Saudi Arabia / ପାକିସ୍ତାନକୁ ବଡ଼ ଝଟକା: ଗୋଟିଏ ନିଷ୍ପତ୍ତି ପାଇଁ ବୁଡ଼ିଗଲା କୋଟି କୋଟି
·4 months ago·2 min read

Key Points
ପାକିସ୍ତାନକୁ ବଡ଼ ଝଟକା
ଗୋଟିଏ ନିଷ୍ପତ୍ତିରେ ବୁଡ଼ିଗଲା ୧୪,୦୦୦ କୋଟିର ଡିଲ !
ଯୁଦ୍ଧ ବିମାନର ମେଗା ଡିଲ୍କୁ ବର୍ତ୍ତମାନ ପାଇଁ ସ୍ଥଗିତ

ଗୋଟିଏ ନିଷ୍ପତ୍ତି ବୁଡ଼େଇଦେଲା ୧୪,୦୦୦ କୋଟିର ଡିଲ ! ଏଖବର ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକା-ଇରାନ ମଧ୍ୟରେ ଶାନ୍ତି ବାର୍ତ୍ତା ଜରିଆରେ ମଧ୍ୟସ୍ଥି ସାଜି ନିଜର ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ପାକିସ୍ତାନକୁ ଏକ ଶକ୍ତ କୂଟନୈତିକ ଏବଂ ଆର୍ଥିକ ଆଘାତ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ସାଉଦି ଆରବର ଫଣ୍ଡିଂ ବନ୍ଦ କରିବା ଚେତାବନୀ ପରେ ପାକିସ୍ତାନ ସୁଦାନ ସହିତ ହେବାକୁ ଥିବା ୧.୫ ବିଲିୟନ ଡଲାର (ପ୍ରାୟ ୧୪,୦୦୦ କୋଟି ଟଙ୍କା) ର ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ବିମାନର ମେଗା ଡିଲ୍କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛି।
ସୁଦାନ ବର୍ତ୍ତମାନ ଏକ ଭୟଙ୍କର ମାନବୀୟ ସଙ୍କଟ ମଧ୍ୟ ଦେଇ ଗତି କରୁଛି। ସେଠାକାର ସେନା ଏବଂ ଅର୍ଦ୍ଧସାମରିକ ବଳ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ଶକ୍ତିମାନେ ଏବେ ମୁହାଁମୁହିଁ ହୋଇଛନ୍ତି। ସୌଦି ଆରବ ସୁଦାନ ସେନାକୁ ସମର୍ଥନ କରୁଥିବା ବେଳେ, ୟୁଏଇ ଉପରେ ବିଦ୍ରୋହୀ ଗୋଷ୍ଠୀକୁ ସାହାଯ୍ୟ କରୁଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ସୌଦି ଆଉ ସିଧାସଳଖ ଅସ୍ତ୍ର ପଠାଇ ବିବାଦ ବଢ଼ାଇବାକୁ ଚାହୁଁନାହିଁ।କେବଳ ସୁଦାନ ନୁହେଁ, ବରଂ ଲିବିୟାର ନ୍ୟାସନାଲ ଆର୍ମି ସହ ହେବାକୁ ଥିବା ପାକିସ୍ତାନର ୪ ବିଲିୟନ ଡଲାରର ଚୁକ୍ତି ମଧ୍ୟ ଏବେ ବିପଦରେ। ସୌଦି ଆରବ ନିଜର ଆଞ୍ଚଳିକ ରଣନୀତି ଉପରେ ପୁନଃ ବିଚାର କରୁଥିବାରୁ ଏହି ଡିଲ୍ ଅଧାରେ ଅଟକି ଯାଇପାରେ।
କୁହାଯାଉଛି ଯେ, କିଛି ପଶ୍ଚିମା ଦେଶ ସାଉଦି ଆରବକୁ ଆଫ୍ରିକାରେ ଚାଲିଥିବା “ଛଦ୍ମ ଯୁଦ୍ଧ” (Proxy Wars) ରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଏହାପରେ ରିୟାଦ ନିଜର ରଣନୀତି ବଦଳାଇ ପାକିସ୍ତାନକୁ ଏହି ବଡ଼ ଝଟକା ଦେଇଛି। ଏହି ଡିଲ୍ ଶେହବାଜ ସରକାରଙ୍କ ପାଇଁ ସଞ୍ଜିବନୀ ସଦୃଶ ହୋଇଥାନ୍ତା। ଭାରତ ସହ ସାମରିକ ତିକ୍ତତା ପରେ ପାକିସ୍ତାନୀ ଅସ୍ତ୍ରଶସ୍ତ୍ରର ଚାହିଦା ଆନ୍ତର୍ଜାତୀୟ ବଜାରରେ କିଛି ମାତ୍ରାରେ ବଢ଼ିଥିଲା। ପାକିସ୍ତାନ ଆଶା ରଖିଥିଲା ଯେ ସୁଦାନକୁ ଅସ୍ତ୍ର ବିକ୍ରି କରି ସେ ନିଜର ପ୍ରତିରକ୍ଷା ଶିଳ୍ପକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବ, କିନ୍ତୁ ସେହି ସ୍ୱପ୍ନ ଏବେ ଧୂଳିସାତ୍ ହେବାକୁ ବସିଛି।
ଏଥିସହ ପଢ଼ନ୍ତୁ: ଟ୍ରମ୍ପ ଦେଲେ ନୂଆ ଧମକ; ହସରେ ଉଡ଼ାଇଦେଲା ଇରାନ, କହିଲା ଆମେ ବି ରେଡି..

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତବର୍ଷ ପାକିସ୍ତାନ ଏବଂ ସୌଦି ଆରବ ମଧ୍ୟରେ ଏକ ପାର୍ଶ୍ୱିକ ପ୍ରତିରକ୍ଷା ଚୁକ୍ତି (Mutual Defense Pact) ହୋଇଥିଲା, ଯାହା ଅନୁଯାୟୀ ପରସ୍ପର ଉପରେ ଆକ୍ରମଣକୁ ସାଧାରଣ ଆକ୍ରମଣ ଭାବେ ଗ୍ରହଣ କରାଯିବ। ଏହି ନିବିଡ଼ ସମ୍ପର୍କ ମଧ୍ୟରେ ପାକିସ୍ତାନ କୌଣସି ପରିସ୍ଥିତିରେ ସୌଦିକୁ ନାରାଜ କରିବାକୁ ଚାହୁଁନାହିଁ।
.ସାଉଦିର ସଫା ମନା: ଟଙ୍କା ମିଳିବନି:
ସୂତ୍ର ଅନୁସାରେ, ସୌଦି ଆରବ ପାକିସ୍ତାନକୁ ସ୍ପଷ୍ଟ ଭାବେ ଜଣାଇ ଦେଇଛି ଯେ ସେ ଏହି ଡିଲ୍ ପାଇଁ କୌଣସି ପ୍ରକାରର ଆର୍ଥିକ ସହାୟତା କରିବ ନାହିଁ। ପାକିସ୍ତାନ ଦୀର୍ଘ ସମୟ ଧରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ, ସାଉଦିର ସହାୟତା ବିନା ଏହି ବଡ଼ ଚୁକ୍ତିକୁ ପୂରଣ କରିବା ସେନା ମୁଖ୍ୟ ଆସିମ ମୁନୀରଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories