India Pakistan / 'ଅପରେସନ ସିନ୍ଦୂର'ରେ ବାହାର ଦେଶ ମଧ୍ୟସ୍ଥତା କରିନଥିଲେ: ଭାରତ
·8 months ago·2 min read

Key Points
ଚୀନକୁ କଡ଼ା ଜବାବ ଦେଲା ଭାରତ
'ଅପରେସନ ସିନ୍ଦୂର'ରେ ବାହାର ଦେଶ ମଧ୍ୟସ୍ଥତା କରିନଥିଲେ

ଥମୁନି ବିବାଦ। ଚାଇନାକୁ ମୁହଁତୋଡ ଜବାବ ଦେଲା ଭାରତ। ମୁହଁ ଖୋଲି ଭାରତ କହିଲା କେହି ନଥିଲେ ତୃତୀୟ ଲୋକ। ହେଲେ ଏମିତି କାହିଁକି କହିଲା ଭାରତ ବୋଲି ସବୁଠି ଚର୍ଚ୍ଚା ଜୋର। ପହଲଗାମ୍ ଆକ୍ରମଣ ପରେ ଭାରତ କରିଥିଲା ଏୟାରଷ୍ଚ୍ରାଇକ୍ । ପାକିସ୍ତାନରେ ରହୁଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ କରିଥିଲା ଧ୍ୱଂସ । ପାକ୍ ସୀମାରେ ପଶି ଆତଙ୍କବାଦୀଙ୍କୁ ମାରିଥିଲା ବ୍ରହ୍ମୋସ୍ ମିସାଇଲ୍ । ଯାହା ପରେ ପାକିସ୍ତାନ ମଧ୍ୟ ଡ୍ରୋନ୍ ଆକ୍ରମଣ କରିଥିଲା ।ଭାରତ ସବୁବେଳେ କହିଥାଏ ଯେ, ମେ ୭ରୁ ଆରମ୍ଭ ହୋଇଥିବା ଉଭୟ ଦେଶ ମଧ୍ୟରେ ଉତ୍ତେଜନାର ସମାଧାନ ହୋଇଥିଲା । ପାକିସ୍ତାନୀ ସେନା ଭାରତର ଡିଜିଏମଓଙ୍କୁ ଯୁଦ୍ଧ ରୋକିବାକୁ ଅନୁରୋଧ କରିଥିଲେ । କୌଣସି ତୃତୀୟ ପକ୍ଷ ଏଥିରେ ସାମିଲ ନଥିଲେ । ସିଧାସଳଖ ଦୁଇ ଦେଶ ଆଲୋଚନା କରିଥିଲେ । ଏହାପରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା ।
ଉଭୟ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିଲା । ଲଗାତାର ଚାଲିଥିଲା ମିସାଇଲ ଏବଂ ଡ୍ରୋନ୍ ଆଟାକ୍ । ତେବେ ଉଭୟ ଦେଶର ଯୁଦ୍ଧକୁ ବନ୍ଦ କରିଥିବା ଦାବି କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଭାରତ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରି ଆସିଛି । ଯୁଦ୍ଧ ବନ୍ଦ ପାଇଁ କୌଣସି ତୃତୀୟ ପକ୍ଷର ହାତ ନଥିବା ଭାରତ ସରକାରଙ୍କ ସୂତ୍ରରୂ ଜଣାପଡିଛି ।ଟ୍ରମ୍ପଙ୍କ ଭଳି ଡ୍ରାଗନର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ୍ ଓ୍ୱି ଦାବି କରିଥିଲେ ଯେ. ଭାରତ-ପାକିସ୍ତାନ, କମ୍ବୋଡିଆ-ଥାଇଲାଣ୍ଡ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଚୀନର ହାତ ରହିଛି । ଚଳିତ ବର୍ଷ ଅନେକ ଜାଗାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯ।ହାକୁ ରୋକିବା ପଛରେ ଚୀନର ହାତ ରହିଥିଲା ।
ଏଥିସହ ପଢ଼ନ୍ତୁ: ୫୧ ବର୍ଷ ବୟସରେ ଲେଖିକା ମାଳତୀ ମୁର୍ମୁଙ୍କ ଦେହାନ୍ତ
ଅନୁସାରେ, ଅପରେସନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଶେଷରେ ଅସ୍ତ୍ରବିରତି ହୋଇଥିଲା । ଏଥିରେ ଟ୍ରମ୍ପ ନିଜକୁ କ୍ରେଡିଟ୍ ଦେଉଛନ୍ତି । ଭାରତ ସରକାରଙ୍କ ସୂତ୍ରାନୁସାରେ, ଇସଲାମାବାଦ ପ୍ରଥମେ ଯୁଦ୍ଧ ବନ୍ଦ ପାଇଁ ଅନୁରୋଧ କରିଥିଲା । କୌଣସି ତୃତୀୟ ପକ୍ଷ ଏଥିରେ ହସ୍ତକ୍ଷେପ କରିନଥିଲେ । ତେବେ ସରକାରୀ ସୂତ୍ରର ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଟ୍ରମ୍ପଙ୍କ ସ୍ୱର ସହ ସ୍ୱର ମିଶାଇଛି ଚାଇନା । ଚାଇନା ହିଁ ମେ ମାସରେ ଭାରତ ପାକିସ୍ତାନ ଯୁଦ୍ଧ ରୋକିବାକୁ ମଧ୍ୟସ୍ତତା କରିଥିବା ସେଠାକାର ବୈଦେଶିକ ମନ୍ତ୍ରୀ କହିଥିଲେ । ତେବେ ସୂତ୍ରରୁ ଜଣା ପଡିଛି ଯେ, କୌଣସି ଦେଶ ଯୁଦ୍ଧ ବନ୍ଦ ପାଇଁ ଭାରତ ଉପରେ ଚାପ ପକାଇନଥିଲେ । ଏପରିକି ହସ୍ତକ୍ଷେପ ମଧ୍ୟ କରିନଥିଲେ । ପାକିସ୍ତାନ ଭାରତର ଡିଜିଏମଓଙ୍କୁ ଯୁଦ୍ଧ ରୋକିବାକୁ ନିବେଦନ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories