Videos
|
International

Pakistan vs Afghanistan / ବନ୍ଦ ହେଲା ପାକ୍-ଆଫଗାନ୍‌ ଯୁଦ୍ଧ ! ତୁର୍କୀ କଲା ବୁଝାମଣା...

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ବନ୍ଦ ହେଲା ପାକ୍-ଆଫଗାନ୍‌ ଯୁଦ୍ଧ ! ତୁର୍କୀ କଲା ବୁଝାମଣା...

Key Points

କତର ଓ ସାଉଦି ଆରବର ମଧ୍ୟସ୍ଥତାରେ ଏହି ଶାନ୍ତି ଆଲୋଚନା ହେଉଛି।

ପାକିସ୍ତାନ ଆଫଗାନିସ୍ତାନ ଯୁଦ୍ଧରେ ଅସ୍ତ୍ରବିରତି । ତୁରନ୍ତ ଅସ୍ତ୍ରବିରତି ପାଇଁ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ସହମତି ହୋଇଛି । ଅସ୍ତ୍ରବିରତି ପାଇଁ ଉଭୟ ଦେଶ ରାଜି ହୋଇଥିବା ଘୋଷଣା କଲା କତାର । ଦୋହାରେ ତୁର୍କି ଓ କତାରର ମଧ୍ୟସ୍ଥତାରେ ବଡ଼ ସଫଳତା ମିଳିଛି । ସୀମାରେ ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ମଧ୍ୟରେ ସହମତି ରହିଛି । ଆଗାମୀ ଦିନରେ ଆହୁରି ଅଧିକ ବୈଠକ ସହ ଆଲୋଚନା ପାଇଁ ମଧ୍ୟ ରାଜି ହୋଇଛନ୍ତି ଉଭୟ ଦେଶ । ତେବେ ଏହି ବୈଠକରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ ।

ଏହି ଆଲୋଚନାର ପ୍ରଥମ ପର୍ଯ୍ୟାୟରେ ଅସ୍ତ୍ରବିରତି ସମୟସୀମା ବଢ଼ାଇବାକୁ ସହମତି ପ୍ରକାଶ ପାଇଛି। ସୀମାନ୍ତରେ ଲାଗିରହିଥିବା ତିକ୍ତତା ଓ ସଂଘର୍ଷର ସମାଧାନ ପାଇଁ ଆଫଗାନିସ୍ତାନ ଓ ପାକିସ୍ତାନର ଶୀର୍ଷ ଅଧିକାରୀମାନେ ଏବେ ଦୋହାରେ ଅଛନ୍ତି ଏବଂ ଏହି ଆଲୋଚନା ସୋମବାର ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି। ୨୦୨୧ରେ ତାଲିବାନ କାବୁଲକୁ ଦଖଲ କରିବା ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଏବେ ସବୁଠାରୁ ଭୟଙ୍କର ସୀମା ସଂଘର୍ଷ ଚାଲିଛି। କତର ଓ ସାଉଦି ଆରବର ମଧ୍ୟସ୍ଥତାରେ ଏହି ଶାନ୍ତି ଆଲୋଚନା ହେଉଛି।

ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍‌ରେ ଯୁବତୀଙ୍କୁ ଏକା ପାଇ...

ତେବେ ଅକ୍ଟୋବର ୧୫-୧୬ରେ ପାକ୍‌-ଆଫଗାନ ସୀମାନ୍ତ ଜିଲ୍ଲାଗୁଡ଼ିକରେ ତୀବ୍ର ସଂଘର୍ଷ ହୋଇଥିଲା, ଯେଉଁଥିରେ ଉଭୟ ପକ୍ଷରେ ବହୁ ସୈନିକ ଓ ସାଧାରଣ ନାଗରିକଙ୍କ ମୃତାହତ ହୋଇଥିବା ଖବର ମିଳିଥିଲା। ଏହାପରେ ଆନ୍ତର୍ଜାତିକ ମଧ୍ୟସ୍ଥତା ପରେ ଏକ ୪୮ ଘଣ୍ଟିଆ ଅସ୍ତ୍ରବିରତି ଚୁକ୍ତି ହୋଇଥିଲା। ତେବେ ଶନିବାର ସନ୍ଧ୍ୟାରେ ପାକିସ୍ତାନ ଆଫଗାନିସ୍ତାନର ପାକ୍ତିକା ପ୍ରଦେଶର ତିନୋଟି ସ୍ଥାନରେ ଏୟାର୍‌ ଷ୍ଟ୍ରାଇକ କରି ଏହି ଅସ୍ତ୍ରବିରତିର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏହି ଆକ୍ରମଣରେ ଅତିକମରେ ୧୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!

ତାଲିବାନ ଏହି ଆକ୍ରମଣକୁ ନିନ୍ଦା କରିଥିଲେ ମଧ୍ୟ ଦୋହା ଆଲୋଚନା ପ୍ରକ୍ରିୟାକୁ ସମ୍ମାନ ଦେବା ପାଇଁ ନିଜ ସୈନ୍ୟବାହିନୀକୁ ପ୍ରତିଶୋଧ ନନେବାକୁ ନିର୍ଦ୍ଦେଶ ଦେଇଛି। ତାପରେ ଦୋହା ଆଲୋଚନାରେ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ମହମ୍ମଦ ୟାକୁବ ଏବଂ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ନେତୃତ୍ୱ ନେଇଥିଲେ। ପୂର୍ବରୁ ଯେଉଁ ୪୮ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା, ତାହାକୁ ବଢ଼ାଇ ଦିଆଯାଇଛି ଏବଂ ବୈଠକରୁ କୌଣସି ନିଷ୍କର୍ଷ ବାହାରିବା ପର୍ଯ୍ୟନ୍ତ ଅସ୍ତ୍ରବିରତି ଜାରି ରହିବ ବୋଲି କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Pakistan vs Afghanistan | Pakistan and Afghanistan agree to immediate ceasefire after peace talks in Doha | Argus News