Honeymoon Turns Tragic / ବିବାହ ପରେ ହନିମୁନ୍ରେ ଯାଉଥିଲେ ଦମ୍ପତି; ହେଲିକପ୍ଟର କ୍ରାସ୍ରେ ହାରିଲେ ପ୍ରାଣ
·1 hour ago·2 min read

Key Points
କିଛି ଘଣ୍ଟା ତଳେ ପରସ୍ପରର ହାତ ଧରିଥିଲେ । କଥା ଦେଇଥିଲେ, ଜନ୍ମ ଜନ୍ମାନ୍ତରର ସାଥି ହୋଇ ରହିବେ । ହେଲେ ଅଧା ଜୀବନ ତ ଦୂର... ଆକାଶରେ ହାତ ଛାଡ଼ିଦେଇ ଆରପାରିକୁ ଚାଲିଗଲା...
ନୂଆଦିଲ୍ଲୀ: ବିବାହର ଖୁସି, ମାତ୍ର କିଛି ଘଣ୍ଟାରେ ଦୁଃଖରେ ବଦଳିଗଲା । ହନିମୁନ୍ରେ ଯାଉଥିବା ବେଳେ ଆମେରିକାରେ ନବ ବିବାହିତ ଭାରତୀୟ ବଂଶୋଦ୍ଭବ ଦମ୍ପତିଙ୍କ ହେଲିକପ୍ଟର କ୍ରାସ୍ ହୋଇଛି । ଯେଉଁଥିରେ ସ୍ଵାମୀ ଆଖି ବୁଜିଥିବା ବେଳେ ଜୀବନ ମରଣ ସହ ଲଢ଼ୁଛି ସ୍ତ୍ରୀ ।
ଏହି ଘଟଣା ୨ଟି ପରିବାରର ମନୋବଳ ଭାଙ୍ଗି ଦେଇଛି । କାରଣ କିଛି ଘଣ୍ଟା ପୂର୍ବରୁ ହିଁ ଉଭୟ ବନ୍ଧୁ ପରିଜନଙ୍କ ଗହଣରେ ପରସ୍ପରର ହାତ ଧରିଥିଲେ, ନୂଆ ଜୀବନ ଆରମ୍ଭ କରିଥିଲେ । ଆମେରିକାର ଜର୍ଜିଆ ରାଜ୍ୟରେ ଏହି ଦୁର୍ଘଟଣା ଘଟିଛି । ଯୁବକ ଜଣଙ୍କ ଜଣେ ପାଇଲଟ୍ ଥିଲେ ।
ଏଥିସହ ପଢ଼ନ୍ତୁ: ସୋସିଆଲ ମିଡିଆରେ ଲାଗିଲା ବୟସ ନିୟମ: ଆକାଉଣ୍ଟ ଖୋଲିଲେ କମ୍ପାନୀକୁ ଜରିମାନା
କେମିତି ଘଟିଲା ଦୁର୍ଘଟଣା ?
ଆମେରିକାର ଜର୍ଜିଆ ରାଜ୍ୟରେ ହେଲିକପ୍ଟର ଦୁର୍ଘଟଣାରେ ଭାରତୀୟ ବଂଶୋଦ୍ଭବ ଯୁବକ ପ୍ରାଣ ହରାଇଛନ୍ତି । ୨୬ ବର୍ଷୀ ଡେବ ଫିଜି ଡେଲ୍ଟା ଏୟାର ଲାଇନ୍ସର ପାଇଲଟ୍ । ତାଙ୍କ ପରିବାର କେରଳର ବାସିନ୍ଦା । ଡେବ ଫିଜି ବିବାହ ପରେ ପରେ ପତ୍ନୀଙ୍କ ସହ ହନିମୁନ୍ରେ ବାହାରିଥିଲେ ।
ମିଡିଆ ରିପୋର୍ଟ ଅନୁସାରେ, ଡେବ ଫିଜି ରିଜ ରବିନସନ୍ ଆର୍୬୬ ହେଲିକପ୍ଟରରେ ଉଡ଼ାଣ ଭରିଥିଲେ । ସେ ବିବାହ କରିଥିବା ସ୍ଥାନଠାରୁ ମାତ୍ର କେଇ କିଲୋମିଟର ଦୂରରେ ହେଲିକପ୍ଟରଟି କ୍ରାସ୍ ହୋଇଥିଲା । ଯେଉଁଥିରେ ଡେବ ଫିଜିଙ୍କ ମୃତ୍ୟୁ ହୋଇଛି ।
ଡେବ ଫିଜିଙ୍କ ବାପା କହିଛନ୍ତି, "ବିବାହକୁ ନେଇ ପୁଅ ବହୁତ ଖୁସି ଥିଲା । ଶୁକ୍ରବାର ଜେସ୍ନି ସହ ବିବାହ ହୋଇଥିଲା । ଦୁହେଁ ଦୁହିଁଙ୍କୁ ୧୦ ବର୍ଷ ହେଲା ଜାଣିଥିଲେ । ବିବାହରେ ପ୍ରାୟ ୪୦୦ ଅତିଥି ସାମିଲ୍ ହୋଇଥିଲେ । ରିସେପସନ୍ ସରିବା ପରେ ପୁଅବୋହୂ ହେଲିକପ୍ଟରରେ ବାହାରିଥିଲେ ।"
ଏଥିସହ ପଢ଼ନ୍ତୁ: ସକ୍ରିୟ ହେବାରେ ଲାଗିଛି 'ଏଲ୍ ନିନୋ'; ଆହୁରି ବଢିବ ଗରମ
ବିବାହ ମଣ୍ଡରୁ ଦମ୍ପତି ରବିନସନ୍ ଆର୍୬୬ ହେଲିକପ୍ଟରରେ ଜିରାଲ୍ବ-ପିଚଟ୍ରି ବିମାନବନ୍ଦରକୁ ଯାଉଥିଲେ । ସେଠାରୁ ଅଟଲାଣ୍ଟା ଯାଇ ହୋଟେଲରେ ରହିଥାନ୍ତେ । କିନ୍ତୁ ହେଲିକପ୍ଟର ବିମାନବନ୍ଦରରେ ପହଞ୍ଚିବା ପୂର୍ବରୁ ଡାନ୍ସନ କାଉଣ୍ଟିର ଏକ ଜଙ୍ଗଲ ଉପରେ କ୍ରାସ୍ ହୋଇଥିଲା ।
ଦୁର୍ଘଟଣା ପରେ ହେଲିକପ୍ଟର ଦୁର୍ଘଟଣାସ୍ଥଳ ଜାଣିବା ପାଇଁ ସମୟ ଲାଗିଥିଲା । ଜେସ୍ନି ପ୍ରାୟ ୬ ଘଣ୍ଟା ଧରି ଆହତ ଅବସ୍ଥାରେ ହେଲିକପ୍ଟରର ଭଗ୍ନାବଶେଷରେ ଫସି ରହିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଜେସ୍ନି ଜଣେ ନର୍ସ ହୋଇଥିବା ବେଳେ ଡେବ ଫିଜି ଜଣେ ପାଇଲଟ୍ ଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories