Videos
|
International

Nobel Prize / ରବର୍ଟ ଇ ହଲ୍ ଓ ମାଇକେଲ୍ ଉଡଫର୍ଡ ପାଇବେ ଅର୍ଥନୀତିରେ ନୋବେଲ୍ ପୁରସ୍କାର

Sushanta Sahoo
Browse all articles by Sushanta Sahoo
·53 mins ago·2 min read
ରବର୍ଟ ଇ ହଲ୍ ଓ ମାଇକେଲ୍ ଉଡଫର୍ଡ ପାଇବେ ଅର୍ଥନୀତିରେ ନୋବେଲ୍ ପୁରସ୍କାର
Two Economists Win Nobel Prize

Key Points

୨୦୨୬ ବର୍ଷରେ ଅର୍ଥନୀତିରେ ୨ ଜଣଙ୍କୁ ନୋବେଲ୍ ମିଳିବ । ଅର୍ଥନୀତିରେ ନୋବେଲ୍ ଲାଗି ରବର୍ଟ ଇ ହଲ୍ ଓ ମାଇକେଲ୍ ଉଡଫର୍ଡଙ୍କ ନାଁ ଘୋଷଣା କରାଯାଇଛି ।
ନୂଆଦିଲ୍ଲୀ: ଅର୍ଥନୀତିରେ ନୋବେଲ୍ ଘୋଷଣା ହୋଇଛି । ୨୦୨୬ ବର୍ଷରେ ଅର୍ଥନୀତିରେ ୨ ଜଣଙ୍କୁ ନୋବେଲ୍ ମିଳିବ । ରୋୟାଲ୍ ସ୍ଵିଡିଶ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଅର୍ଥନୀତିରେ ନୋବେଲ୍ ଲାଗି ରବର୍ଟ ଇ ହଲ୍ ଓ ମାଇକେଲ୍ ଉଡଫର୍ଡଙ୍କ ନାଁ ଘୋଷଣା କରାଯାଇଛି ।


ଆଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ ଅର୍ଥନୀତିରେ ରୋୟାଲ୍ ସ୍ଵିଡିଶ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଅର୍ଥନୀତିରେ ନୋବେଲ୍ ପ୍ରଦାନ କରାଯିବ । ରବର୍ଟ ଇ ହଲ୍ ଓ ମାଇକେଲ୍ ଉଡଫର୍ଡ “for microeconomic foundations of macroeconomic stabilisation.” ପାଇଁ ଅର୍ଥନୀତିରେ ନୋବେଲ୍ ପାଇବେ ।

ଦୁଇ ଆମେରିକୀୟ ଅର୍ଥନୀତିଜ୍ଞ ଦର୍ଶାଇଥିଲେ ଯେ, ସ୍ଥିରୀକରଣ ନୀତିକୁ ପୁନର୍ଜୀବିତ କରିବା ଲାଗି ଆର୍ଥିକ ମଡେଲ୍‌ର ପୁନଃ ନିର୍ମାଣ କିଭଳି କରାଯାଇ ପାରିବ । ମୁଦ୍ରାସ୍ଫୀତି, ଉତ୍ପାଦନ ଓ ବ୍ୟବହାର ଭଳି ମାଇକ୍ରୋଇକୋନୋମିକ୍ ଭାରିଏବଲ୍ସ ମଧ୍ୟରେ ସଂଖ୍ୟାଗତ ସମ୍ବନ୍ଧିତ ମଡେଲ୍ ପରିବର୍ତ୍ତ ମାଇକ୍ରୋଇକୋନମିକ ଆଧାରରେ ପ୍ରସ୍ତୁତିର ବିକଳ୍ପ ଚୟନ କରିଥିଲେ । ଯେଉଁଥିରେ ବ୍ୟକ୍ତିଗତ ପରିବାର ଓ ବ୍ୟବସାୟୀଙ୍କ ସମୂହ ସେମାନଙ୍କ କାର୍ଯ୍ୟ ମାଧ୍ୟମରେ ଅର୍ଥ ବ୍ୟବସ୍ଥାକୁ କିଭଳି ପ୍ରଭାବିତ କରୁଛନ୍ତି ତାହା ଦର୍ଶା ଯାଇଥିଲା ।

କାନାଡ଼ାର କବିଙ୍କୁ ସାହିତ୍ୟରେ ନୋବେଲ୍

କାନାଡ଼ାର କବି ଏନି କାର୍ସନଙ୍କୁ ୨୦୨୬ରେ ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ । ଏନି କାର୍ସନ ୧୯୯୦ରେ ଅନେକ ପ୍ରସିଦ୍ଧ ରଚନା କରିଥିଲେ । କାର୍ସନଙ୍କ ତୀକ୍ଷଣ ଓ ନୂଆ ବିଚାର ପାଇଁ ତାଙ୍କୁ ପୁରସ୍କୃତ କରାଯାଉଥିବା ନୋବେଲ୍ କମିଟି କହିଛି ।

ଏଥିସହ ପଢ଼ନ୍ତୁ: ଭାରତୀୟ ବଂଶୋଦ୍ଭବ ନାଭାନେଥମ୍ 'ନାଭି' ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର 

ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଶାନ୍ତି ପାଇଁ ନୋବେଲ୍

ଅନ୍ତର୍ଜାତୀୟ ସ୍ତରରେ ଶାନ୍ତି ପ୍ରତିଷ୍ଠା ଏବଂ ମାନବାଧିକାର ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଭାରତୀୟ ବଂଶୋଦ୍ଭବ ତଥା ଦକ୍ଷିଣ ଆଫ୍ରିକାର ବିଶିଷ୍ଟ ଆଇନଜ୍ଞ ନାଭାନେଥମ୍ "ନାଭି" ପିଲ୍ଲେ (Navanethem "Navi" Pillay)ଙ୍କୁ ୨୦୨୬ ବର୍ଷର ପ୍ରତିଷ୍ଠିତ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଶୁକ୍ରବାର ନରୱେଜିଆନ୍ ନୋବେଲ କମିଟି ପକ୍ଷରୁ ଏହି ଐତିହାସିକ ଘୋଷଣା କରାଯାଇଛି ।
​
ଶାନ୍ତି ପୁରସ୍କାର କାହିଁକି ମିଳିଲା?

ଅନ୍ତର୍ଜାତୀୟ ଆଇନର ସୁରକ୍ଷା: ବିଶ୍ୱବ୍ୟାପୀ ଶାନ୍ତି ବଜାୟ ରଖିବା ଏବଂ ମାନବତା ବିରୋଧୀ ଅପରାଧ ରୋକିବା ପାଇଁ ଅନ୍ତର୍ଜାତୀୟ ଆଇନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ତାଙ୍କର ଆଜୀବନ ସଂଘର୍ଷ ରହିଛି । ମାନବାଧିକାର ଉଲ୍ଲଂଘନ ତଥା ଯୁଦ୍ଧାପରାଧ କ୍ଷେତ୍ରରେ ଶାସକ ଏବଂ ରାଜନୈତିକ ନେତୃବୃନ୍ଦଙ୍କୁ ଆଇନର ପରିସରଭୁକ୍ତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: