ଚାଲିଥିଲା କ୍ରିକେଟ୍ ମ୍ୟାଚ୍...ଗ୍ରାଉଣ୍ଡରେ ଫୁଟିଲା ବୋମା, ଚାଲିଗଲା ଜଣଙ୍କ ଜୀବନ

Key Points
କ୍ରିକେଟ ମ୍ୟାଚ୍ ବେଳେ ଗ୍ରାଉଣ୍ଡରେ ଫୁଟିଲା ବୋମା । ଚାଲିଗଲା ଜଣଙ୍କ ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ ।
ଚାଲିଥିଲା କ୍ରିକେଟ୍ ମ୍ୟାଚ୍ । ମ୍ୟାଚ୍ ଜିତିବା ପାଇଁ ଦୁଇ ଦଳର ଖେଳାଳି ସଂଘର୍ଷ ଜାରି ରଖିଥିଲେ । କିନ୍ତୁ ଠିକ୍ ଏତିକି ବେଳେ କ୍ରିକେଟ୍ ଗ୍ରାଉଣ୍ଡ ଉପରେ ପଡ଼ିଲା ବୋମା । ଆଉ ଚାଲିଯାଇଥିଲା ଜଣଙ୍କ ଜୀବନ । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଏହି ଘଟଣା ଖାଇବର ପଖତୁନଖ୍ବା ପ୍ରଦେଶର । ପୋଲିସ କହିଛି ଯେ ଏହି ଘଟଣା ଯୋଜନାବଦ୍ଧ ଭାବରେ କରାଯାଇଥିଲା । ଏବେ ଏହି ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । କ୍ରିକେଟ୍ ପଡ଼ିଆରେ ବିସ୍ଫୋରଣ ପରେ ଚାରିଆଡ଼େ ଧୂଆଁ ଥିଲା ଏବଂ ଦଳାଚକଟା ମଧ୍ୟ ହୋଇଥିଲା ।
ରିପୋର୍ଟ ଅନୁଯାୟୀ, ଏହି ଘଟଣା ବଜୌର ଜିଲ୍ଲାର ଖାର ତହସିଲରେ ଅବସ୍ଥିତ କୌସର କ୍ରିକେଟ୍ ଗ୍ରାଉଣ୍ଡରେ ଘଟିଥିଲା। ବିସ୍ଫୋରଣ ପରେ ଖେଳାଳି ଓ ସେଠାରେ ଉପସ୍ଥିତ ଥିବା ଦର୍ଶକ ଧାଁ ଦୌଡ କରୁଥିବାର ଦେଖିବାକୁ ମିଳିଥିଲା । ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ପୋଲିସ ଅଭିଯୋଗ କରିଛି ଯେ ଗତ ମାସରେ ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରେସନ ସର୍ବକାଫ ଜବାବରେ ଏହି ବିସ୍ଫୋରଣ କରାଯାଇଥିଲା।
This is the menace of Khawarij!At Kausar Ground,Khar,Bajaur,a bomb blast was carried out during a cricket match,targeting innocent civilians.These beasts, who play with the blood of innocents, are the greatest enemies of Islam and humanity.#NoToTerrorism #Bajaur #Pakistan pic.twitter.com/CNnawiXMvt
📱 Get Argus News App
✨ବଜୌର ଜିଲ୍ଲା ପୋଲିସ ଅଧିକାରୀ ୱାକାସ୍ ରଫିକ୍ ପାକିସ୍ତାନୀ ଗଣମାଧ୍ୟମରେ ପ୍ରତିକ୍ରିା ଦେଇ କହିଛନ୍ତି ଯେ ଏହି ଆକ୍ରମଣ ଯୋଜନା ଅନୁଯାୟୀ ଏବଂ ବିସ୍ଫୋରକ ସହିତ କରାଯାଇଥିଲା। ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି, କିଛି ପିଲାଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ପୋଲିସ ଅଧିକାରୀ ସ୍ୱୀକାର କରିଛନ୍ତି ଯେ ଅଭିଯୁକ୍ତ ଆତଙ୍କବାଦୀମାନେ ପୂର୍ବରୁ ପୋଲିସ ଷ୍ଟେସନ ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନଙ୍କର ଯୋଜନା ସଫଳ ହୋଇପାରିନଥିଲା। ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ପୋଲିସ ଷ୍ଟେସନ ଏବଂ ତା'ପରେ କୌସର କ୍ରିକେଟ ଗ୍ରାଉଣ୍ଡ ଉପରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି ।