Utkalika Saudi Arabia / ସାଉଦି ଆରବରେ ଓଡ଼ିଆ ସଂସ୍କୃତିର ମହକ: ଦଶହରା ଓ କୁମାର ପୂର୍ଣ୍ଣିମା ପାଳିଲେ ପ୍ରବାସୀ ଓଡ଼ିଆ
·1 hour ago·2 min read

Key Points
ସୁଦୂର ସାଉଦି ଆରବରେ ଓଡ଼ିଆ ସଂସ୍କୃତିର ମହକ
ଦଶହରା ଓ କୁମାର ପୂର୍ଣ୍ଣିମା ପାଳିଲେ ପ୍ରବାସୀ ଓଡ଼ିଆ

ରିୟାଦ: ସୁଦୂର ସାଉଦି ଆରବରେ ଓଡ଼ିଆ ସଂସ୍କୃତିର ମହକ । ବିଦେଶରେ ରହି ବି ନିଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଲେ ପ୍ରବାସୀ ଓଡ଼ିଆ । ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘମାଘୋଟ ପରିସ୍ଥିତି ଓ ଅନିଶ୍ଚିତତା ମଧ୍ୟରେ ସାଉଦି ଆରବରେ ପ୍ରବାସୀ ଓଡ଼ିଆଙ୍କ ଅନୁଷ୍ଠାନ ‘ଉତ୍କଳିକା’ ପକ୍ଷରୁ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି ପବିତ୍ର ଦଶହରା ଓ କୁମାର ପୂର୍ଣ୍ଣିମା । ଏହି ଉତ୍ସବ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଦେବା ସହ ଏକତା, ଭାଇଚାରା ଓ ଶାନ୍ତିର ବାର୍ତ୍ତା ପ୍ରସାର କରିଛି ।
ଦେଶଠାରୁ ହଜାର ହଜାର କିଲୋମିଟର ଦୂରରେ ରହି ମଧ୍ୟ ଓଡ଼ିଆମାନେ ନିଜ ମାଟିର ପରମ୍ପରା ଓ ସଂସ୍କୃତିକୁ କେବେ ବି ଭୁଲି ନଥାନ୍ତି । ଏହାର ଉଦାହରଣ ପାଲଟିଛି ଉତ୍କଳିକାର ଏହି ଆୟୋଜନ । ପାରମ୍ପରିକ ରୀତିନୀତି ଓ ଉତ୍ସବମୁଖର ପରିବେଶ ମଧ୍ୟରେ ପ୍ରବାସୀ ଓଡ଼ିଆମାନେ ଏକାଠି ହୋଇ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟର ସ୍ମୃତିକୁ ଉଜ୍ଜୀବିତ କରିଥିଲେ ।

ପଢନ୍ତୁ ଏହି ଖବର: ବାହାରିନରେ ଓଡ଼ିଆ ପରମ୍ପରାର ଝଲକ…ଧୁମଧାମରେ ପାଳିତ ହେଲା ଗଜଲକ୍ଷ୍ମୀ ପୂଜା ଓ କୁମାରପୂର୍ଣ୍ଣିମା

ଉତ୍କଳିକାର ଏହି ପ୍ରୟାସ ପ୍ରବାସରେ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ସହ ଆଗାମୀ ପିଢ଼ିକୁ ନିଜ ମାଟିର ପରମ୍ପରା ସହ ଯୋଡ଼ି ରଖିବାର ଏକ ସୁନ୍ଦର ଉଦାହରଣ ପାଲଟିଛି । ଯୁଦ୍ଧ ଓ ଅଶାନ୍ତି ମଧ୍ୟରେ ଏହି ଉତ୍ସବ ଶାନ୍ତି, ସଦ୍ଭାବନା ଓ ମାନବୀୟ ସମ୍ପର୍କର ଗୁରୁତ୍ୱକୁ ପୁଣିଥରେ ପ୍ରତିପାଦିତ କରିଛି । ତେବେ ପଶ୍ଚିମ ଏସୀୟ ଦେଶ ବାହାରିନରେ ମଧ୍ୟ ପ୍ରବାସୀ ଓଡ଼ିଆମାନେ କୁମାର ପୂର୍ଣ୍ଣିମା ଉତ୍ସବ ପାଳନ କରିଛନ୍ତି । ଏହି ଉତ୍ସବରେ ୫୦ଟି ଓଡ଼ିଆ ପରିବାର ଯୋଗଦେଇଥିଲେ । କୁମାର ପୂର୍ଣ୍ଣିମା ସହ ଗଜଲକ୍ଷ୍ମୀ ପୂଜା ମଧ୍ୟ ପାଳିତ ହୋଇଥିଲା । ବିଦେଶରେ ଓଡ଼ିଆ ସଂସ୍କୃତିର ପ୍ରଚାର ଓ ପ୍ରସାର କରିଥିବାରୁ ଏହି ପ୍ରବାସୀ ଓଡ଼ିଆମାନଙ୍କୁ ବେଶ ପ୍ରଶଂସିତ କରାଯାଇଛି ।

- ଯୁଦ୍ଧ ଭିତରେ ସଂସ୍କୃତିର ମହକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories