Benjamin Netanyahu vs Mojtaba Khamenei / ସାମ୍ନାକୁ ଆସିଲେ ନେତାନ୍ୟାହୁ; ଏବେ କେଉଁଠି ଅଛନ୍ତି ମୁଜତୱା?
·6 months ago·3 min read

Key Points
ମଧ୍ୟ ପ୍ରାଚ୍ୟ ସଂକଟ ବେଳେ ଦ୍ରୁତ ଗତିରେ ପ୍ରସାରିତ ହେଉଥିବା ଗୁଜବ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ନବନିଯୁକ୍ତ ସର୍ବୋଚ୍ଚ ଇରାନୀ ନେତା ମୁଜତୱା ଖାମେନେଇ।
Benjamin Netanyahu vs Mojtaba Khamenei: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବଂ ଅନଲାଇନ୍ ଜରିଆରେ ପ୍ରସାରିତ ଗୁଜବ ମଧ୍ୟରେ ଏବେ ଚର୍ଚ୍ଚାରେ ରହିଛନ୍ତି ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ନବନିଯୁକ୍ତ ସର୍ବୋଚ୍ଚ ଇରାନୀ ନେତା ମୁଜତୱା ଖାମେନେଇ। କାରଣ ବର୍ତ୍ତମାନ ଜାରି ରହିଥିବା ସଂକଟ ମଧ୍ୟରେ ଉଭୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଅନେକଙ୍କୁ ନେଇ ଗୁଜବ ବ୍ୟାପିବାରେ ଲାଗିଛି।
ସଦ୍ୟ ବେଞ୍ଜାମିନ୍ ନେତାନ୍ୟାହୁ ବ୍ୟକ୍ତିଗତ ଭାବରେ କ୍ୟାମେରା ଆଗରେ ଉପସ୍ଥିତ ରହି ପ୍ରମାଣିତ କରିଛନ୍ତି ଯେ ସେ ଜୀବିତ ଅଛନ୍ତି। ବର୍ତ୍ତମାନ ତାଙ୍କର ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଏଆଇ ଦ୍ୱାରା ପ୍ରସ୍ତୁତ ଭିଡ଼ିଓ (Benjamin Netanyahu AI Video) ନୁହେଁ। ଗତ ଦୁଇ ଦିନ ଧରି ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କୁ ନେଇ ଏକ ଦାବି ହେଉଥିଲା। ଯେଉଁଥିରେ କୁହାଯାଉଥିଲା ନେତାନ୍ୟାହୁଙ୍କ ହାତରେ ଛଅଟି ଆଙ୍ଗୁଠି ରହିଛି। ଏହି ଭିଡି଼ଓ ଭାଇରାଲ ହେବା ପରେ ଏନେଇ କୁହାଯାଉଥିଲା ଯେ ସେ ମୃତ ଏବଂ ସରକାର ତାଙ୍କ ସ୍ଥାନରେ ଏକ ଏଆଇ ଭିଡିଓ ଜାରି କରୁଛନ୍ତି।
ହେଲେ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡ଼ିଲା। ଅନ୍ତର୍ଜାତୀୟ ତଥ୍ୟ ଯାଞ୍ଚକାରୀ ସଙ୍ଗଠନ ଦ୍ୱାରା ଏହି ଭିଡିଓ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଏହା ନିଶ୍ଚିତ ହୋଇ ଯାଇଥିଲା ଯେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ ହାତରେ ପ୍ରକୃତରେ ପାଞ୍ଚଟି ଆଙ୍ଗୁଠି ରହିଛି। ଭିଡ଼ିଓରେ ତାଙ୍କର ଛଅଟି ଆଙ୍ଗୁଠି ଥିବା ନେଇ ଯେଉଁ ଦାବି ହେଉଛି ତାହା କେବଳ ଏକ ଦୃଷ୍ଟିଗତ ଭ୍ରମ। ଇସ୍ରାଏଲୀ ସରକାରୀ ପ୍ରେସ୍ ଅଫିସ୍ ଦ୍ୱାରା ପ୍ରକାଶିତ ମୂଳ ଭିଡିଓରେ କୌଣସି ପ୍ରକାର ବ୍ୟତିକ୍ରମ ଦେଖିବାକୁ ମିଳିନଥିଲା। ଏହା ଏଆଇ ଭିଡ଼ିଓ ହୋଥିବାର ସମ୍ଭାବନା ୦.୧% ରହିଥିବା ବିଶେଷଜ୍ଞ କହିଥିଲେ।
ଏବେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଯେଉଁ ଭିଡ଼ିଓ ସାମ୍ନାକୁ ଆସିଛି ସେଥିରେ ସେ କଫି ପିଉଥିବା ଏବଂ ତାଙ୍କ ହାତରେ ୫ ଆଙ୍ଗୁଠି ରହିଥିବାର ଦେଖିବାକୁ ମିଳୁଛି। ତାଙ୍କର ହାବଭାବ ସ୍ୱାଭାବିକ ଏବଂ ଶାନ୍ତ ରହିଥିବାର ଦେଖିବାକୁ ମିଳିଥିଲା। ଯାହା ସୂଚାଇ ଦେଉଥିଲା ଯେ ତାଙ୍କର ମୃତ୍ୟୁ କିମ୍ବା ସେ ଆହତ ହେଉଥିବା ନେଇ ଯେଉଁ ଗୁଜବ ପ୍ରସାର ହେଉଥିବା ତାହା ଭିତ୍ତିହୀନ ରହିଥିଲା। କାରଣ ଗୁଜବ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ ଇସ୍ରାଏଲ ସରକାରଙ୍କୁ ଆଗକୁ ଆସି ସାର୍ବଜନୀନ ଭାବରେ ଏହାକୁ ଅସ୍ୱୀକାର କରିବାକୁ ପଡି଼ଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୁଆଡ଼େ ଗଲେ ମୁଜତୱା ଖୋମେନେଇ?
ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆଗକୁ ଆସିବା ପରେ ଏବେ ସାରି ବିଶ୍ୱର ନଜର ନବନିଯୁକ୍ତ ଇରାନର ସର୍ବୋଚ୍ଚ ନେତା ମୁଜତୱା ଖାମେନେଇଙ୍କ ଉପରେ କେନ୍ଦ୍ରୀତ ହୋଇଛି। ମୁଜତୱା ଖାମେନେଇ ଜୀବିତ ନାଁ ଆହତ କିମ୍ବା ଗୁରୁତର ଭାବରେ ଆହତ ହୋଇଛନ୍ତି ତାହାକୁ ନେଇ ଅନେକ ଦାବି କରାଯାଉଛି। ଅନେକ ରିପୋର୍ଟ କହୁଛି ଯେ ସେ କଥିତ ଭାବରେ କୋମାରେ ଅଛନ୍ତି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଛି ଯେ ମୁଜତୱା ଏକ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁନଥିଲା। ଏଭଳି ପରିସ୍ଥିତିରେ ମୁତତୱାକୁ ନେଇ ବାରମ୍ବାର ଇରାନର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି।
ନେତାନ୍ୟାହୁଙ୍କ ଉପସ୍ଥିତି ବର୍ତ୍ତମାନ ସମାନ ପ୍ରକାରର ସ୍ପଷ୍ଟତା ପ୍ରଦାନ କରିବା ପାଇଁ ଇରାନ ଉପରେ ଚାପ ବୃଦ୍ଧି କରିଛି। ଯେତେବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଉପସ୍ଥିତିର ପ୍ରମାଣ ଦେଇସାରିଛି, ସେତବେଳେ ଇରାନ ଏହାର ସର୍ବୋଚ୍ଚ ନେତା ଖାମେନେଇଙ୍କ ସୁସ୍ଥତାର ପ୍ରମାଣ ସାର୍ବଜନୀନ କରିବାକୁ ଦାବି ଉଠୁଛି।
ଅନେକ ବିଶ୍ୱସ୍ତରୀୟ ତଥ୍ୟ-ଯାଞ୍ଚକାରୀ ପୋର୍ଟାଲ ରିପୋର୍ଟ ଅନୁଯାୟୀ ଯୁଦ୍ଧ ଆରମ୍ଭ ହେବା ପର ଠାରୁ ମୁଜଜୱା ଖୋମେନେଇଙ୍କୁ ସାର୍ବଜନୀନ ଭାବରେ ଦେଖିବାକୁ ମିଳିନାହିଁ। ଏପରିକି ତାଙ୍କର ହସ୍ପିଟାଲ କିମ୍ବା ସରକାରୀ ପରିସରରୁ କୌଣସି ଭିଡିଓ ବାର୍ତ୍ତା କିମ୍ବା ଫଟୋ ଆସିନାହିଁ। ଏହି ନୀରବତା ତାଙ୍କୁ ନେଇ ହେଉଥିବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି। ଇରାନ ଦେଶର ନୂତନ ସର୍ବୋଚ୍ଚ ନେତାଙ୍କ ବାସ୍ବ ଉପସ୍ଥିତିକୁ ଲୁଚାଇବାକୁ ଚେଷ୍ଟା କରୁଛି।
ଇସ୍ରାଏଲ ପକ୍ଷରୁ ହୋଇଥିବା କିଛି ସାମରିକ ଏବଂ ଗୁଇନ୍ଦା ଦାବି ଅନୁସାରେ ଇରାନର ନେତୃତ୍ୱ ଗଠନ ବର୍ତ୍ତମାନ ଆଭ୍ୟନ୍ତରୀଣ ଅସ୍ଥିରତା ଅନୁଭବ କରୁଛି। ମୁଜତୱା ଖାମେନେଇଙ୍କ ଉପସ୍ଥିତିକୁ ଗୋପନୀୟ ରଖିବା ଏହାର ଏକ ଅଂଶ। ହେଲେ ତଥାପି ଇରାନ ଏପରି ଦାବି ଉପରେ ଆନୁଷ୍ଠାନିକ ଭାବେ କୌଣସି ମନ୍ତବ୍ୟ ଦେଇନାହିଁ।
ଗୁଜବ ବନାମ ବାସ୍ତବତା
ଏହି ସମ୍ପୂର୍ଣ୍ଣ ବିବାଦ ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସାମ୍ନାକୁ ଆଣିଛି। ଯୁଦ୍ଧ ଚାଲିବା ସମୟରେ ଗୁଜବ ମଧ୍ୟ ଏକ ଅସ୍ତ୍ର ହୋଇପାରେ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ନେଇ ସୋସିଆଲ ମିଡିଆରେ ଏଆଇ ଏବଂ ଡିପ୍ ଫେକ୍ ଭିଡ଼ିଓ ଭାଇରାଲ ହୋଇଥିଲା। ଯାହା ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଯାହାକୁ ସେ ସ୍ପଷ୍ଟ ପ୍ରତିକ୍ରିୟା ଦେଇ ଖଣ୍ଡନ କରିଥିଲେ। ଏବେ ସମଗ୍ର ବିଶ୍ୱର ନଜର ଇରାନ ଉପରେ ରହିଛି। କାରଣ ମୁଜତୱା ଖୋମେନେଇ ସମ୍ପୂର୍ଣ୍ଣ ସକ୍ଷମ ଏବଂ ସୁସ୍ଥ ଅଛନ୍ତି ନାଁ ନାହିଁ ତାହା ସ୍ପଷ୍ଟ କରିବାକୁ ଦାବି ଉଠୁଛି।

Related Topics
Explore more stories