Nigeria Boat Tragedy / ଅନ୍ତିମ ସଂସ୍କାରକୁ ଯାଉଥିବା ବେଳେ ବଡ଼ ଅଘଟଣ...ନଦୀରେ ଓଲଟିଲା ଡଙ୍ଗା, ଚାଲିଗଲା ୨୪ ଜୀବନ
·36 mins ago·2 min read

Key Points
ନାଇଜେରିଆରେ ଭୟଙ୍କର ଡଙ୍ଗା ଦୁର୍ଘଟଣା
ବାଟରେ ଚାଲିଗଲା ୨୪ ଜୀବନ
ନିଖୋଜଙ୍କୁ ଖୋଜୁଛି ଉଦ୍ଧାରକାରୀ ଦଳ
ବାଟରେ ଚାଲିଗଲା ୨୪ ଜୀବନ
ନିଖୋଜଙ୍କୁ ଖୋଜୁଛି ଉଦ୍ଧାରକାରୀ ଦଳ
ଦକ୍ଷିଣ ନାଇଜେରିଆରେ ଏକ ଭୟଙ୍କର ଡଙ୍ଗା ଦୁର୍ଘଟଣା ଘଟିଛି । ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଯାଉଥିବା ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନଦୀରେ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅନ୍ୟ ନିଖୋଜ ଯାତ୍ରୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ଜାରି ରହିଛି ।
ନାଇଜେରିଆର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିର ମୁଖପାତ୍ର ମାଞ୍ଜୋ ଏଜେକିଙ୍କ ସୂଚନା ଅନୁଯାୟୀ, ଡଙ୍ଗାଟି ଗୋଟିଏ ଅଞ୍ଚଳରୁ ଅନ୍ୟ ଏକ ଅଞ୍ଚଳକୁ ଯାତ୍ରୀମାନଙ୍କୁ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ନେଇ ଯାଉଥିଲା । ଏହି ସମୟରେ ଶୁକ୍ରବାର ଦିନ ଦେଶର ଦକ୍ଷିଣ-ଦକ୍ଷିଣ ଅଞ୍ଚଳର ବାୟେଲସା ରାଜ୍ୟରେ ଡଙ୍ଗାଟି ନଦୀରେ ବୁଡ଼ି ଯାଇଥିଲା ।
ଏଜେକି କହିଛନ୍ତି ଯେ, ନିଖୋଜ ଯାତ୍ରୀଙ୍କ ସନ୍ଧାନ ଜାରି ରହିଛି । ତେବେ ଏପର୍ଯ୍ୟନ୍ତ କେତେ ଜଣ ନିଖୋଜ ଅଛନ୍ତି ଏବଂ ଡଙ୍ଗାରେ ମୋଟ କେତେ ଯାତ୍ରୀ ଥିଲେ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ପୋଲିସ ମୁଖପାତ୍ର ମୁସା ମହମ୍ମଦ କହିଛନ୍ତି ଯେ, ୨୪ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।
ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା !

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ ମୁଖପାତ୍ର ମୁସା ମହମ୍ମଦଙ୍କ କହିବା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଡଙ୍ଗାରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ିଛି । ଡଙ୍ଗାରେ ଥିବା ଯାତ୍ରୀମାନେ ଏହାକୁ କୂଳ ଆଡ଼କୁ ନେବା ପାଇଁ ଚାଳକଙ୍କୁ କହିଥିଲେ। କିନ୍ତୁ ଅଭିଯୋଗ ଅନୁଯାୟୀ, ଚାଳକ ଏହାକୁ ଅଣଦେଖା କରିଥିଲେ । ଏହାପରେ ଡଙ୍ଗା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଡଙ୍ଗାର ପରିଚାଳକଙ୍କୁ ପୋଲିସ ଅଟକ ରଖିଛି ।
ସୁରକ୍ଷା ନିୟମ ପାଳନ ପାଇଁ ସରକାରଙ୍କ ଅପିଲ୍
ଏହି ଦୁର୍ଘଟଣା ପରେ ବାୟେଲସା ରାଜ୍ୟ ସରକାର ଡଙ୍ଗା ଚାଳକ ଓ ଯାତ୍ରୀମାନଙ୍କୁ ଜଳଯାତ୍ରା ସମୟରେ ସୁରକ୍ଷା ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଅପିଲ୍ କରିଛନ୍ତି । ବାୟେଲସା ରାଜ୍ୟ ସୂଚନା କମିଶନର, ଏବିଉଉ କୋକୁ-ଓବିଆଇ ଶନିବାର ଏକ ବିବୃତ୍ତିରେ କହିଛନ୍ତି, "ଅତ୍ୟଧିକ ଲୋଡିଂ, ଦ୍ରୁତ ଗତି, ଅସାବଧାନତା ଏବଂ ଲାଇଫ୍ ଜ୍ୟାକେଟ୍ ବିନା ଯାତ୍ରା ବନ୍ଦ କରାଯିବା ଉଚିତ। କୌଣସି ଯାତ୍ରା ନିଜ ଜୀବନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ ।"

Related Topics
Explore more stories