Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସକ୍ରିୟ ହେବାରେ ଲାଗିଛି 'ଏଲ୍ ନିନୋ'; ଆହୁରି ବଢିବ ଗରମ

National

NASA Report El Nino 2026 / ସକ୍ରିୟ ହେବାରେ ଲାଗିଛି 'ଏଲ୍ ନିନୋ'; ଆହୁରି ବଢିବ ଗରମ

Subhramjit Ray
Browse all articles by Subhramjit Ray
·1 hour ago·3 min read
ସକ୍ରିୟ ହେବାରେ ଲାଗିଛି 'ଏଲ୍ ନିନୋ'; ଆହୁରି ବଢିବ ଗରମ
NASA Report El-Nino 2026

Key Points

ମହାକାଶରୁ ସମୁଦ୍ର ସ୍ତର ଉପରେ ନଜର ରଖୁଥିବା ନାସାର ସେଣ୍ଟିନେଲ-୬ ଉପଗ୍ରହ ପ୍ରଶାନ୍ତ ମହାସାଗରରେ ଏକ ବଡ଼ "କେଲଭିନ୍ ତରଙ୍ଗ" ଚିହ୍ନଟ କରିଛି। ଯାହା ଦ୍ୱାରା ଚଳିତ ବର୍ଷ ଆହୁରି ଗରମ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି।
NASA Sentinel-6 Michael Freilich Satellite: ଭାରତ ସମେତ ବିଶ୍ୱର ଅନେକ ଦେଶ ପ୍ରବଳ ଗରମ ଅନୁଭୂତ ହେବାରେ ଲାଗିଛି। ଚଳିତ ବର୍ଷ "ଏଲ୍ ନିନୋ" ପ୍ରଭାବ ଦେଖିବାକୁ ମିଳିବା ନେଇ ବୈଜ୍ଞାନିକ ପୂର୍ବାନୁମାନ କରିଛନ୍ତି। ଆଉ ଏହା ମଧ୍ୟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ମଧ୍ୟ ଜାରି ହୋଇଛି ଏକ ଭୟଙ୍କର ଚେତାବନୀ। ନାସା ସେଣ୍ଟିନେଲ୍-୬ ମାଇକେଲ୍ ଫ୍ରିଲିଚ୍ ସାଟେଲାଇଟ୍ ସମୁଦ୍ରର ଗଭୀରରେ ଏକ ରହସ୍ୟଜନକ ଗତିବିଧି ରେକର୍ଡ କରିଛି। ଯାହାର ପ୍ରଭାବରେ ଆଗାମୀ କିଛି ମାସରେ ବୈଶ୍ୱିକ ପାଣିପାଗ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପାରେ।

ଏହି ସାଟେଲାଇଟ୍ ଦକ୍ଷିଣ ଆମେରିକା ଉପକୂଳରେ ସମୁଦ୍ର ସ୍ତର ବୃଦ୍ଧି ପାଉଥିବା ରେକର୍ଡ କରିଛି। ଯାହା ଦର୍ଶାଉଛି ଯେ ସେଠାରେ ସମୁଦ୍ର ଜଳର ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ସହିତ ନାସା ସମୁଦ୍ରରେ ଏକ ବିଶାଳ ଲହରୀ ମଧ୍ୟ କଏଦ କରିଛି। ବୈଜ୍ଞାନିକ ଭାଷାରେ ଏହାକୁ "କେଲଭିନ୍ ତରଙ୍ଗ" (Kelvin Wave) କୁହାଯାଏ। ଯାହା ବୃଦ୍ଧି ପାଉଥିବା ସାମୁଦ୍ରିକ ଜଳର ତାପମାତ୍ରାକୁ ଦର୍ଶାଇଥାଏ। ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ୱ ପୁଣି ଥରେ ବିପଜ୍ଜନକ "ଏଲ୍ ନିନୋ" ଚକ୍ର ଦ୍ୱାରା ପ୍ରଭାବିତ ହୋଇପାରେ। ଯାାହା ଫଳରେ ଅନେକ ଦେଶରେ ମରୁଡି, ତୀବ୍ର ଗରମ ଏବଂ ଅଣ ମୌସୁମୀ ବର୍ଷା ହୋଇପାରେ।

ଗତ ୨୦୨୦ ରେ ନାସା ଦ୍ୱାରା ପ୍ରକ୍ଷେପଣ କରାଯାଇଥିବା ସେଣ୍ଟିନେଲ୍-୬ ମାଇକେଲ୍ ଫ୍ରିଲିଚ୍ ସାଟେଲାଇଟ୍ ପ୍ରତି ୧୦ ଦିନରେ ସମଗ୍ର ସମୁଦ୍ରର ଜଳସ୍ତରକୁ ମାପିବା ଏହାର ନକ୍ସ ପ୍ରସ୍ତୁତ କରିଥାଏ। ଏହି ସାଟେଲାଇଟ୍ ସାମୁଦ୍ରିକ ଜଳ ସ୍ତରର ଗୋଟିଏ ଗୋଟିଏ ଇଞ୍ଚ ଅଂଶକୁ ମଧ୍ୟ ସଠିକତାର ସହିତ ମାପିପାରେ। ଏଲ୍ ନିନୋ ଘଟଣା ସମୟରେ, ଏହି ସାଟେଲାଇଟ୍ "ଉଷ୍ମ କେଲଭିନ୍ ତରଙ୍ଗ" (Warm Kelvin Waves) ଉପରେ ମଧ୍ୟ ନିରୀକ୍ଷଣ କରିଥାଏ।

ଏହା ସହ ପଢନ୍ତୁ: କେବେ ଆସିଥିଲା ଶେଷ ସୁପର ଏଲ୍ ନିନୋ? ଲୋକଙ୍କ ଉପରେ କିପରି ପଡ଼ିଥିଲା ଏହାର ପ୍ରଭାବ?

"ଉଷ୍ମ କେଲଭିନ୍ ତରଙ୍ଗ" କ'ଣ"?
ଏହି "ଉଷ୍ମ କେଲଭିନ୍ ତରଙ୍ଗ", ସମୁଦ୍ରରେ "ଏଲ୍ ନିନୋ" ଚକ୍ରକୁ ବିକାଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପ୍ରଶାନ୍ତ ମହାସାଗରରେ ବିଷୁବ ରେଖା ରହିଥିବା ଅଞ୍ଚଳରେ ପବନ ସାଧାରଣତଃ ପୂର୍ବ ଦିଗରୁ ପଶ୍ଚିମ ଦିଗ ଆଡକୁ ପ୍ରବାହିତ ହୋଇଥାଏ। ହେଲେ ଯେତେବେଳେ ଏହି ପବନ ଦୁର୍ବଳ ହୋଇଯାଏ ଏବଂ ପଶ୍ଚିମ ଦିଗରୁ ପବନ ବହିବା ଆରମ୍ଭ କରେ, ସେତେବେଳେ ପଶ୍ଚିମ ପ୍ରଶାନ୍ତ ମହାସାଗରରୁ ଉଷ୍ମ ସାମୁଦ୍ରିକ ଜଳ ପୂର୍ବ ଦିଗକୁ ଗତି କରେ। ମେ ମାସର ମଧ୍ୟଭାଗ ସୁଦ୍ଧା, ପେରୁ ଚାରିପାଖରେ ସମୁଦ୍ର ସ୍ତର ସ୍ୱାଭାବିକ ଠାରୁ ୧୫ ସେଣ୍ଟିମିଟର ଅଧିକ ବୃଦ୍ଧି ପାଇଛି। ଯେତେବେଳେ ଏହି "କେଲଭିନ୍ ତରଙ୍ଗ", ଗୋଟିଏ ପରେ ଗୋଟିଏ, କିଛି ମାସ ଧରି କଲମ୍ବିଆ, ଇକ୍ୱେଡର୍ ଏବଂ ପେରୁ ଆଦି ଦେଶର ଉପକୂଳରେ ଉଷ୍ମ ଜଳ ଜମା କରିଥାନ୍ତି, ସେତେବେଳେ "ଏଲ୍ ନିନୋ" ସକ୍ରିୟ ହୋଇଯାଏ।

ଦ୍ରୁତ ଗତିରେ ବଢିଚାଲିଛି "ଏଲ୍ ନିନୋ"
ନାସା ଜେଟ୍ ପ୍ରପଲ୍ସନ୍ ଲାବୋରେଟୋରୀ, ସହ ଜଡ଼ିତ ସମୁଦ୍ର ପତ୍ତନ ଗବେଷକ ଏବଂ ସାଟେଲାଇଟ୍ ପ୍ରୋଜେକ୍ଟ ବୈଜ୍ଞାନିକ ଜୋଶ୍ ୱିଲିସ୍ କହିଛନ୍ତି ଯେ ଚଳିତ ବର୍ଷର ଏଲ ନିନୋ ଗତ ୨୦୧୫ ଏବଂ ୧୯୯୭ ମସିହାରେ ହୋଇଥିବା ବଡ଼ ଆକାରର "ଏଲ ନିନୋ" ଅପେକ୍ଷା ଟିକିଏ ବିଳମ୍ବରେ ଆରମ୍ଭ ହୋଇଥିଲା। ହେଲେ ଏବେ ଏହା ଦ୍ରୁତ ବେଗରରେ ଗତି କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ଏବେ ଏହା ଦେଖିବାକୁ ପଡିବ ଯେ ଏହା କେତେ ବଡ଼ ହେଉଛି।

ଏହା ସହ ପଢନ୍ତୁ: 'ସୁପର ଏଲ୍ ନିନୋ' କ'ଣ? ଯିଏ ବଜାଇଛି ସତର୍କ ଘଣ୍ଟି 

ସେଣ୍ଟିନେଲ୍-୬ ମାଇକେଲ୍ ଫ୍ରିଲିଚ୍ ସାଟେଲାଇଟ୍ ଦ୍ୱାରା ମିଳିଥିବା ତଥ୍ୟ ଦର୍ଶାଉଛି ଯେ ଜାନୁଆରୀ ଶେଷ ଭାଗରେ ମାଇକ୍ରୋନେସିଆ ଚାରିପାଖରେ ଏକ ଛୋଟ "କେଲଭିନ୍ ତରଙ୍ଗ" ସୃଷ୍ଟି ହୋଇଥିଲା। ଯାହା ଫେବୃଆରୀ ମଧ୍ୟଭାଗ ସୁଦ୍ଧା ବିଲୁପ୍ତ ହୋଇଗଲା। ଏହା ପରେ ମାର୍ଚ୍ଚ ପ୍ରାରମ୍ଭରେ ଏକ ନୂତନ ତରଙ୍ଗ ସୃଷ୍ଟି ହୋଇଥିଲା। ଯାହା ଧିରେ ଧିରେ ପୂର୍ବ ଆଡ଼କୁ ଗତି କରୁଥିଲା। ମେ ମାସର ମଧ୍ୟଭାଗ ସୁଦ୍ଧା, ପେରୁ ଚାରିପାଖରେ ସମୁଦ୍ର ପତ୍ତନ ଦୀର୍ଘକାଳୀନ ସ୍ୱାଭାବିକ ମାତ୍ରା ଠାରୁ ୫.୯ ଇଞ୍ଚ (୧୫ ସେଣ୍ଟିମିଟର) ଠାରୁ ଅଧିକ ବୃଦ୍ଧି ପାଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NASA Satellites Detect Deep Ocean Heat: Super El Niño Warning Issued | Argus News