Rape Festival / ରାସ୍ତା ମଝିରେ ପୋଷାକ ଚିରିଲେ, ଦୁଷ୍ମର୍ମ କଲେ
·3 hours ago·2 min read

Key Points
ମହିଳାମାନଙ୍କୁ ସର୍ବସାଧାରଣରେ କରାଗଲା ଦୁଷ୍କର୍ମ
ପ୍ରଜନନ ଉତ୍ସବରେ ମହିଳାମାନଙ୍କୁ ରାଜରାସ୍ତାରେ ଦୁଷ୍ମର୍ମ
ନାଇଜେରିଆରେ ଘଟିଛି ଘଟଣା

୦୪/୦୫: ଭୁବନେଶ୍ବର: ମହିଳାମାନଙ୍କୁ ସର୍ବସାଧାରଣରେ କରାଗଲା ଦୁଷ୍କର୍ମ। ପୁରୁଷମାନଙ୍କ ଏକ ଦଳ ରାସ୍ତାରେ ମହିଳାଙ୍କୁ ପିଛା କରିଥିଲେ ଏବଂ ରାଜରାସ୍ତାରେ କରିଥିଲେ ଦୁଷ୍ମର୍ମ। ଏହି ଲଜ୍ଜାଜନକ ଘଟଣା ଘଟିଛି ନାଇଜେରିଆରେ। ପ୍ରଜନନ ଉତ୍ସବ ସମୟରେ ମହିଳାମାନଙ୍କୁ ରାଜରାସ୍ତାରେ ଦୁଷ୍ମର୍ମ କରାଯାଇଥିଲା।
ନାଇଜେରିଆରେ ମହିଳାମାନଙ୍କୁ ଖୋଲାଖୋଲି ବଳାତ୍କାର କରାଯାଉଛି
ରିପୋର୍ଟ ଅନୁଯାୟୀ, ଘଟଣାଟି ଘଟିଛି ନାଇଜେରିଆର ଡେଲ୍ଟା ଷ୍ଟେଟରେ। "ଆଲୁଏ-ଡୋ" ବା ପ୍ରଜନନ ଉତ୍ସବରେ ଘଟିଥିଲା ଏହି ଘଟଣା। ଏହି ପ୍ରଜନନ ଉତ୍ସବ ଓରାମୁଡୁ ସମ୍ପ୍ରଦାୟ ଦ୍ୱାରା ପାଳନ କରାଯାଏ। ପୁରୁଷମାନେ ସର୍ବସାଧାରଣରେ ମହିଳାମାନଙ୍କୁ ପିଛା କରିବା ଆରମ୍ଭ କରିବା ପରେ ଉତ୍ସବର ପରିବେଶ ଖରାପ ହୋଇଯାଇଥିଲା। କିଛି ମହିଳା ଅଭିଯୋଗ କରିଥିଲେ ଯେ ସେମାନଙ୍କ ପୋଷାକ ଚିରି ଦିଆଯାଇଥିଲା ଏବଂ ବଳପୂର୍ବକ କାଢ଼ି ଦିଆଯାଇଥିଲା, ଯାହା ପରେ ସେମାନଙ୍କୁ ସର୍ବସାଧାରଣରେ ଯୌନ ନିର୍ଯାତନା ଦିଆଯାଇଥିଲା।
ପଢନ୍ତୁ ଏହି ଖବର: ଇସ୍ରାଏଲ ଆକ୍ରମଣରେ କମ୍ପି ଉଠିଲା ଲେବାନନ୍; ମାଟିରେ ମିଶିଲା ହିଜିବୁଲ୍ଲା ଶିବିର
ଘଟଣା ସମୟରେ ଅନେକ ଲୋକ ଉପସ୍ଥିତ ଥିଲେ, ଯେଉଁମାନେ ହିଂସା ବନ୍ଦ କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ଚିତ୍କାର କରିଥିଲେ। ଏହି ଘଟଣାରେ ପୁରୁଷମାନଙ୍କର ଏକ ବଡ଼ ଗୋଷ୍ଠୀ ଏବଂ କିଛି କ୍ଷେତ୍ରରେ, ଏପରିକି ଛୋଟ ପୁଅ ମାନେ ମଧ୍ୟ ସାମିଲ ଥିଲେ।
ପୀଡିତା ମାନଙ୍କ ମଧ୍ୟରୁ ଅନେକ ନିକଟସ୍ଥ ବିଶ୍ୱବିଦ୍ୟାଳୟର ଛାତ୍ରୀ ବୋଲି ସନ୍ଦେହ କରାଯାଉଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରାସ୍ତା ମଝିରେ ଲୋକମାନେ ପୋଷାକ ଚିରିଦେଲେ
ପୀଡ଼ିତାଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ଦୁଃଖଦ ଘଟଣା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ପୀଡିତା କହିଛନ୍ତି, "ସେ ତାଙ୍କ ମୋଟରସାଇକେଲରେ ପହଞ୍ଚିବାର କିଛି ସମୟ ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଭିଡ଼ରେ ଥିବା ଲୋକମାନେ ହଠାତ୍ ତାଙ୍କୁ ଦେଖି ଚିତ୍କାର କରିବାକୁ ଲାଗିଲେ, 'ତାଙ୍କୁ ଧର, ତାଙ୍କୁ ଧର, ସେ ଜଣେ ମହିଳା।'
"ସେମାନେ ମହୁମାଛି ପରି ମୋ ଉପରେ ଆକ୍ରମଣ କରିଥିଲେ। ଭିଡ଼ର ଏକ ବଡ଼ ଅଂଶ ମୋର ପୋଷାକ ଖୋଲି ପକାଇଲେ ଯେପର୍ଯ୍ୟନ୍ତ ମୁଁ ସମ୍ପୂର୍ଣ୍ଣ ଉଲଗ୍ନ ହୋଇଗଲି। ସେମାନେ ମୋ ସମ୍ପୂର୍ଣ୍ଣ ଶରୀରକୁ ଛୁଇଁଥିଲେ। ମୁଁ ସାହାଯ୍ୟ ପାଇଁ ଚିତ୍କାର କରୁଥିଲି।" ବୋଲି ପିଡ଼ିତା କହିଛନ୍ତି।
ପିଡ଼ିତା ଆହୁରି କହିଛନ୍ତି ଯେ ଶେଷରେ ଜଣେ ପଥଚାରୀ ତାଙ୍କୁ ଉଦ୍ଧାର କରିଥିଲେ। ଜଣେ ପଥଚାରୀ ହସ୍ତକ୍ଷେପ କରି ତାଙ୍କୁ ଭିଡ଼ରୁ ସୁରକ୍ଷିତ ଭାବରେ ବାହାରକୁ ଆଣିବାରେ ସାହାଯ୍ୟ କରିଥିଲେ। ଘଟଣା ସମୟରେ ତାଙ୍କର ଫୋନ୍ ମଧ୍ୟ ଛଡ଼ାଇ ନିଆଯାଇଥିଲା। ସେ କହିଛନ୍ତି ଯେ ସେ ଏବେ ବି ଶାରୀରିକ ଯନ୍ତ୍ରଣା ଏବଂ ମାନସିକ ଆଘାତ ଭୋଗୁଛନ୍ତି।
ଡେଲ୍ଟା ଷ୍ଟେଟ୍ ପୋଲିସ ନିଶ୍ଚିତ କରିଛି ଯେ ଏହି ମାମଲାରେ ଅନେକ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ସ୍ଥାନୀୟ ସମ୍ପ୍ରଦାୟ ନେତା ଏବଂ ଚାରି ଜଣ ଯୁବକ ଅଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories