Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନେପାଳରେ ଭୂମିକମ୍ପ ଝଟ୍‌କା

Jitendra Dash
Browse all articles by Jitendra Dash
·2 years ago·1 min read
ନେପାଳରେ ଭୂମିକମ୍ପ ଝଟ୍‌କା

ଅର୍ଗସ ବ୍ୟୁରୋ : ଗତକାଲି ବିଳମ୍ଵିତ ରାତିରେ ନେପାଳରେ ତୀବ୍ର ଭୂମିକମ୍ପ। ଭୂମିକମ୍ପରେ ଥରି ଉଠିଲା ନେପାଳର ବିଭିନ୍ନ ଅଞ୍ଚଳ। ରିକ୍ଟର ସ୍କେଲରେ ୬.୪ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି। ଭୂମିକମ୍ପ ଦ୍ଵାରା ଅନେକ ଘର ଦବି ଯାଇଥିବା ସୂଚନା। ଭୂମିକମ୍ପରେ ବର୍ତ୍ତମାନ ପର୍ଯ୍ୟନ୍ତ 70 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ରହିଛି।

ଅଧିକ ପଢନ୍ତୁ ଭାରତ ଖବର

ସେହିପରି ଗମ୍ଭୀର ଭାବେ ଆହତ ଲୋକମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୂକମ୍ପରେ ନେପାଳର ରୁକୁମ ପଶ୍ଚିମ ଓ ଜାଜରକୋଟରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଛି। ସେପଟେ, ଏହାର ତୀବ୍ରତା ଏତେ ରହିଥିଲା ଯେ, ଏହା ଦିଲ୍ଲୀ-ଏନସିଆରରେ ମଧ୍ୟ ଅନୁଭୂତ ହୋଇଛି। ସେହିପରି ବିହାରର ପାଟନା ଓ ମଧ୍ୟପ୍ରଦେଶର ଭୋପାଳରେ ମଧ୍ୟ ଅନୁଭୂତ ହୋଇଛି। ସୂଚନା ଅନୁସାରେ, ଏହି ଭୟଙ୍କର ଭୂକମ୍ପର କେନ୍ଦ୍ର ନେପାଳର ଜାଜରକୋଟ ଜିଲ୍ଲା ଲାମିଡାଣ୍ଡା। ସେପଟେ ଏ ନେଇ ନେପାଳର ପ୍ରଧାନମନ୍ତ୍ରୀ ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହ ଦୁଃଖପ୍ରକାଶ କରିଛନ୍ତି। ଏହାବ୍ୟତୀତ ଉଦ୍ଧାର ନେଇ ୩ ସୁରକ୍ଷାବାହୀନିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nepala Earthquake | Argus News