Indian Culture / ବାହାରିନରେ ଚମକିଲା ଓଡ଼ିଶା: ସମ୍ବଲପୁରୀ ନୃତ୍ୟରେ ଝୁମିଲା ବାହାରିନ

Key Points
ବିଦେଶ ମାଟିରେ ଓଡ଼ିଆ ସଂସ୍କୃତିର ଝଲକ
“India in Bahrain” ମହୋତ୍ସବ
ସମ୍ବଲପୁରୀ ନୃତ୍ୟରେ ମୋହିଲା ବାହାରିନ
ଓଡ଼ିଶାର ଗୌରବମୟ ପ୍ରଦର୍ଶନ
ଓଡ଼ିଶା ଖବର: ବାହାରିନରେ ଚମକିଲା ଓଡ଼ିଶା... ଓଡ଼ିଶାର କଳା, ସଂସ୍କୃତି,ଐତିହର ଝଲକ ଦେଖିବାକୁ ମିଳିଛି । ବାହାରିନ ରାଜଧାନୀ ମାନାମା ଠାରେ ଭାରତୀୟ ଦୂତାବାସ ତରଫରୁ “India in Bahrain” ମହୋତ୍ସବର ଆୟୋଜନ କରାଯାଇଥିଲା । ଭାରତୀୟ କଳା ସଂସ୍କୃତି ଓ ବାଣିଜ୍ୟକୁ ଉତ୍ସାହିତ କରିବାକୁ ବାହାରିନରେ ଥିବା ଭାରତୀୟ ଦୂତାବାସଙ୍କ ତରଫରୁ ଏହି ନିଆରା ପ୍ରୟାସ କରାଯାଇଥିଲା । ଏଥିରେ ଭାରତର ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଭାରତୀୟ ଦୂତାବାସଙ୍କ ଦ୍ଵାରା ନିମନ୍ତ୍ରଣ ହୋଇଥିବା ୨୧ଟି ଭାରତୀୟ ସଂଗଠନ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବାହାରିନରେ ଅବସ୍ଥିତ “ବାହାରିନ ଓଡ଼ିଆ ସମାଜ”କୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଥିଲା । ଓଡ଼ିଆ ସମାଜ "ଓଡ଼ିଶାର ଷ୍ଟଲ" ଗୁଡିକୁ ପ୍ରତିନିଧିତ୍ୱ କରିବା ସହ ସାଂସ୍କୃତିକ କାର୍ଯ୍ୟକର୍ମ ରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ସେହି ସାଂସ୍କୃତିକ କାର୍ଯ୍ୟକର୍ମରେ ମୁଖ୍ୟ ଆକର୍ଷଣ ଥିଲା "ବାହାରିନ ଓଡିଆ ସମାଜ" ର ପିଲା ମାନଙ୍କ ଦ୍ଵାରା ପ୍ରସ୍ତୁତ ସମ୍ବଲପୁରୀ ନୃତ୍ୟ ।
ପଢ଼ନ୍ତୁ ଏହି ଖବର: ଆସନ୍ତା କାଲି ଠାରୁ ରାଉରକେଲାରେ ପୁରୁଷ ହକି ପ୍ରୋ-ଲିଗ୍, ଚମକିବେ ୫ ଓଡ଼ିଆ
ଏହି ନୃତ୍ୟର ନିର୍ଦ୍ଦେଶନା ପ୍ରିୟମ୍ବଦା ସାହୁ କରିଥିଲେ ଏବଂ ଏହି ନୃତ୍ୟ ପରିବେଷଣ କରିଥିଲେ : ଆରାଇନା ମହାନ୍ତି, ଆରାଧ୍ୟା ଜେନା, କ୍ଷ୍ୟାତି ମହାପାତ୍ର, ବୈଭବ କୁମାର ସାହୁ, ନିଶାନ୍ତ ପ୍ରୁଷ୍ଟି, ପ୍ରବୀଣ କୁମାର ବେହେରା, ସାଇ ସାନ୍ତ୍ୱନା ସେନାପତି, ପରିସିନ୍ତି ଚାହେଲ ସୁବୁଦ୍ଧି, ୧,୦୦୦ ଦର୍ଶକ ସହିତ ଏହି ପ୍ରଦର୍ଶନ ଅତି ଉଚ୍ଚ କୋଟୀର ପ୍ରଶଂସା ପାଇଥିଲା । ଏହି ପ୍ରଦର୍ଶନ କେବଳ ପ୍ରବାସୀ ଭାରତୀୟ ସମାଜଙ୍କୁ ନୁହେଁ, ବିଦେଶୀ ଦର୍ଶକମାନଙ୍କ ମନକୁ ମଧ୍ୟ ମୋହିଥିଲା ।
