Kim Jong Un / ଉତ୍ତର କୋରିଆ ଲୋକଙ୍କୁ ମିଳୁନି ଖାଦ୍ୟ, ଖାଉଛନ୍ତି...

Key Points
ଭୋକର ଜ୍ୱାଳାରେ କଲବଲ ଉତ୍ତର କୋରିଆ ଲୋକେ
ମାରି ଖାଉଛନ୍ତି ବାଘ, ଭାଲୁ, ଓଧ
ଉତ୍ତର କୋରିଆ। ସବୁବେଳେ ନିଜର ଏକ ସ୍ୱତନ୍ତ୍ର ଜିନିଷକୁ ନେଇ ଚର୍ଚ୍ଚାରେ ଥାଏ। ବର୍ତ୍ତମାନ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ବାଘ ଖାଉଛନ୍ତି ଉତ୍ତର କୋରିଆ ଲୋକ। ଉତ୍ତର କୋରିଆରେ ଯଦି ଆପଣଙ୍କ ଖାଦ୍ୟ ଥାଳିରେ ବାଘ ମାଂସ ପରସାଯାଏ, ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ଏଠାରେ ଲୋକେ ଏବେ ବାଘ, ଭାଲୁ ଓ ଓଧ ଭଳି ଜନ୍ତୁଙ୍କୁ ଭୋଜନ ପାଇଁ ଶିକାର କରୁଛନ୍ତି । ସଉକ ଭାବେ ଏମାନଙ୍କର ଶିକାର କରାଯାଉଛି ବୋଲି ଯଦି ଭାବୁଛନ୍ତି, ତାହା ଆଦୌ ନୁହେଁ । ଯେଉଁ ଜନ୍ତୁଙ୍କ ମାଂସ ଖାଇବାଯୋଗ୍ୟ ନୁହେଁ, ଲୋକେ ବାଧ୍ୟହୋଇ ସେମାନଙ୍କୁ ମାରି ଖାଉଛନ୍ତି । ୧୯୯୦ ଦଶକ ପରେ ପ୍ରଥମ ଥର ଦୁର୍ଭିକ୍ଷ ଯୋଗୁ ଉତ୍ତର କୋରିଆବାସୀ ଦ୍ୱିପ୍ରହର ଭୋଜନ ନ ପାଇଁ ଭୋକରେ ରହୁଛନ୍ତି ।
ଏଠାରେ ଭୋକରେ ଥିବା ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଲଭ ପ୍ରଜାତି ଯଥା- ସାଇବେରିଆ ବାଘ, ଅମୂର ଚିତାବାଘ ଓ ସେବଲ ଆଦି (ଏକ ପ୍ରକାର ନେଉଳ) ଖାଦ୍ୟ ପାଲଟିଛନ୍ତି । ରାତ୍ରିଭୋଜନରେ ପରସା ଯାଉଥିବା ଅନ୍ୟ ଜନ୍ତୁଙ୍କ ମଧ୍ୟରେ ଭାଲୁ, ଓଧ, ହରିଣ ଓ ଲମ୍ବା ଲାଞ୍ଜଯୁକ୍ତ ଗୋରଲ (ଛେଳି ଭଳି ଜନ୍ତୁ) ସାମିଲ । ଏପରିକି କୋକିଶିଆଳି, ବେଜର ମଧ୍ୟ ଏମାନଙ୍କ ଭୋଜନରେ ସାମିଲ ହୋଇଛନ୍ତି ।ଉତ୍ତର କୋରିଆବାସୀ କ୍ଷୁଧାର ଜ୍ୱାଳା ସହିପାରୁନାହାନ୍ତି । ସେଥିପାଇଁ ବାଘ ଓ ଭାଲୁ ଭଳି ଜନ୍ତୁଙ୍କୁ ରାନ୍ଧି ଖାଉଛନ୍ତି । ଏଠାରେ ଲୋକେ ଅନେକ ବର୍ଷ ହେଲା ଦୁର୍ଭିକ୍ଷ ସହ ସଂଘର୍ଷ କରୁଛନ୍ତି । ଉତ୍ତର କୋରିଆ ସୁପ୍ରିମୋ କିମ୍ ଜଙ୍ଗ-ଉନ୍ ବିଳାସପୂର୍ଣ୍ଣ ଜୀବନ ନିର୍ବାହ କରୁଛନ୍ତି । କିନ୍ତୁ ଦେଶବାସୀଙ୍କୁ ଭୋକରେ ରଖିଛନ୍ତି, ଯେଉଁଥିପାଇଁ ସେ ସର୍ବଦା ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏଠାରେ ରାଜ୍ୟ ବ୍ୟବସ୍ଥା ଧ୍ୱସ୍ତ ହୋଇସାରିଛି । ଖାଦ୍ୟ ସଙ୍କଟ ଚରମରେ ପହଞ୍ଚିଛି ।
ଏଥିସହ ପଢ଼ନ୍ତୁ: ଚର୍ଚ୍ଚାରେ କିମ୍ ଜୋଙ୍ଗ୍ , ପୁଣି ଉତ୍ତର କୋରିଆରେ ଲାଗୁହେଲା ଅଜବ ନିୟମ
📱 Get Argus News App
✨ଏହି ସ୍ଥିତିରେ ବିଲୁପ୍ତିର ଦ୍ୱାରରେ ଥିବା ଦୁର୍ଲଭ ଜନ୍ତୁଙ୍କ ଶିକାର କରିବାକୁ ମଧ୍ୟ ଲୋକେ ପଛାଉ ନାହାନ୍ତି । ଦେଶରୁ ବାହାରିଥିବା ୪୨ ଜଣଙ୍କ ସହ ଆଲୋଚନା ପରେ ଏହି ଚିତ୍ର ସାମ୍ନାକୁ ଆସିଛି । ଏମାନେ ସାହସ ଜୁଟାଇ ଏକଛତ୍ରବାଦ ଶାସନାଧୀନ ନିଜ ଦେଶର ଜୀବନସ୍ତର ବିଷୟରେ ଗଣମାଧ୍ୟମକୁ କହିଛନ୍ତି । ୟୁନିଭର୍ସିଟି କଲେଜ ଲଣ୍ଡନର ଜୋଶୁଆ ଏଲ୍ଭେସ-ପାୱେଲ ଗଣମାଧ୍ୟମକୁ କହିଛନ୍ତି, ଶୁଣିବାକୁ ଅଜବ ଲାଗିପାରେ । କିନ୍ତୁ ଉତ୍ତର କୋରିଆରେ ଖିଆ ଯାଉନଥିବା ସମସ୍ତ ଛୋଟ-ବଡ଼ ଜନ୍ତୁଙ୍କର ଶିକାର କରାଯାଉଛି । ଦେଶରେ ବିତରଣ ପ୍ରଣାଳୀ ଧ୍ୱସ୍ତ ହେବା ପରେ ଜନ୍ତୁଙ୍କର ବ୍ୟାପକ ଶିକାର ଆରମ୍ଭ ହୋଇଛି । ଏଥିରେ ସର୍ବାଧିକ ବାଘ ଶିକାର କରାଯାଉଛି, ତାହା ପୁଣି କେବଳ ଭୋଜନ ପାଇଁ ।
ଆଇସକ୍ରିମ, 'ହମବର୍ଗର' 'କାରାଓକେ' ଭଳି ଶବ୍ଦ ଯଦି ଆପଣ ବ୍ୟବହାର କରୁଛନ୍ତି ତେବେ ମିଳିବ କଡାରୁ କଡା ଦଣ୍ଡ । ଏହି ସବୁ ଶବ୍ଦ ଏବେ ଏହି ଦେଶରେ ବ୍ୟାନ କରାଯାଇଛି । ଯାହାକୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଥିଲା । ସବୁବେଳେ ନିଜର ଅଜବ ନିୟମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମଜୋଙ୍ଗ୍ଉନ୍ । ନିଜ ଦେଶରେ ପୂର୍ବରୁ ଅନେକ ପ୍ରକାରର ଇଂରାଜୀ ଶବ୍ଦ ବ୍ୟାନ କରିଛନ୍ତି । ଆଉ ବର୍ତ୍ତମାନ ଆଇସକ୍ରିମ, 'ହମବର୍ଗର' 'କାରାଓକେ' ଭଳି ସାମାନ୍ୟ ଶବ୍ଦକୁ ମଧ୍ୟ ବ୍ୟାନ କରି ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories