Videos
|
International

Flydubai Attack / ଭୟଙ୍କର ସତ ମାନିଲା ଓମାନର କୋ-ପାଇଲଟ୍; କହିଦେଲା flydubaiରେ ଯୋଗଦେବା ପଛରେ ଥିଲା ଷଡ଼ଯନ୍ତ୍ର

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ଭୟଙ୍କର ସତ ମାନିଲା ଓମାନର କୋ-ପାଇଲଟ୍; କହିଦେଲା flydubaiରେ ଯୋଗଦେବା ପଛରେ ଥିଲା ଷଡ଼ଯନ୍ତ୍ର
Co-Pilot Allegedly Planned Crash Before Joining

Key Points

ଫ୍ଲାଏଦୁବାଇ (flydubai) ବିମାନ କ୍ରାଶ୍ କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲା କୋ-ପାଇଲଟ୍ ହମାମ୍ ଅଲ-ହାମାମୀ । ତାହା ବି ଫ୍ଲାଏଦୁବାଇରେ ଜଏନ୍ କରିବା ପୂର୍ବରୁ । କୋ-ପାଇଲଟ୍ ହମାମ୍ ଅଲ-ହାମାମୀର ଏଭଳି ଭୟାନକ ଖୁଲାସା କରିଛି ।
ନୂଆଦିଲ୍ଲୀ: ଧିରେ ଧିରେ ସାମ୍ନାକୁ ଆସୁଛି ସତ । ଫ୍ଲାଏଦୁବାଇ (flydubai) ବିମାନ କ୍ରାଶ୍ କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲା କୋ-ପାଇଲଟ୍ ହମାମ୍ ଅଲ-ହାମାମୀ । ତାହା ବି ଫ୍ଲାଏଦୁବାଇରେ ଜଏନ୍ କରିବା ପୂର୍ବରୁ । କୋ-ପାଇଲଟ୍ ହମାମ୍ ଅଲ-ହାମାମୀର ଏଭଳି ଭୟାନକ ଖୁଲାସା ତାର କଟ୍ଟରପନ୍ଥୀ ଚିନ୍ତାଧାରାକୁ ଦର୍ଶାଉଛି ।

ଫ୍ଲାଏଦୁବାଇ ବିମାନ FZ1073 ଉଡ଼ାଣ ବେଳେ କକପିଟ୍‌ରେ ଭାରତୀୟ ପାଇଲଟ୍ କ୍ୟାପଟେନ ସ୍ମିତଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ଓମାନର କୋ-ପାଇଲଟ୍ ହମାମ୍ ଅଲ-ହାମାମୀ । ଯାହାକୁ ନେଇ ଗୋଟିଏ ପରେ ଗୋଟିଏ ଭୟଙ୍କର ସତ ସାମ୍ନାକୁ ଆସିବାରେ ଲାଗିଛି ।

ଟାର୍ଗେଟ୍‌ରେ ଥିଲା ବେ ଗୁରିୟନ

UAEରେ କୋ-ପାଇଲଟ୍ ହମାମ୍ ଅଲ-ହାମାମୀକୁ ଜେରା ବେଳେ ସେ ମାନିଛି ଯେ, କ୍ୟାପଟେନ୍ ସ୍ମିତ ମଚ୍ଛାରକୁ ରାସ୍ତାରୁ ହଟାଇ ବିମାନକୁ ସେ ସ୍ଵାଭାବିକ ଭାବେ ଉଡ଼ାଇ ନେଇ ଇସ୍ରାଏଲ୍‌ର ବେ ଗୁରିୟନ ଅନ୍ତର୍ଜାତୀୟ ବିମାନବନ୍ଦର କିମ୍ବା କୌଣସି ସୁଉଚ୍ଚ ଅଟ୍ଟାଳିକାରେ ସିଧା କ୍ରାଶ୍ କରିଥାନ୍ତା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ବିମାନ ହାଇଜାକ୍ କିମ୍ବା କ୍ରାସ୍ କରିବାକୁ ଥିଲା ମାଷ୍ଟରପ୍ଲାନ୍; ସବୁ ସତ ମାନିଲା କୋ-ପାଇଲଟ୍ 

ଇସ୍ରାଏଲ୍‌ ଗଣମାଧ୍ୟମ ଓ ଇଟାଲି ସମ୍ବାଦପତ୍ର କୋରିଏରେ ଡେଲା ସେରାର ଯାଞ୍ଚ ଅନୁସାରେ, ଯଦି ଏହି ଆକ୍ରମଣ ଟଳିନଥାନ୍ତା ତାହେଲେ ୨୦୦୧ର ୯/୧୧ ଭଳି ଭୀଷଣ ଆକ୍ରମଣ ଇସ୍ରାଏଲ୍‌ରେ ହୋଇଥାନ୍ତା ।

ଜୁନ୍‌ରୁ କରୁଥିଲା ରେକି

UAE ଓ ସାଉଦି ଆରବର ବିଭିନ୍ନ ସୁରକ୍ଷା ଏଜେନ୍ସିର ପଚରାଉଚରା ବେଳେ ଆହୁରି ସାଂଘାତିକ ତଥ୍ୟ ମିଳିଛି । ଫ୍ଲାଏଦୁବାଇକୁ କାହିଁକି ଆକ୍ରମଣ ପାଇଁ ବାଛିଲା ବୋଲି ଓମାନର କୋ-ପାଇଲଟ୍ ହମାମ୍ ଅଲ-ହାମାମୀ କହିଛି ।

ହମାମ୍ ଅନୁସାରେ, "କେଉଁ ଏୟାରଲାଇନ୍ ସିଧା ତେଲଅଭିବ ଉଡ଼ାଣ କରୁଛି ସେନେଇ ଖବର ରଖିଥିଲି । ତେଣୁ ଫ୍ଲାଏଦୁବାଇକୁ ବାଛିଥିଲି । ଫ୍ଳାଏଦୁବାଇରେ ଯୋଗ ଦେବା ପୂର୍ବର ହିଁ ଆକ୍ରମଣ ନେଇ ଷଡ଼ଯନ୍ତ୍ର ରଚିଥିଲି ।"

କୋ-ପାଇଲଟ୍ ହମାମ୍ ଅଲ-ହାମାମୀ ବିଗତ କିଛି ମାସ ମଧ୍ୟରେ ଏକାଧିକ ଥର ଫ୍ଲାଏଦୁବାଇ ବିମାନରେ ବେନ ଗୁରିୟନ ଏୟାରପୋର୍ଟ ପହଞ୍ଚିଥିଲା । ଜୁନ୍‌ରେ ଇସ୍ରାଏଲ୍ ଯାଇଥିବା ବେଳେ ସମସ୍ତ ତଥ୍ୟ ସଂଗ୍ରହ ସହ ଆକ୍ରମଣ ପାଇଁ ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ।

ଜୁଲାଇରେ ଆକ୍ରମଣ କରିବାକୁ ଯାଉଥିଲା । କିନ୍ତୁ ଫ୍ଲାଏଦୁବାଇ ବିମାନରେ ଥିବା କ୍ରିଉ ମେମ୍ବରଙ୍କ ମଧ୍ୟରେ ତାର ଜଣେ ଘନିଷ୍ଠ ସାଙ୍ଗ ଥିଲେ । ତେଣୁ, ଶେଷ ମୁହୂର୍ତ୍ତରେ ଆକ୍ରମଣରୁ ଓହରି ଯାଇଥିଲା ହମାମ୍ ।

କକପିଟ୍‌ରେ କେତେବେଳେ କ'ଣ ହେଲା ?

ସକାଳ ୯ଟା ୧୫: ହମାମ୍ ଅଲ-ହାମାମୀ ନମାଜ ପାଠ ପାଇଁ ବିରତି ମାଗିଥିଲା ଏବଂ ଅଚାନକ କ୍ରାସ୍-ଏକ୍ସ (କୁରାଢ଼ି)ରେ ଭାରତୀୟ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା ।

ସକାଳ ୯ଟା ୨୦: ଜଣେ ଯାତ୍ରୀ ତାଲି ମାନେସ ତାଙ୍କ ୫ ବର୍ଷର ପୁଅକୁ ଟୟଲେଟ୍ ନେଇ ଯାଉଥିଲେ । ସେତେବେଳେ ସେ କକପିଟ୍‌ରୁ ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ବିଜନେସ୍ କ୍ଳାସରେ ବସିଥିବା ଡ୍ୟୁଟିରେ ନଥିବା ପାଇଲଟ୍‌ଙ୍କୁ ଆଲର୍ଟ କରିଥିଲେ । ସେତେବେଳ ସ୍ମିତ୍ ଭିତରୁ ଓ ଡ୍ୟୁଟିରେ ନଥିବା ପାଇଲଟ୍ ବାହାରୁ ହାଣ୍ଡେଲ୍ ଘୁରାଇ ଦ୍ଵାର ଖୋଲିଥିଲେ । ତାଲି ଚିତ୍କାର କର କହିଥିଲେ, "ସେ ପାଇଲଟକୁ ମାରୁଛି ।"

ଏଥିସହ ପଢ଼ନ୍ତୁ: ସବୁଠାରୁ ବଡ଼ ଓ ଭୟାନକ ଖୁଲାସା; କୋ-ପାଇଲଟ୍ ହମାମ୍ ଜଣେ କଠୋରପନ୍ଥୀ ଆତଙ୍କୀ ଚିନ୍ତାଧାରାର ବ୍ୟକ୍ତି 

ସକାଳ ୯ଟା ୨୧: ଷଡ଼ଯନ୍ତ୍ର ବିଫଳ ହେଉଥିବା ଦେଖି ହମାମ୍ ମରୁଭୂମିରେ କ୍ରାଶ୍ କରିବା ପାଇଁ ହଠାତ୍ ୧୭ ଫୁଟ୍ ତଳକୁ ବିମାନକୁ ନେଇ ଆସିଥିଲା । କଣ୍ଟ୍ରୋଲ୍ ପ୍ୟାନେଲ୍ ଭାାଙ୍ଗିବାକୁ ପ୍ରୟାସ କରିଥିଲା ।

ସକାଳ ୯ଟା ୩୫: ଇସ୍ରାଏଲ୍ ଯାତ୍ରୀ କକପିଟ୍‌ରେ ପଶି ଆକ୍ରମଣକାରୀକୁ କାବୁ କରି ନେଇଥିଲେ ।

ସକାଳ ୯ଟା ୩୮: ଡ୍ୟୁଟିରେ ନଥିବା ପାଇଲଟ୍ ଏମରଜେନ୍ସି ଟ୍ରାନ୍ସପଣ୍ଡର କୋଡ୍ ବଦଳାଇ ୭୫୦୦ (ହାଇଜାକ୍/କକପିଟ୍‌ରେ ଅନଧିକୃତ ପ୍ରବେଶ କୋଡ୍) ଦେଇଥିଲେ ।

ସକାଳ ୧୦ଟା ୫୭: ସାଉଦି ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ନିର୍ଦ୍ଦେଶକ୍ରମେ ବିମାନ ତବୁକ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା ।