Videos
|
International

20 Police Trainee Officers Abduction Pakistan / ୨୦ ପୋଲିସ ପ୍ରଶିକ୍ଷାର୍ଥୀ ଅଧିକାରୀଙ୍କୁ ଅପହରଣ କରିନେଲେ ଅଜ୍ଞାତ ବନ୍ଧୁକଧାରୀ

Subhramjit Ray
Browse all articles by Subhramjit Ray
·1 hour ago·2 min read
୨୦ ପୋଲିସ ପ୍ରଶିକ୍ଷାର୍ଥୀ ଅଧିକାରୀଙ୍କୁ ଅପହରଣ କରିନେଲେ ଅଜ୍ଞାତ ବନ୍ଧୁକଧାରୀ
20 Police Trainee Officers Abduction Pakistan

Key Points

ପୋଲିସ କହିବା ଅନୁଯାୟୀ, ଏହି ନିଯୁକ୍ତିପ୍ରାପ୍ତ ଯବାନ ଲେଭିଜ୍ ଫୋର୍ସ ସହ ଜଡ଼ିତ ରହିଥିଲେ। ଯାହାକୁ ବର୍ତ୍ତମାନ ଦେଶର ପୋଲିସ ବାହିନୀ ସହିତ ମିଶ୍ରଣ କରାଯାଇଛି।
ଶନିବାର (ଅକ୍ଟୋବର ୧୭) ପୁଣି ଥରେ ଅଶାନ୍ତ ହୋଇଉଠିଛି ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ। ଏଠାରେ ଅଜ୍ଞାତ ବନ୍ଧୁକଧାରୀ ପ୍ରାୟ ୨୦ ଜଣ ପ୍ରଶିକ୍ଷାର୍ଥୀ ପୋଲିସ ଏକାଡେମୀ ଅଧିକାରୀଙ୍କୁ ଅପହରଣ କରି ନେଇଛନ୍ତି। ପାକିସ୍ତାନ ପୋଲିସ କହିବା ଅନୁଯାୟୀ ଅପହୃତଙ୍କୁ ଖୋଜିବା ପାଇଁ ସୁରକ୍ଷା ବାହିନୀ ଏକ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ କରିଛି। ଅପହୃତ ଅଧିକାରୀ ବେଲୁଚିସ୍ତାନ ପ୍ରଦେଶର କଲାତ ଜିଲ୍ଲାରେ ଅବସ୍ଥିତ ଏକ ପୋଲିସ ତାଲିମ କେନ୍ଦ୍ରରେ ତାଲିମ ନେଉଥିଲେ। ଏହି ଅପହରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ କିମ୍ବା ବ୍ୟକ୍ତି ଅଥବା ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି।

ଅପହରଣ କିପରି ଘଟିଲା
ହେଲେ ତଥାପି ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ପାକିସ୍ତାନୀ ସୁରକ୍ଷା ବାହିନୀ ବେଲୁଚିସ୍ତାନ ପ୍ରଦେଶରେ ନିଷିଦ୍ଧ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଏବଂ ଆତଙ୍କବାଦୀ ସଙ୍ଗଠନ ତେହରିକ୍-ଏ-ତାଲିବାନ୍ ପାକିସ୍ତାନ (TTP) ବିରୋଧରେ ଗୁଇନ୍ଦା ଆଧାରିତ ଅଭିଯାନ ଚଳାଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ତାଲିମା ନେଉଥିବାର୍ଥୀ ଅଧିକାରୀ ସପ୍ତାହାନ୍ତ ଛୁଟିରେ ଘରକୁ ଫେରୁଥିବା ସମୟରେ ମୋଟର ସାଇକେଲ୍ ନେଇ ଆସିଥିବା ସଶସ୍ତ୍ର ଲୋକ ମାସ୍ତୁଙ୍ଗ ନିକଟରେ କ୍ୱେଟା-କରାଚି ରାଜପଥରେ ସେମାନଙ୍କ ବସ୍ ଅଟକାଇ ଥିଲେ। ଏହା ପରେ ଡ୍ରାଇଭର୍ ଙ୍କୁ ସେମାନଙ୍କ ରାସ୍ତା ନେବାକୁ ବାଧ୍ୟ କରିଥିଲେ। ଅଧିକାରୀ କହିଛନ୍ତି ଯେ ଅପହରଣକାରୀ ପରେ ବସ୍‌ରେ ଡ୍ରାଇଭର ଏବଂ ୩ ଜଣ ସାଧାରଣ ନାଗରିକଙ୍କୁ ଛାଡି ଦେଇଥିଲେ। ହେଲେ ସେହି ୨୦ ଜଣ ପ୍ରଶିକ୍ଷାର୍ଥୀ ଅଧିକାରୀଙ୍କୁ ନିଜ ସହିତ ନେଇଯାଇଥିଲେ।

କମିଶନରଙ୍କୁ ଗୋଟିଏ ଦିନ ପୂର୍ବରୁ କରାଯାଇଥିଲା ଅପହରଣ
ପୋଲିସ କହିବା ଅନୁଯାୟୀ, ନିଯୁକ୍ତିପ୍ରାପ୍ତ ସୈନିକ ଲେଭିଜ୍ ଫୋର୍ସ ସହ ଜଡ଼ିତ ରହିଥିଲେ। ଯାହାକୁ ଏବେ ପୋଲିସ୍ ବିଭୈାଗ ସହ ମିଶ୍ରଣ କରାଯାଇଛି। ସରକାରୀ ଅଧିକାରୀଙ୍କ ଅନୁଯାୟୀ, ଅପହୃତ ସୈନିକ ରାଖସାନ ଡିଭିଜନ୍ ସହ ଜଡ଼ିତ ଥିଲେ। ଅପହୃତ ସୈନିକଙ୍କୁ ଖୋଜିବା ପାଇଁ ସୁରକ୍ଷା ବାହିନୀ ଆଖପାଖର ପାହାଡ଼ରେ ଏକ ସନ୍ଧାନୀ ଅଭିଯାନ ଆରମ୍ଭ କରିଛନ୍ତି। ହେଲେ ତଥାପି ସେମାନଙ୍କର ସଦ୍ୟତମ ସ୍ଥିତି ବିଷୟରେ ଏପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ। ଗୋଟିଏ ଦିନ ପୂର୍ବରୁ ବେଲୁଚିସ୍ତାନର ଖାରନ ଜିଲ୍ଲାର ରଖସାନ ଡିଭିଜନ କମିଶନର ଅସଦ ଉଲ୍ଲାହ କାକରଙ୍କୁ ଅପହରଣ କରାଯାଇଥିଲା।

ଅନ୍ୟ ଏକ ପୃଥକ ଘଟଣାରେ, ଖାରନ ଡେପୁଟି କମିଶନର ମୁନିର ଅହମଦ ସୁମରୋଙ୍କୁ ଗତ ଅକ୍ଟୋବର ୩ ତାରିଖରେ ସୁରକ୍ଷିତ ଭାବରେ ମୁକ୍ତ କରାଯାଇଥିଲା। ତାଙ୍କୁ ପ୍ରାୟ ୨ ସପ୍ତାହ ଧରି ବନ୍ଧକ ରଖାଯାଇଥିଲା। ଗତ ମାସରେ ନୋଶକି-ଖାରାନ ହାଇୱେରୁ ସ୍ଥାନୀୟ ଆଦିବାସୀ ନେତା ଏବଂ ତାଙ୍କୁ ଅପହରଣ କରିଥିବା ସଶସ୍ତ୍ର ବ୍ୟକ୍ତିଙ୍କ ମଧ୍ୟରେ ଆଲୋଚନା ପରେ ତାଙ୍କର ମୁକ୍ତି ସମ୍ଭବ ହୋଇଥିଲା। ଗତ ଜୁଲାଇ ୨୧ ତାରିଖରେ ବେଲୁଚିସ୍ତାନର ଚାଗାଇ ଜିଲ୍ଲାରେ ଏକ ଚେକ୍ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣରେ ୩ ଜଣ ଅବକାରୀ ବିଭାଗ ଅଧିକାରୀଙ୍କୁ ଅପହରଣ କରାଯାଇଥିଲା।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: