Operation Sindoor / ଅପରେସନ ସିନ୍ଦୂର ମାଡ଼ରେ ଅଣ୍ଟା ସଳଖି ପାରୁନି ପାକିସ୍ତାନ, ୮ ମାସ ପରେ ବି ସଜାଡ଼ି ପାରୁନି ବାୟୁସେନା ଘାଟି
·5 months ago·1 min read

Key Points
ଅପରେସନ ସିନ୍ଦୂର ମାଡ଼ରେ ଅଣ୍ଟା ସଳଖି ପାରୁନି ପାକିସ୍ତାନ
୮ ମାସ ପରେ ବି ପାକିସ୍ତାନ ଛାତିରେ କ୍ଷତ ଚିହ୍ନ ଜଳ ଜଳ
ଗତ ୨୮ ଜାନୁଆରୀରେ ଆସିଥିବା ସାଟେଲାଇଟ ଚିତ୍ର ଖୋଲିଲା ପାକର ପୋଲ୍

ଅପରେସନ ସିନ୍ଦୂର ମାଡ଼ରେ ଅଣ୍ଟା ସଳଖି ପାରୁନି ପାକିସ୍ତାନ । ଭାରତୀୟ ବାୟୁସେନାର ଆକ୍ରମଣରେ ଧ୍ବସ୍ତ ବିଧ୍ବସ୍ତ ହୋଇଥିବା ପାକ୍ ବାୟୁସେନାର ଭୋଲାରି ହାଙ୍ଗର ଓ ଏୟାର ବେସକୁ ଏଯାଏଁ କରିପାରିନି ମରାମତି । ଗତ ବର୍ଷ ମେ' ୧୦ରେ ଆକ୍ରମଣ ପରେ ଅର୍ଥାତ ୧୧ ମେ' ୨୦୨୫ରେ ଆସିଥିବା ସାଟେଲାଇଟ ଚିତ୍ର ଓ ୨୮ ଜାନୁଆରୀ ୨୦୨୬ରେ ଆସିଥିବା ସାଟେଲାଇଟ ଚିତ୍ରରେ ସେମିତି କିଛି ବିଶେଷ ଫରକ ନାହିଁ ।
ଧ୍ବଂସ ହୋଇଥିବା ପାକ୍ ବାୟୁସେନା ହ୍ୟାଙ୍ଗର ମରାମତିରେ ଲାଗିଥିଲେ ବି କାମ ସାରି ପାରିନାହିଁ । ହ୍ୟାଙ୍ଗରର ରୁଫ୍ ଭାରତୀୟ ବାୟୁସେନାର ଆକ୍ରମଣକରେ କେମିତି ଛିନଛତ୍ର ହୋଇଯାଇଥିଲା ତାହାର ଚିତ୍ର ଏବେ ବି ସ୍ପଷ୍ଟ ବାରି ହୋଇପଡ଼ୁଛି । ଅପରେସନ ସିନ୍ଦୂରର ୮ ମାସ ପରେ ବି ପାକିସ୍ତାନ ଛାତିରେ କ୍ଷତ ଚିହ୍ନ ଜଳ ଜଳ ହୋଇ ଦିଶୁଛି । ସାଟେଲାଇଟ ଚିତ୍ରରେ ପାକିସ୍ତାନ ବାୟୁସେନାର କ୍ଷୟକ୍ଷତି ସ୍ପଷ୍ଟ ଦେଖାଯାଉଛି ।
ପହଲଗାମ ଆକ୍ରମଣ ପରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଆକ୍ରମଣ କରିଥିଲା । କିନ୍ତୁ ଏହା ପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଶେଷରେ ଭାରତୀୟ ବାୟୁସେନା ପାକିସ୍ତାନ ଏୟାରଫୋର୍ସର ୧୦ଟି ବେସ୍କୁ ଟାର୍ଗେଟ୍ କରିଥିଲା । ରାଫେଲ ଫାଇଟର ଜେଟରୁ ପାକିସ୍ତାନ ବାୟୁସେନାର ହ୍ୟାଙ୍ଗର ଉପରେ ଟାର୍ଗେଟ କରାଯାଇଥିବା କୁହାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories