Videos
|
International

Dog Soup / ୪୦ ଡିଗ୍ରୀ ଗରମ; 'କୁକୁର ସୁପ୍' ପିଇବାକୁ କାହିଁକି ଲୋକଙ୍କୁ କହୁଛନ୍ତି ଉତ୍ତର କୋରିଆ ସରକାର ?

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୪୦ ଡିଗ୍ରୀ ଗରମ; 'କୁକୁର ସୁପ୍' ପିଇବାକୁ କାହିଁକି ଲୋକଙ୍କୁ କହୁଛନ୍ତି ଉତ୍ତର କୋରିଆ ସରକାର ?
North Korea Urges Citizens to Drink Dog Soup

Key Points

ଉତ୍ତର କୋରିଆରେ ଭୀଷଣ ଗରମ ପଡ଼ୁଛି । ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ସରକାର ଅଜବ ଘରୋଇ ଉପଚାର ଉପରେ ଗୁରୁତ୍ଵ ଦେଇଛନ୍ତି ।
ନୂଆଦିଲ୍ଲୀ: ଗୋଟିଏ ପଟେ ଦକ୍ଷିଣ କୋରିଆ କୁକୁର ମାଂସ ଖାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି । ଆଉ ଠିକ୍ ସେତିକିବେଳେ ପଡ଼ୋଶୀ ଉତ୍ତର କୋରିଆ ନେଇଛି ଓଲଟା ନିଷ୍ପତ୍ତି । ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କୁକୁର ସୁପ୍ ପିଇବା ଉପରେ ଜୋର୍ ଦେଇଛି ।

ଏବେ ଉତ୍ତର କୋରିଆରେ ଭୀଷଣ ଗରମ ପଡ଼ୁଛି । ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ସରକାର ଅଜବ ଘରୋଇ ଉପଚାର ଉପରେ ଗୁରୁତ୍ଵ ଦେଇଛନ୍ତି । ସରକାରଙ୍କ ଯୁକ୍ତି ହେଲା, ଗରମ ହିଁ ଗରମକୁ କାଟିବ ।

ଏଥିସହ ପଢ଼ନ୍ତୁ: ସ୍କୁଲରେ ଅଚାନକ ଗୁଳିଚାଳନା: ଚାଲିଗଲା ୭ ଜଣଙ୍କ ଜୀବନ, ୨୦ ଛାତ୍ର ଆହତ 

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭିତରେ ଉତ୍ତର କୋରିଆର ସରକାରୀ ମିଡିଆ ଲୋକଙ୍କୁ କୁକୁର ମାଂସରୁ ପ୍ରସ୍ତୁତ ସୁପ୍ ପିଇବାକୁ ପରାମର୍ଶ ଦେଉଛନ୍ତି । ସରକାରଙ୍କ ଦାବି ହେଉଛି, ଏହି ସୁପ୍ ଶରୀରକୁ ଶକ୍ତି ଦେବା ସହ ଗରମ ସହ ଲଢ଼ିବାରେ ସହାୟକ ହେବ ।

ନ୍ୟୁଜ୍ ଏଜେନ୍ସି ଏଏଫପି ରିପୋର୍ଟ ଅନୁସାରେ, ଉତ୍ତର କୋରିଆର ଅଧିକାଂଶ ସ୍ଥାନରେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ହେଉଛି । ବିଗତ ୩ ଦିନରେ ଖରା ରେକର୍ଡ ଭାଙ୍ଗିଛି । ରବିବାର ତାପମାତ୍ରା ୩୨.୫ ଡିଗ୍ରୀ ଛୁଇଁଛି ।

ଆଉ ଏହି ସମୟରେ ଉତ୍ତର କୋରିଆର ସରକାରୀ ଖବର କାଗଜ ଲେଖିଛି, ରେକର୍ଡ ଗରମ ଭିତରେ ଡାକ୍ତର କୁକୁର ସୁପ୍ ପିଇବା ଳାଭଦାୟକ ବୋଲି କହିଛନ୍ତି । ତେବେ କୋରିଆର ଲୋକ ଦୀର୍ଘ ବର୍ଷରୁ ମାନି ଆସୁଛନ୍ତି ଯେ, ଖରା ଦିନେ ଗରମ ଖାଇବା ଶରୀର ପାଇଁ ହିତକର ହୋଇଥାଏ ।

ଅନ୍ୟପଟେ ଏସିଆ ମହାଦେଶର ବିଭିନ୍ନ ଦେଶରେ ପାରମ୍ପରିକ ଚିକିତ୍ସା ପଦ୍ଧତ୍ତି ଭିନ୍ନ ଅଟେ । ଅନ୍ୟ ରାଷ୍ଟ୍ରରେ ଖରା ଦିନେ ଥଣ୍ଡା ଖାଇବାକୁ ଗୁରୁତ୍ଵ ଦିଆଯାଏ । ଯେଭଳି ତରଭୁଜ୍ ଜୁସ୍ ପିଇବାକୁ କୁହା ଯାଇଥାଏ ।

ଏଥିସହ ପଢ଼ନ୍ତୁ: METAକୁ ବଡ଼ ଝଟ୍‌କା; କୋର୍ଟ ଲଗାଇଲେ ₹୫ ହଜାର କୋଟିର ଜରିମାନା 

ଦକ୍ଷିଣ କୋରିଆରେ ଖରା ଦିନେ କୁକୁର ମାଂସକୁ ଏକ ବ୍ୟଞ୍ଜନ ଭାବେ ଦିଆଯାଏ । କିନ୍ତୁ ଏବେ ଦକ୍ଷିଣ କୋରିଆ ସରକାର ୨୦୨୭ ଫେବ୍ରୁଆରୀରୁ କୁକୁର ମାଂସ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଆଉ ଠିକ୍ ସେହି ସମୟରେ ପଡ଼ୋଶୀ ଉତ୍ତର କୋରିଆ କୁକୁର ସୁପ୍ ପିଇବାକୁ ଲୋକଙ୍କୁ ପରାମର୍ଶ ଦେବା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ରିପୋର୍ଟ ଅନୁସାରେ, ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗର ଏକ ରେସ୍ତୋରାଁରେ ଏହି ସୁପ୍ ମିଳିଥାଏ । ନିଜେ କିମ୍ ଜୋଙ୍ଗ ଉନ୍ ଏହାକୁ ପସନ୍ଦ କରନ୍ତି । ସରକାରୀ ଭୋଜିରେ ଅତିଥିମାନଙ୍କୁ ସମ୍ମାନର ସହ ଏହା ଦିଆଯାଏ । କିନ୍ତୁ ବିଶ୍ୱର ବୈଜ୍ଞାନିକମାନେ ଏହାକୁ ଆଦୌ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । କୁକୁର ମାଂସ ଖାଇଲେ ଖରାରୁ ବର୍ତ୍ତିବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । କିନ୍ତୁ ସେଠାକାର ସରକାର ବଳପୂର୍ବକ ଏହି ଚଳଣିକୁ ଲୋକଙ୍କ ଉପରେ ଲଦି ଦେଉଥିବା କୁହାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: