Air Strike in Pakistan / ନିଜ ଦେଶରେ ଏୟାରଷ୍ଟ୍ରାଇକ୍ କଲା ପାକିସ୍ତାନୀ ସେନା, ମହିଳା-ଶିଶୁଙ୍କ ସମେତ ଚାଲିଗଲା ୩୦ ଜୀବନ

Key Points
ପାକିସ୍ତାନରେ ଏୟାରଷ୍ଟ୍ରାଇକ୍ କଲା ପାକିସ୍ତାନୀ ସେନା । ଶିଶୁ-ମହିଳାଙ୍କ ସମେତ ଚାଲିଗଲା ୩୦ ନାଗରିକ ଜୀବନ । ୨୦ରୁ ଅଧିକ ଗୁରୁତର ଭାବେ ଆହତ ।
ନିଜ ନାଗରିକଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିଛି ପାକିସ୍ତାନୀ ସେନା । ଯାହାଫଳରେ ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୩୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ, ରାତି ପ୍ରାୟ ୨ଟାରେ, ପାକିସ୍ତାନୀ ବାୟୁସେନା ଖାଇବର ପଖତୁନଖ୍ୱା ପ୍ରଦେଶର ତିରାହ ଉପତ୍ୟକାର ମାତ୍ରେ ଦାରା ଗାଁରେ JF-17 ଲଢ଼ୁଆ ବିମାନରୁ ଅତି କମରେ ଆଠଟି LS-6 ବୋମା ପକାଇଛି । ଯେଉଁଥିରେ ୩୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ତଥାପି, ପାକିସ୍ତାନ ସରକାର ଏହି ଆକ୍ରମଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହାଁନ୍ତି।
ମିଳିଥିବା ସୂଚନା ଅନୁସାରେ, ଏୟାରଷ୍ଟ୍ରାଇକରେ ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି । ସେହିପରି ୨୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆକାଶରୁ ବୋମା ପଡ଼ିବା ପରେ ଗାଁର ଏକ ବଡ଼ ଅଂଶ ଧ୍ବଂସ ହୋଇଯାଇଥିଲା ।
ସ୍ଥାନୀୟ ବାସିନ୍ଦା ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଲୋକମାନେ ଶୋଇଥିବା ସମୟରେ ଏହି ବୋମା ବିସ୍ପୋରଣ ହୋଇଥିଲା । ଏହି ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ଗାଁର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଥିଲା । ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା, ସବୁଠି କେବଳ ଭଗ୍ନାବଶେଷ ରହିଯାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ତେବେ ବୋମା ବିସ୍ଫୋରଣ ପରେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ ଏବଂ ନିଖୋଜ ଲୋକଙ୍କୁ ଖୋଜିବାରେ ନିୟୋଜିତ ଅଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲଗୁଡ଼ିକୁ ନିଆଯାଉଛି ।
ପାକିସ୍ତାନ ସରକାର ଏହି ଏୟାରଷ୍ଟ୍ରାଇକକୁ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରି ନଥିଲେ ମଧ୍ୟ, ଏହି ଘଟଣା କଥିତ "ଆତଙ୍କବାଦ ବିରୋଧୀ" ଅଭିଯାନ ଆଳରେ ଏହି ଅଞ୍ଚଳରେ ପାକିସ୍ତାନୀ ସେନାର ବର୍ବରତାର ଆଉ ଏକ ଉଦାହରଣ। ମାନବାଧିକାର ସଂଗଠନଗୁଡ଼ିକ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛନ୍ତି ଏବଂ ଏହି ଘଟଣା ପାଇଁ ଯିଏ ଦାୟୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।
📱 Get Argus News App
✨Related Topics
Explore more stories