବପିଢ଼ି ସରକାର ବିରୋଧରେ ହିଂସାତ୍ମକ ପ୍ରଦର୍ଶନ କରିଥିଲେ । ଆଉ ZenZଙ୍କ ବିକ୍ଷୋଭର ଚାପ ଏତେ ପରିମାଣରେ ପଡ଼ିଥିଲା ଯେ, ପ୍ରଧାନମନ୍ତ୍ରୀ ପଦରୁ ଅଚାନକ ଇସ୍ତଫା ଦେଇଥିଲେ କେପି ଶର୍ମା ଓଲି ।


୭୩ ବର୍ଷୀୟା ସୁଶୀଳା କୁର୍କୀଙ୍କୁ ରାଷ୍ଟ୍ରପତି ରାମଚନ୍ଦ୍ର ପୋଡେଲ ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି କହିଛନ୍ତି, ମଧ୍ୟବର୍ତ୍ତୀକାଳୀନ ସରକାର ୬ ମାସ ମଧ୍ୟରେ ନୂଆ ସଂସଦୀୟ ନିର୍ବାଚନ କରିବାକୁ ଦାୟିତ୍ଵ ଦିଆ ଯାଇଛି । ନୂତନ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ନେପାଳର ପ୍ରଧାନ ବିଚାରପତି, ବରିଷ୍ଠ ଅଧିକାରୀ, ସେନା ମୁଖ୍ୟ ଓ ବିଭିନ୍ନ ଦଳର ନେତା ସାମିଲ୍ ହୋଇଥିଲେ ।


୮ ତାରିଖରୁ ନେପାଳରେ ରାଜନୈତିକ ଅସ୍ଥିରତା ଲାଗି ରହିଥିଲା । ନେପାଳର ଅନ୍ତରୀଣ ସରକାରରେ ପ୍ରଧାନମନ୍ତ୍ରୀ ହେବା ପାଇଁ ଇଞ୍ଜିନିୟର କୁଲମାନ୍ ଘିସିଙ୍ଗ, ସୁଶୀଳା କାର୍କୀ ଓ ବାଲେନ ଶାହଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ଏବେ ସୁଦ୍ଧା ନେପାଳ ହିଂସାରେ ୫୧ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ଅଛନ୍ତି । ଏବେ ପୁରା ଦେଶ ସେନା ନିୟନ୍ତ୍ରଣରେ ରହିଛି ।

Sponsored
Sushila Karki Becomes Nepal's First Female Interim PM | Argus News | Argus News