Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

North Korea / ଯୁଦ୍ଧ ଭିତରେ ବଡ଼ ବୟାନ ଦେଲା ଉତ୍ତର କୋରିଆ: ଏହି ଦେଶକୁ କରୁଛି ସମର୍ଥନ, ହେବ ତୃତୀୟ ବିଶ୍ୱଯୁଦ୍ଧ !

Banajyotshna Ray
Browse all articles by Banajyotshna Ray
·4 months ago·2 min read
ଯୁଦ୍ଧ ଭିତରେ ବଡ଼ ବୟାନ ଦେଲା ଉତ୍ତର କୋରିଆ: ଏହି ଦେଶକୁ କରୁଛି ସମର୍ଥନ, ହେବ ତୃତୀୟ ବିଶ୍ୱଯୁଦ୍ଧ !
North Korea

Key Points

ଯୁଦ୍ଧ ଭିତରେ ବଡ଼ ବୟାନ ଦେଲା ଉତ୍ତର କୋରିଆ
କହିଲା ଭୁଲ କରିଛି ଆମେରିକା
ଦିନକୁ ଦିନ ଜଳୁଛି ମଧ୍ୟପ୍ରାଚ୍ୟ। କେହି କାହାକୁ ଛାଡୁନାହାନ୍ତି। ଦେଶ ଦେଶ ଭିତରେ ଚାଲିଛି ଯୁଦ୍ଧ। ଯୁଦ୍ଧର ଏତେ ଦିନ ପରେ ପ୍ରଥମ ଥର ପାଇଁ ଉତ୍ତର କୋରିଆ ନିଜର ପ୍ରତିକ୍ରିଆ ରଖିଛି। ମଧ୍ୟପ୍ରାଚ୍ଯରେ ବଢୁଥିବା ଟେନସନ ଭିତରେ ଇରାନ ଉଚିତ୍ ନିଷ୍ପତ୍ତି ନେଇଥିବା ଉତ୍ତର କୋରିଆ ତରଫରୁ କୁହାଯାଇଛି। ଏପରିକି ଇସ୍ରାଏଲ ଓ ଆମେରିକାକୁ ନେଇ ମଧ୍ୟ ଏକ କଡ଼ା ଟିପ୍ପଣୀ ଦେଇଛି ଏହି ଦେଶ।

ସୂଚନାଯୋଗ୍ୟ ଯେ, ଦୀର୍ଘ ବାର ଦିନ ଧରି ଚାଲିଥିବା ଯୁଦ୍ଧରେ ସାରା ବିଶ୍ବରେ ହାହାକାର ଖେଳିଗଲାଣି। ସାରା ବିଶ୍ବରେ ଅତିଆବଶ୍ୟକୀୟ ଗ୍ୟାସ ଓ ତେଲର ଅଭାବ ଦେଖାଯିବା ଆରମ୍ଭ ହୋଇଗଲାଣି। ଥରେ ଭାବନ୍ତୁ ତ ଯଦି ଏହି ଯୁଦ୍ଧ ଲଗାତାର ମାସରୁ ଅଧିକ ସମୟ ଲାଗି ରୁହେ ତେବେ ପରିସ୍ଥିତି କଣ ହେବ। ମୁହଁ ଖୋଲୁ ଖୋଲୁ ସିଧା ସିଧା ଜଣାଇଲା ଆମେରିକାକୁ ନିନ୍ଦା କଲା ଉତ୍ତର କୋରିଆ। ତେବେ ଏଥିରୁ ସଫା ସଫା ଜଣାପଡୁଛି କି ଉତ୍ତର କୋରିଆ ଦେଶ ଇରାନକୁ ହିଁ ଯୁଦ୍ଧରେ ସମର୍ଥନ ଜଣାଉଛି। ଯଦିଓ ଏହା ଯୁଦ୍ଧ ଭୂମିରେ ଇରାନର ସମର୍ଥନ ନେଇ ଏଣ୍ଟ୍ରି କରିନାହିଁ, ଏହାସତ୍ତ୍ବେ ମଧ୍ୟ ଏହାର ପଲା ଇରାନ ପଟକୁ ହିଁ ଭାରୀ ରହିଛି।

ଇରାନର ନୂତନ ସର୍ବୋଚ୍ଚ ନେତା ଭାବରେ ମୋଜତାବା ଖାମେନିଙ୍କୁ ନିଯୁକ୍ତ କରିବା ନିଷ୍ପତ୍ତିକୁ ଉତ୍ତର କୋରିଆ ସମର୍ଥନ କରିଛି ଏବଂ ଇରାନ ଉପରେ ସାମରିକ ଆକ୍ରମଣ ପାଇଁ ଆମେରିକା ଏବଂ ଇସ୍ରାଏଲକୁ ଦୃଢ଼ ନିନ୍ଦା କରିଛି। ଉତ୍ତର କୋରିଆର ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ପ୍ୟୋଙ୍ଗୟାଙ୍ଗ ଇରାନର ସ୍ୱର୍ଗତ ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନିଙ୍କ ପୁଅ ମୋଜତାବା ଖାମେନିଙ୍କୁ ପଦରେ ନିଯୁକ୍ତି ଦେବା ନିଷ୍ପତ୍ତିକୁ ସମର୍ଥନ ଜଣାଉଛି। ଅଲ୍ଲୀ ଖାମେନି, ଯିଏ ଫେବୃଆରୀ 28 ତାରିଖରେ ଯୁଦ୍ଧ ଆରମ୍ଭରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିଲେ, ଆମେ ତାଙ୍କୁ ସମ୍ମାନ କରୁ।

ଏହାଛଡା ମୁଖପାତ୍ର ଜଣକ ସଫା ସଫା ଆମେରିକା ଓ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିଥିଲେ। ଏହାଛଡା ସେ କହିଥିଲେ କି,” ଆମେ ଗମ୍ଭୀର ଚିନ୍ତା ପ୍ରକାଶ କରୁଛୁ ଏବଂ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛୁ, ଯେଉଁମାନେ ଇରାନ ବିରୁଦ୍ଧରେ ଏକ ବେଆଇନ ସାମରିକ ଆକ୍ରମଣ କରି ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷାର ମୂଳଦୁଆକୁ ଦୁର୍ବଳ କରୁଛନ୍ତି ଏବଂ ଅନ୍ତର୍ଜାତୀୟ ଦୃଶ୍ୟପଟରେ ଅସ୍ଥିରତା ବୃଦ୍ଧି କରୁଛନ୍ତି।

ଏଥିସହ ପଢ଼ନ୍ତୁ: ସଲମାନଙ୍କ ଗୀତରେ ଠୁମକା ଲଗାଇଲେ ଐଶ୍ଵର୍ଯ୍ୟା, ଏମିତି କଲେ ଅଭିଷେକ...

ସେପଟେ ଇରାନ-ଇସ୍ରାଏଲ୍ ଯୁଦ୍ଧ ଦିନକୁ ଦିନ ଆହୁରି ଚରମ ସ୍ଥିତିରେ ପହଞ୍ଚୁଛି । ହର୍ମୁଜ ପ୍ରଣାଳୀ ଦେଇ ଭାରତକୁ ଯାଉଥିବା ଜାହାଜ ଉପରେ କୌଣସି କଟକଣା ନଥିବା ଇରାନ କହୁଛି । ହେଲେ ଯୁଦ୍ଧ ଭିତରେ ବୁଧବାର ହର୍ମୁଜ ପ୍ରଣାଳୀ ଦେଇ ଭାରତ ଆସୁଥିବା ଥାଇଲାଣ୍ଡର ଏକ କାର୍ଗୋ ଉପରେ ଆଟାକ୍ କରିଛି ଇରାନ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
North Korea | North Korea signals support for Iran's new supreme leader | Argus News | Argus News