Pakistan Airstrike / ନିଜ ଦେଶରେ ହିଁ ପାକିସ୍ତାନର ଏୟାରଷ୍ଟ୍ରାଇକ୍ ! ୨୮ ଜଣଙ୍କ ମୃତ୍ୟୁ, ମହିଳା-ଶିଶୁ ବି ଶିକାର
·59 mins ago·2 min read

Key Points
ଆତଙ୍କବାଦ ବିରୋଧୀ ଅଭିଯାନ ନାଁରେ ନରସଂହାର ?
ପାକିସ୍ତାନ ଉପରେ ଉଠିଲା ବଡ଼ ପ୍ରଶ୍ନ
ପାକିସ୍ତାନରେ ନିଜ ଲୋକଙ୍କ ଉପରେ ଏୟାରଷ୍ଟ୍ରାଇକ୍!

ଆତଙ୍କବାଦୀଙ୍କୁ ମାରିବାକୁ ଯାଇ ସାଧାରଣ ଲୋକଙ୍କ ଘର ଉପରେ ଏୟାରଷ୍ଟ୍ରାଇକ୍ ! ପାକିସ୍ତାନର ବାଲୁଚିସ୍ତାନରୁ ଆସିଛି ଏମିତି ଖବର । ଦାବି ଅନୁସାରେ, ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ବହୁ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ତେବେ ଏହା ଆତଙ୍କବାଦ ବିରୋଧୀ ଅଭିଯାନ, ନା ସାଧାରଣ ଲୋକଙ୍କ ଉପରେ ଭୟଙ୍କର ଆକ୍ରମଣ ?
ଆତଙ୍କବାଦ ବିରୋଧୀ ଅଭିଯାନ ନାଁରେ ପାକିସ୍ତାନୀ ସେନା ନିଜ ଦେଶର ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିଥିବା ନେଇ ଏକ ବଡ଼ ଦାବି ସାମ୍ନାକୁ ଆସିଛି । ବାଲୁଚିସ୍ତାନର ସୁରାବ ସହର ନିକଟସ୍ଥ ଗୋନ୍ଧନ ଗାଁରେ ପାକିସ୍ତାନୀ ବାୟୁସେନା ଏୟାରଷ୍ଟ୍ରାଇକ୍ କରିଥିବା ଦାବି କରାଯାଇଛି । ମଙ୍ଗଳବାର ୧୧ ଅଗଷ୍ଟ ଓ ବୁଧବାର ୧୨ ଅଗଷ୍ଟ ମଧ୍ୟରାତ୍ରି ପ୍ରାୟ ୨ଟା ସମୟରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି ।
ଦାବି ଅନୁସାରେ, ବାଲୁଚ୍ ବିଦ୍ରୋହୀଙ୍କୁ ଟାର୍ଗେଟ୍ କରିବା ନାଁରେ ଏହି ଏୟାରଷ୍ଟ୍ରାଇକ୍ କରାଯାଇଥିଲା। କିନ୍ତୁ ଆକ୍ରମଣରେ ସାଧାରଣ ଲୋକଙ୍କ ଘର କ୍ଷତିଗ୍ରସ୍ତ ହେବା ସହ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି ହୋଇଛି ।
ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ
୧୨ ଅଗଷ୍ଟ ଅପରାହ୍ନ ୩ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ଏହି ଏୟାରଷ୍ଟ୍ରାଇକ୍ରେ ୨୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି । ମୃତକଙ୍କ ମଧ୍ୟରେ ୯ ଜଣ ଶିଶୁ, ୭ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ଥିବା କୁହାଯାଇଛି । ଏହା ସହିତ ଆଉ ୧୭ ଜଣ ଆହତ ହୋଇଥିବା ଏବଂ ସେମାନଙ୍କର ଚିକିତ୍ସା ଚାଲିଥିବା ଦାବି କରାଯାଇଛି ।
ଘଟଣା ପରେ ସାମ୍ନାକୁ ଆସିଥିବା କିଛି ଭିଜୁଆଲ୍ରେ ଧ୍ୱଂସାବଶେଷ ତଳେ ଲୋକଙ୍କୁ ଖୋଜାଖୋଜି କରାଯାଉଛି । ଏହି ଘଟଣାକୁ ନେଇ ପାକିସ୍ତାନୀ ସେନାର ଆତଙ୍କବାଦ ବିରୋଧୀ ଅଭିଯାନ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି ।
ପୂର୍ବରୁ ମଧ୍ୟ ହୋଇଥିଲା ଏଭଳି ଅଭିଯୋଗ
ପାକିସ୍ତାନୀ ସେନା ବିରୋଧରେ ନିଜ ଦେଶର ସାଧାରଣ ଲୋକଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିଥିବା ଅଭିଯୋଗ ଏହା ପ୍ରଥମ ନୁହେଁ । ୨୦୨୫ ସେପ୍ଟେମ୍ବର ୨୧-୨୨ ମଧ୍ୟରାତ୍ରିରେ ଖାଇବର ପଖତୁନଖ୍ୱାର ତିରାହ ଉପତ୍ୟକାରେ ପାକିସ୍ତାନୀ ସେନାର ଏୟାରଷ୍ଟ୍ରାଇକ୍ରେ ୩୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା ।
ଏବେ ବାଲୁଚିସ୍ତାନର ଘଟଣାକୁ ନେଇ ମଧ୍ୟ ସମାନ ପ୍ରଶ୍ନ ଉଠିଛି । ତେବେ ଏହି ଘଟଣା ସମ୍ପର୍କରେ ପାକିସ୍ତାନୀ ସେନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା କିମ୍ବା ବିସ୍ତୃତ ବିବୃତି ସାମ୍ନାକୁ ଆସିନି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories