Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏହି ଆପ ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ଆଣିବ : ଆମେରିକା

International

ଏହି ଆପ ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ଆଣିବ : ଆମେରିକା

Jitendra Dash
Browse all articles by Jitendra Dash
·2 years ago·2 min read
ଏହି ଆପ ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ଆଣିବ : ଆମେରିକା

ଅର୍ଗସ ବ୍ୟୁରୋ : ଆମେରିକାରେ ବନ୍ଦ ହେବ ଚାଇନିଜ୍ ଟିକ୍-ଟକ୍ ଆପ୍ । ଏହି ଆପ୍ ଉପକୁ ବନ୍ଦ କରିବାକୁ ଉଠିଲାଣି ଦାବି । ଏହି ପରିପ୍ରେକ୍ଷୀରେ ଗୃହରେ ଏକ ବିଲ୍ ମଧ୍ୟ ଉପସ୍ଥାପିତ ହୋଇଥିଲା ଯେଉଁଥିରେ କମ୍ପାନୀର ଚାଇନାର କମ୍ୟୁନିଷ୍ଟ ପାର୍ଟି ସହ ଲିଙ୍କ ଥିବା ଅଭିଯୋଗ ହୋଇଛି । ୨୦୨୦ ରେ ଚୀନ୍ ସହିତ ସମ୍ପର୍କ ଖରାପ ହେବା ପରେ ଭାରତ ଚାଇନାର ଆପ୍ ଟିକ୍-ଟକ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା । ବର୍ତ୍ତମାନ ଆମେରିକାରେ ମଧ୍ୟ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି । 

‘ବିଦେଶୀ ପ୍ରତିଦ୍ୱନ୍ଦ୍ୱୀ ନିୟନ୍ତ୍ରିତ ପ୍ରୟୋଗ ଅଧିନିୟମରୁ ଆମେରିକୀୟମାନଙ୍କୁ ସୁରକ୍ଷା ଦେବା’ ଆକ୍ଟରେ ଟିକଟକ କମ୍ପାନୀ ଚାଇନାର କମ୍ୟୁନିଷ୍ଟ ପାର୍ଟି ସହିତ ଲିଙ୍କ ଥିବା ଅଭିଯୋଗ ହୋଇଛି ଏବଂ ଏହି ଆପକୁ ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ବର୍ଣ୍ଣନା କରାଯାଇଛି । ହାଉସ ସିଲେକ୍ଟ କମିଟିର ସଭାପତି ତଥା ଆଇନର ଅନ୍ୟତମ ଲେଖକ ମାଇକ ଗାଲାଗେର୍ ଏକ ପ୍ରେସ ବିବୃତ୍ତିରେ କମ୍ପାନୀକୁ ଚେତାବନୀ ଦେଇ କହିଛନ୍ତି, “ଟିକଟକକୁ ଏହା ମୋର ବାର୍ତ୍ତା, ସିସିପି (ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି) ସହିତ ସମ୍ପର୍କ ଭାଙ୍ଗ କିମ୍ବା ତୁମର ଆମେରିକୀୟ ବ୍ୟବସାୟ ବନ୍ଦ କର । 

ଉପସ୍ଥାପିତ ବିଲରେ ଟିକ୍-ଟକ୍ ବାବଦରେ ବିଶେଷ ଭାବରେ ଉଲ୍ଲେଖ କରାଯାଇଛି କିନ୍ତୁ ଆମେରିକାର ଶତ୍ରୁ ଦେଶ ଦ୍ୱାରା ନିୟନ୍ତ୍ରିତ ପ୍ଲାଟଫର୍ମକୁ ନିଷେଧ କରିବା ପାଇଁ ଏହି ବିଲ୍ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରିଥାଏ । ୱାଶିଂଟନ୍ ଦ୍ଵାରା ଶତ୍ରୁ ଦେଶ ଭାବରେ ନାମିତ ଦେଶଗୁଡିକ ମଧ୍ୟରେ ଚୀନ୍, ରୁଷ, ଇରାନ, ଉତ୍ତର କୋରିଆ ଏବଂ ଭେନେଜୁଏଲା ଅନ୍ତର୍ଭୁକ୍ତ । ଏହି ବିଲ୍ ଆଗତ କରିଥିବା ଅନ୍ୟତମ ଆଇନଜୀବୀ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ରୁଷ ହେଉ କିମ୍ବା ସିସିପି ହେଉ, ଏହି ବିଲ୍ ନିଶ୍ଚିତ କରେ ଯେ ବିପଜ୍ଜନକ ଆପ୍ ଉପରେ କଟକଣା ଲଗାଇବା ଏବଂ ଆମର ଶତ୍ରୁମାନଙ୍କ ବିରୁଦ୍ଧରେ ଆମେରିକାର ସୁରକ୍ଷା ଏବଂ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ରାଷ୍ଟ୍ରପତିଙ୍କର କ୍ଷମତା ଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ବିଦେଶ ଖବର

ଏହି ଘଟଣାରେ ଟିକଟ ମୁଖପାତ୍ର ଆଲେକ୍ସ ହରେକ କହିଛନ୍ତି, ଏହି ବିଲ୍ ଟିକଟକ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଅଟେ ।  ଯେତେ ଆଇନଜୀବୀ ଏହାକୁ ଲୁଚାନ୍ତି ନା କାହିଁକି, କିନ୍ତୁ ଏହା ୧୭୦ ନିୟୁତ ଆମେରିକୀୟ ଏବଂ ପ୍ରାୟ ୫  ନିୟୁତ କ୍ଷୁଦ୍ର ବ୍ୟବସାୟର ଅଧିକାରକୁ ଖଣ୍ଡନ କରିବ। ବ୍ୟବସାୟ ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ ।

 

Sponsored
New House bill would require TikTok divest from parent company ByteDance or risk U.S. ban | Argus News