Train Fire / ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ରେ ନିଆଁ, ଜୀବନ୍ତ ଜଳିଗଲେ ଯାତ୍ରୀ
·3 months ago·2 min read

Key Points
ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ ଟ୍ରେନ୍ରେ ନିଆଁ ଲାଗିଛି । ନିଆଁ ଲାଗିଥିବା ୨ ପ୍ରଭାବିତ କୋଚରେ ଯଥାକ୍ରମେ ୮୨ ଓ ୭୬ ଜଣ ଯାତ୍ରୀ ଥିଲେ । ଦୁର୍ଭାଗ୍ୟବଶତଃ ବି୧ କୋଚ୍ରୁ ଜଣଙ୍କ ମୃତଦେହ ମିଳିଛି ।
ହାଇଦ୍ରାବାଦ: ଏକ୍ସପ୍ରେସ୍ ଟ୍ରେନ୍ରେ ନିଆଁ । ଜୀଅନ୍ତା ଜଳିଗଲେ ଯାତ୍ରୀ । ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ୟଲମଞ୍ଚିଲି ନିକଟରେ ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ଘଟିଛି ।
ବିଶାଖାପାଟଣା ଠାରୁ ପ୍ରାୟ ୬୬ କିଲୋମିଟର ଦୂରରେ ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ ଟ୍ରେନ୍ରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ନେଇ ରାତି ପ୍ରାୟ ୧୨ଟା ୪୫ ମିନିଟ୍ରେ ସୂଚନା ମିଳିଥିଲା । ପୋଲିସ ଅନୁସାରେ, ନିଆଁ ଲାଗିଥିବା ୨ ପ୍ରଭାବିତ କୋଚରେ ଯଥାକ୍ରମେ ୮୨ ଓ ୭୬ ଜଣ ଯାତ୍ରୀ ଥିଲେ । ଦୁର୍ଭାଗ୍ୟବଶତଃ ବି୧ କୋଚ୍ରୁ ଜଣଙ୍କ ମୃତଦେହ ମିଳିଛି ।
ଏଥିସହ ପଢ଼ନ୍ତୁ: ଚଷା ସମାବେଶରେ ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି, ଶେଷ ରକ୍ତ ବିନ୍ଦୁଥିବା ଯାଏ ଅଧିକାର ପାଇଁ ଲଢ଼େଇ କରିବି
ପୋଲିସ ଅଧିକାରୀ କହିଛନ୍ତି, "ମୃତକ ଚନ୍ଦ୍ରଶେଖର ସୁନ୍ଦରମ । ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ଟ୍ରେନ୍ର ୨ଟି କୋଚ୍କୁ ଅଲଗା କରି ଦିଆଯାଇଛି । ପ୍ରଭାବିତ କୋଚ୍ରେ ଥିବା ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ଲାଗି ବିକଳ୍ପ ବ୍ୟବସ୍ଥା ହୋଇଛି ।"
ତେବେ କେଉଁ ପରିସ୍ଥିତିରେ ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ ଟ୍ରେନ୍ରେ ଅଗ୍ନିକାଣ୍ଡ ଘଟିଲା । ତାହା ସ୍ପଷ୍ଟ ହୋଇ ପାରିନାହିଁ । ଦୁଇଟି ଫରେନସିକ୍ ଟିମ୍ ଅଗ୍ନିକାଣ୍ଡର ତଦନ୍ତ କରୁଛି ।
ଟ୍ରେନ୍ରେ ଅଗ୍ନିକାଣ୍ଡ ହେବା କ୍ଷଣି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଟାଟା ନଗରରୁ ଟ୍ରେନ୍ ଏର୍ଣ୍ଣାକୁଲମ୍ ଯାଉଥିବା ବେଳେ ଏକ୍ସପ୍ରେସ୍ ଟ୍ରେନ୍ରେ ନିଆଁ ଲାଗିଥିଲା ।
ଷ୍ଟେସନ ଅତିକ୍ରମ କରିବା ବେଳେ ଟ୍ରେନ୍ରେ ନିଆଁ ଲାଗିଥିବା ଦେଖିଥିଲେ ଲୋକୋ ପାଇଲଟ୍ । ତୁରନ୍ତ ଟ୍ରେନ୍କୁ ଅଟକାଇ ଦେଇଥିଲେ, ଫଳରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି ।
ଏଥିସହ ପଢ଼ନ୍ତୁ: ଡିସେମ୍ବର ୩୧ ତାରିଖ ରାତିରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା ନ କରିବାକୁ ଚିଠି
ସୂଚନା ଅନୁସାରେ, ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ ଟ୍ରେନ୍ର ବି୧ କୋଚ୍ରେ ନିଆଁ ଲାଗିଥିଲା । ଏହାପରେ ନିଆଁ ଏମ୍୨ ଏସି କୋଚକୁ ବ୍ୟାପି ଯାଇଥିଲା । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାର କାରଣ ଜାଣିବା ପାଇଁ ରେଲୱେ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଅଗ୍ନିକାଣ୍ଡ ପରେ ସମରଲାକୋଟାରେ ଆଉ ୨ଟି ଏସି କୋଚ୍ ସଂଯୋଗ କରାଯାଇଛି । ଏହା ପରେ ଟ୍ରେନ୍ଟି ଏର୍ଣ୍ଣାକୁଲମ୍ ଅଭିମୁଖେ ଯାତ୍ରା କରିଛି । ଏହି ଅଗ୍ନିକାଣ୍ଡ ପରେ ବିଜୟୱାଡ଼ାରୁ ବିଶାଖାପାଟଣା ଆଡ଼କୁ ଯାଉଥିବା ଏକାଧିକ ଟ୍ରେନ୍ ବିଳମ୍ବରେ ଚାଲୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories