Videos
|
International

ଲାଇଭ ନ୍ୟୁଜରେ ମାଛି ଗିଳିଦେଲେ ଉପସ୍ଥାପିକା, ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଲାଇଭ ନ୍ୟୁଜରେ ମାଛି ଗିଳିଦେଲେ ଉପସ୍ଥାପିକା,  ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ :  ନ୍ୟୁଜ ପଢିଲାବେଳେ ମାଛି ଗିଳିଦେଲେ ଆଙ୍କର । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏକ ନିର୍ଦ୍ଦିଷ୍ଟ ଅନ୍ତର୍ଜାତୀୟ ଗଣମାଧ୍ୟମର ଉପସ୍ଥାପିକା ଭନେସା ୱେଲ୍ଚଙ୍କ ସହ ଏପରି ଘଟଣା ଘଟିଛି । ଏକ ଲାଇଭ ନ୍ୟୁଜ ସୋ ଚାଲିଥିବା ବେଳେ ଏକ ମାଛି ତାଙ୍କ ଆଖିର ତଳ ଭାଗରେ ବସିଥିଲା । ଏହାର କିଛି ସମୟ ପରେ ସେହି ମାଛିଟି ଆସି ସେହି ଆଙ୍କର ପାଟି ଭିତରେ ପଶି ଯାଇଥିଲେ । ଆଉ ସେ ତାକୁ ଗିଳିଦେଇ ପୁଣି ନ୍ୟଜ ପଢା ଚାଲୁ ରଖିଥିଲେ । ହେଲେ ଏହି ସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଯାଇଥିଲା । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

 

ଯାହାକୁ ନେଇ ଅନେକ ସୋସିଆଲ ମିଡିଆ ୟୁଜର୍ସ ଅନେକ ମତାମତ ଦେଇଛନ୍ତି । ଜଣେ ଲେଖିଛନ୍ତି, ଖୁବ ସୁନ୍ଦର ଭାବେ ସେ ସେହି ସମୟକୁ ମ୍ୟାନେଜ କରିଛନ୍ତି । ଆଉ ଜଣେ ଲେଖିଛନ୍ତି, ସେଇଟା ମାଛି ନୁହେଁ ତାଙ୍କର ଆର୍ଟିଫିସିଆଲ ଆଖିପତା ହଁ ଥିଲା । ଯେଉଁଟା ସିଏ ବ୍ୟବହାର କରିଥିଲେ ନିଜ ଆଖିରେ । ସେଥିରୁ ହିଁ କିଛି ଅଂଶ ତାଙ୍କ ଆଖି ତଳେ ପଡିଥିଲା ଏବଂ ଉଡିଆସି ତାଙ୍କ ପାଟି ଭିତରେ ପଶିଗଲା । ତେବେ ଅନେକ ଜଣ ତାଙ୍କର ଧୈର୍ଯ୍ୟ ଏବଂ କାମ ପ୍ରତି ଥିବା ନିଷ୍ଠାକୁ ନେଇ ତାରିଫ କରିଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

News anchor swallows fly in live news, video goes viral | Argus News