Videos
|
International

High Alert Across Borders / ନୂଆବର୍ଷରେ ଆତଙ୍କୀ କରିବେନି ତ ଆଟାକ୍‌, ନଜର ରଖିଛି ବିଏସଏଫ

Banajyotshna Ray
Browse all articles by Banajyotshna Ray
·8 months ago·2 min read
ନୂଆବର୍ଷରେ ଆତଙ୍କୀ କରିବେନି ତ ଆଟାକ୍‌, ନଜର ରଖିଛି ବିଏସଏଫ
High Alert Across Borders

Key Points

ନୂଆବର୍ଷ ପୂର୍ବରୁ ଜୋରଦାର ପାଟ୍ରୋଲିଂ
ଆତଙ୍କବାଦୀଙ୍କ ଉପରେ କଡା ନଜର
ଦିନକୁ ଦିନ ଜୋର ହେଉଛି ଆତଙ୍କୀ ଆଟାକ୍‌। ଯାହାକୁ ଦୃଷ୍ଟିରେ ରଖି କଡ଼ାକଡ଼ି ହେଉଛି ସୁରକ୍ଷା ବ୍ୟବସ୍ଥା। ରାତି ପାହିଲେ ନୂଆବର୍ଷ ୨୦୨୬। ଆଜିଠୁ ସବୁଠି ଦେଖିବାକୁ ମିଳିଲାଣି ଉତ୍ସବର ମାହୋଲ। ନୂଆବର୍ଷ ପୂର୍ବଦିନ ସମସ୍ତେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ କରୁଛନ୍ତି। କେମିତି ଦେଶବାସୀ ସୁରକ୍ଷିତ ରହିବେ ଏହାକୁ ଦୃଷ୍ଟିରେ ରଖି ସୀମାରେ ଆଜିଠୁ କଡା ସୁରକ୍ଷା। କିନ୍ତୁ ସଜାଗ ରହିଛି ବିଏସଏଫ ବା ବର୍ଡର ସିକ୍ୟୁରିଟି ଫୋର୍ସ । ନୂଆବର୍ଷର ରାତିରେ ଅନୁପ୍ରବେଶ ଆଶଙ୍କା ଥିବାରୁ ସୀମାରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ଅନ୍ତର୍ଜାତୀୟ ସୀମା ରେଖା ନିକଟରେ ଯବାନମାନେ କଡା ନଜର ରଖିଛନ୍ତି ।

ସୂଚନାଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଚାରି ଦିନିଆ ମିନି-ଯୁଦ୍ଧ ହୋଇଥିଲା।ଏଥିରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଓ ପ୍ରତି ଆକ୍ରମଣର ଧାରା ଦେଖିବାକୁ ମିଳିଥିଲା। ପାକ-ପ୍ରାୟୋଜିତ ଆତଙ୍କବାଦୀମାନେ ପହଲଗାମରେ ୨୨ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ପରେ ଭାରତ ପାକିସ୍ତାନ ଏବଂ ପାକ-ଅଧିକୃତ କାଶ୍ମୀର (POK)ରେ ଆତଙ୍କବାଦ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିବାରୁ ଯୁଦ୍ଧ ହୋଇଥିଲା।ଗତ କିଛି ଦିନ ଧରି ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି । ବିଭିନ୍ନ ଜଙ୍ଗଲରୁ ସୁରକ୍ଷାକର୍ମୀ ବିପୁଳ ପରିମାଣରେ ଗୁଳିଗୋଳା ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଶୀତ ଦିନ ଥିବାରୁ କୁହୁଡିର ସୁଯୋଗ ନେଇ ଆତଙ୍କବାଦୀମାନେ ସୀମା ପାର୍ କରିପାରନ୍ତି । ଜମ୍ମୁ-କାଶ୍ମୀର ସମେତ ସାରା ଦେଶରେ ଅଶାନ୍ତି ସୃଷ୍ଟି କରିପାରନ୍ତି । ଯାହାକୁ ରୋକିବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ଭାରତୀୟ ଯବାନ ।

ଏଥିସହ ପଢ଼ନ୍ତୁ: 'ଅପରେସନ ସିନ୍ଦୂର'ରେ ବାହାର ଦେଶ ମଧ୍ୟସ୍ଥତା କରିନଥିଲେ: ଭାରତ

୨୦୨୬ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ଆମେରିକାର ଏକ ସଂସ୍ଥା କହିଛି । ୟୁଏସ ସଂସ୍ଥା ସିଏଫ୍ଆର୍ ଏହାର ୨୦୨୬ ରିପୋର୍ଟ କନଫ୍ଲିକ୍ଟସ୍ ଟୁ ୱାଚରେ କହିଛି ଯେ ବର୍ଦ୍ଧିତ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନୂଆ ସଶସ୍ତ୍ର ସଂଘର୍ଷ ହେବାର ସମ୍ଭାବନା ବହୁତ ଅଧିକ ରହିଛି।ଦେଖିବାକୁ ମିଳୁଛି ଯେ, ଡିସେମ୍ବର ଶେଷ ତଥା ଜାନୁଆରୀ ଆରମ୍ଭରୁ ସୀମାରେ ପାଟ୍ରୋଲିଂ ଜୋର ହୋଇଛି । ଦିନ ଏବଂ ରାତି ତମାମ ଯବାନମାନେ ପହରା ଦେଉଛନ୍ତି । ଶତ୍ରୁର ଗତିବିଧି ଉପରେ ନଜର ରଖୁଛନ୍ତି । ପିଓକେ ସମେତ ଅନ୍ୟ ଅନ୍ତର୍ଜାତୀୟ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଦେଶ ଖବର: 


Related Topics

Explore more stories