NVIDIA Row / ହନିଟ୍ରାପ୍ ବିବାଦ ପରେ nVIDIAର CEO ପଦରୁ ଜେନସେନ ହୁଆଙ୍ଗଙ୍କ ଇସ୍ତଫା
·1 hour ago·2 min read

Key Points
- ୩୩ ବର୍ଷ ପରେ NVIDIAରୁ ଜେନସନ୍ ହୁଆଙ୍ଗଙ୍କ ଇସ୍ତଫା
- କୋଲେଟ୍ କ୍ରେସ୍ ହେଲେ NVIDIAର ଅନ୍ତରୀଣ ସିଇଓ
- ହାର୍ଭେ ସି. ଜୋନ୍ସ ହେଲେ ବୋର୍ଡର ପ୍ରଥମ ଚେୟାରମ୍ୟାନ୍
- ୧୯୯୩ ମସିହାରେ ଏହାର ପ୍ରତିଷ୍ଠା କରିଥିଲେ ଜେନସନ୍ ହୁଆଙ୍ଗ
ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ nVIDIAରେ ବଡ଼ ପରିବର୍ତ୍ତନ । କମ୍ପାନୀର ସହ-ପ୍ରତିଷ୍ଠାତା ତଥା ଦୀର୍ଘଦିନର CEO ଜେନସେନ୍ ହୁଆଙ୍ଗ ଇସ୍ତଫା ଦେଇଛନ୍ତି । CEO ପଦ ସହ କମ୍ପାନୀର ପ୍ରେସିଡେଣ୍ଟ ଓ ବୋର୍ଡ ସଦସ୍ୟ ପଦ ମଧ୍ୟ ଛାଡ଼ିଛନ୍ତି ଜେନସେନ୍ ହୁଆଙ୍ଗ ।
ହୁଆଙ୍ଗଙକ ଇସ୍ତଫା ପରେ କମ୍ପାନୀର CFO କୋଲେଟ୍ କ୍ରେସ୍ଙ୍କୁ ଅନ୍ତରୀଣ CEO ଦାୟିତ୍ୱ ଦିଆଯାଇଛି । ଏହି ଘଟଣା ଟେକ୍ନୋଲୋଜି ଜଗତରେ ହଇଚଇ ସୃଷ୍ଟି ହୋଇଛି ।
କାହିଁକି ଇସ୍ତଫା ଦେଲେ ଜେନସେନ୍ ହୁଆଙ୍ଗ ?
ଜେନସେନ୍ ହୁଆଙ୍ଗଙ୍କ ଇସ୍ତଫା ପଛରେ ଚୀନ୍ ସହ ଜଡ଼ିତ ଗୁପ୍ତଚର ଅଭିଯୋଗ ଓ ବ୍ୟକ୍ତିଗତ ସମ୍ପର୍କକୁ ନେଇ ବିବାଦ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟ ଅନୁସାରେ, ଆଲିସ୍ ହୁଆଙ୍ଗ ନାମକ ଜଣେ ମହିଳାଙ୍କ ସହ ଜେନସେନ୍ଙ୍କ ସମ୍ପର୍କ ଥିବା ଅଭିଯୋଗ ଆସିଥିଲା । ଆଲିସ୍ଙ୍କ ଉପରେ ଚୀନ୍ ପାଇଁ ଗୁପ୍ତଚର କାମ କରିବା ଏବଂ nVIDIAର ଚିପ୍ ସମ୍ପର୍କିତ ତଥ୍ୟ ଚୀନ୍କୁ ପହଞ୍ଚାଇବାରେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଇଥିବା ଖବର ଆସିଥିଲା । ତେବେ, ଏହି ଅଭିଯୋଗଗୁଡ଼ିକ ପ୍ରମାଣିତ ହୋଇନାହିଁ ।
ନିଜ ଭୁଲ ପାଇଁ କରିଥିଲେ କ୍ଷମା ପ୍ରାର୍ଥନା
ନଭେମ୍ବର ୮ ତାରିଖରେ nVIDIA କର୍ମଚାରୀଙ୍କୁ ପଠାଇଥିବା ଏକ ବାର୍ତ୍ତାରେ ଜେନସେନ୍ ନିଜ ପତ୍ନୀଙ୍କ ପ୍ରତି ଅବିଶ୍ଵାସ କରିଥିବା କଥା ସ୍ଵୀକାର କରିଥିଲେ । ଏଥିପାଇଁ ସେ ନିଜ ପତ୍ନୀ, ପିଲା ଓ କମ୍ପାନୀର କର୍ମଚାରୀଙ୍କୁ କ୍ଷମା ମାଗିଥିଲେ ହୁଆଙ୍ଗ ।
ଏଥିସହ ପଢ଼ନ୍ତୁ: ଚନ୍ଦ୍ରରେ ରହିବା ଓ କାମ କରିବାର ସୁଯୋଗ, ଜହ୍ନକୁ ଯିବା ପାଇଁ NASA ଖୋଜୁଛି ନୂଆ ମହାକାଶଚାରୀ
ଅନ୍ୟପଟେ, ବିଦେଶୀ ଗୁପ୍ତଚର ସମ୍ପର୍କିତ ଅଭିଯୋଗର ଯାଞ୍ଚ ପାଇଁ nVIDIA ବୋର୍ଡ ଏକ ସ୍ଵାଧୀନ ତଦନ୍ତ ଆରମ୍ଭ କରିଥିଲା । କମ୍ପାନୀର କହିବା ଅନୁସାରେ, ଏହି ଘଟଣାରେ ଜାତୀୟ ସୁରକ୍ଷା କିମ୍ବା nVIDIAର ଗୋପନୀୟ ତଥ୍ୟ କ୍ଷତିଗ୍ରସ୍ତ ହୋଇଥିବାର କୌଣସି ପ୍ରମାଣ ନଥିଲା ।
ଏବେ କିଏ ସମ୍ଭାଳିବ NVIDIAର ଦାୟିତ୍ୱ ?

ଜେନସେନ୍ଙ୍କ ଇସ୍ତଫା ପରେ କମ୍ପାନୀର CFO କୋଲେଟ୍ କ୍ରେସ୍ଙ୍କୁ ଅନ୍ତରୀଣ CEO ଭାବେ ନିଯୁକ୍ତ କରାଯାଇଛି । ନୂଆ ସ୍ଥାୟୀ CEO ଚୟନ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ସମ୍ଭାଳିବେ । ଏହା ସହ ହାର୍ଭେ ସି. ଜୋନ୍ସଙ୍କୁ କମ୍ପାନୀର ପ୍ରଥମ ବୋର୍ଡ ଚେୟାରମ୍ୟାନ୍ ନିଯୁକ୍ତ କରାଯାଇଛି ।
୧୯୯୩ ମସିହାରେ ଜେନସେନ୍ ହୁଆଙ୍ଗ nVIDIAର ସହ-ପ୍ରତିଷ୍ଠାତା ହୋଇଥିଲେ । ତାଙ୍କ ନେତୃତ୍ଵରେ କମ୍ପାନୀ ଗ୍ରାଫିକ୍ସ ଚିପ୍ ନିର୍ମାତାରୁ ବିଶ୍ଵର ଅଗ୍ରଣୀ AI ଚିପ୍ କମ୍ପାନୀ ଭାବେ ପରିଚିତ ହୋଇଥିଲା । ତେଣୁ ତାଙ୍କ ଇସ୍ତଫାକୁ ଟେକ୍ନୋଲୋଜି ଶିଳ୍ପ ପାଇଁ ଏକ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି ।

Related Topics
Explore more stories