ସାଂସ୍କୃତିକ କାର୍ଯ୍ୟକ୍ରମ ସହ, ଆୟୋଜନର ମୁଖ୍ୟ ଆକର୍ଷଣ ଭାବେ ଦୁଇଟି ସୁନ୍ଦର ଓ ସୁସଜ୍ଜିତ ଓଡ଼ିଶା ଷ୍ଟଲ୍ର ପ୍ରବନ୍ଧ କରାଯାଇଥିଲା । ପ୍ରଥମ ଷ୍ଟଲ୍ରେ ଓଡ଼ିଆ ସମାଜର ସଦସ୍ୟା ଶ୍ରୀମତୀ ଦୀପ୍ତି ସାହୁ, ଶ୍ରୀମତୀ ସରୋଜିନୀ ଜେନା, ଶ୍ରୀମତୀ ସୁଜାତା ରାଉତରେ, ଶ୍ରୀମତୀ ମନସ୍ବିନୀ ପାଣି, ଶ୍ରୀମତୀ ସାଗରିକା ମହାନ୍ତି, ଶ୍ରୀମତୀ ଶିବାଶ୍ରୀ ଦାଶ୍, ଶ୍ରୀମତୀ ମଧୁସ୍ମିତା ପୃଷ୍ଟି, ଶ୍ରୀମତୀ ସୁପ୍ରିୟା ସୁବୁଧି, ଶ୍ରୀମତୀ ଶୁଚିସ୍ମିତା ସାହୁଙ୍କ ଦ୍ୱାରା ପାରମ୍ପରିକ ଓ ରୁଚିକର ଚଟପଟା ଓଡ଼ିଆ ବିଶେଷ ଖାଦ୍ୟପେୟ ପ୍ରସ୍ତୁତ କରାଯାଇ ଅତି ଆଦର ସହ ପରିବେଷଣ କରାଯାଇଥିଲା। ଷ୍ଟଲ୍ ଚାରିପଟେ ଦର୍ଶକମାନଙ୍କର ବିଶାଳ ଭିଡ଼ ଜମିଥିବା ଦେଖାଯାଇଥିଲା ଏବଂ ସମସ୍ତେ ଓଡ଼ିଆ ପାରମ୍ପରିକ ଖାଦ୍ୟର ସ୍ୱାଦ ଓ ମଜାକୁ ଭରପୁର ଭାବେ ଉପଭୋଗ କରିଥିଲେ।
ବାହାରିନ ଓଡ଼ିଆ ସମାଜର ସାଧାରଣ ସମ୍ପାଦକ ଶାନ୍ତନୁ ସେନାପତି , ଯୁଗ୍ମ ସମ୍ପାଦକ ଶାରଦା ପ୍ରସାଦ ପଟ୍ଟନାୟକ ,ସାଂସ୍କୃତିକ ସମ୍ପାଦିକା ଅଙ୍କିତା ନାୟକ, କ୍ରୀଡା ସମ୍ପାଦକ ଅମରେଶ ପଣ୍ଡା, ଜନ ସମ୍ପର୍କ ସମ୍ପାଦକ ଅମରନାଥ ସୁବୁଧି ଏହି ଷ୍ଟଲର ମୁଖ୍ୟ ଆୟୋଜକ ଥିଲେ । ବାହାରିନ ଓଡ଼ିଆ ସମାଜର ଅନେକ ସଭ୍ୟ ଏକତ୍ରିତ ହୋଇ କାର୍ଯ୍ୟକ୍ରମର ଆନନ୍ଦ ନେବା ସହିତ ପ୍ରତିଯୋଗି ମାନଙ୍କ ମନୋବଳ ବଢାଇଥିଲେ ।
ପଢ଼ନ୍ତୁ ଏହି ଖବର: ହାଇଦ୍ରାବାଦ ଦେଖିଲା ଓଡ଼ିଆ କଳା, ସଂସ୍କୃତି; ସମ୍ବଲପୁରୀ ଗୀତରେ ଝୁମିଲେ ପର୍ଯ୍ୟଟକ
"ବାହାରିନ ଓଡିଆ ସମାଜ" ର ଏହି ଛୋଟ ପ୍ରୟାସ ବିଦେଶ ମାଟିରେ ଓଡ଼ିଆ ର କଳା, ସଂସ୍କୃତି ଓ ପରମ୍ପରାର ପ୍ରସାର ଓ ପ୍ରଚାର ପାଇଁ ନିଶ୍ଚୟ ସହାୟକ ହେବ ବୋଲି ବାହାରିନ ଓଡିଆ ସମାଜ ର ସମସ୍ତ ସଭ୍ୟ ମାନଙ୍କର ଆଶା ଓ ବିଶ୍ବାସ । ପରିଶେଷରେ ଓଡ଼ିଆ ସମାଜର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ, ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ କିଶୋର ଦାଶ୍ । ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମହାନ୍ତି , ଶ୍ରୀଯୁକ୍ତ ଦୀନେଶ ମହାନ୍ତି ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥଲେ । ବାହାରିନରେ ଗତ ୨୨ ବର୍ଷ ଧରି “ବାହାରିନ ଓଡ଼ିଆ ସମାଜ” ଓଡ଼ିଶାର ସମୃଦ୍ଧ ଶ୍ରୀଜଗନ୍ନାଥ ସଂସ୍କୃତି , ଐତିହ ଓ ହସ୍ତତନ୍ତ୍ର ର ପ୍ରଚାର ପ୍ରସାର କରିଆସୁଅଛି ।
📱 Get Argus News App
✨Related Topics
Explore more stories