Mine Blast / ବିସ୍ଫୋରଣରେ ପୋତି ହୋଇଗଲା ଖଣି, ଜୀବିକା ଦେଉଥିବା କୋଇଲା ନେଇଗଲା ୩୨ ଜୀବନ
·1 month ago·2 min read

Key Points
ଜୀବିକା ଦେଉଥିବା କୋଇଲା ନେଇଗଲା ଜୀବନ । କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ୩୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଶ୍ରମିକ କୋଇଲା ତଳେ ଚାପି ରହିଥିବା ଆଶଙ୍କା ।
ନୂଆଦିଲ୍ଲୀ: ମାଟି ତଳୁ ଖୋଳା ଚାଲିଥିଲା କୋଇଲା । ଯିଏ ଯାହା କାମରେ ବ୍ୟସ୍ତ ଥିଲେ ଶ୍ରମିକ । ଆଉ ଠିକ୍ ସେତିକି ବେଳେ ହେଲା ଏକ ବଡ଼ ଧରଣର ବିସ୍ଫୋରଣ । ଆଉ ଜୀବିକା ଦେଉଥିବା କୋଇଲା ନେଇଗଲା ଜୀବନ । କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ୩୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଶ୍ରମିକ କୋଇଲା ତଳେ ଚାପି ରହିଥିବା ଆଶଙ୍କା କରାଯାଉଛି ।
ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ଦକ୍ଷିଣପଶ୍ଚିମ ପାକିସ୍ତାନର ଏକ କୋଇଲା ଖଣିରେ । କ୍ଵେଟ୍ଟାରେ ଥିବା ଏକ କୋଇଲା ଖଣିରେ ଗୁରୁବାର ଭୟଙ୍କର ବିସ୍ଫୋରଣରେ ୩୨ ଜଣଙ୍କ ମୃତ୍ୟୁ ହୋଇଛି । ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ରେସ୍କ୍ୟୁ ଅପରେସନ୍ ।
ଏଥିସହ ପଢ଼ନ୍ତୁ: ହଜାର ହଜାର ମରକ୍କୋ ନାଗରିକଙ୍କୁ ଘଉଡ଼ାଇ ଦେଲା ସେନା: ଚାଲିଗଲା ୧୮ ଜଣଙ୍କ ଜୀବନ
ମିଳିଥିବା ସୂଚନା ଅନୁସାରେ, ବାଲୋଚିସ୍ତାନର ରାଜଧାନୀ କ୍ଵେଟ୍ଟା ସହର ନିକଟରେ ଥିବା ଏକ କୋଇଲା ଖଣିରେ ଗୁରୁବାର ଏହି ବିସ୍ଫୋରଣ ହୋଇଛି । ମିଥେନ୍ ଗ୍ୟାସ୍ କାରଣରୁ ବିସ୍ଫୋରଣ ହୋଇଥିବା ଖଣି ଇନ୍ସପେକ୍ଟର ଘନୀ ବାଲୋଚ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିସ୍ଫୋରଣର କେଇ ଘଣ୍ଟା ପରେ ପ୍ରଶାସନ ୭ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ପରେ ଜରୁରୀକାଳୀନ ଟିମ୍ ଉଦ୍ଧାର କରିଛି ଆଉ ୨୫ ଜଣଙ୍କ ମରଶରୀର । ଏବେ ବି କୋଇଲା ଖଣିରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ପୋତି ହୋଇ ରହିଥିବା ଆଉ ୧୦ ଜଣ ଶ୍ରମିକଙ୍କ ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ ଟିମ୍ ।
ଖଣି ଇନ୍ସପେକ୍ଟର ଘନୀ ବାଲୋଚ କହିଛନ୍ତି, "ଫସି ରହିଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପର୍ଯ୍ୟନ୍ତ ରେସ୍କ୍ୟୁ ଅପରେସନ୍ ଜାରି ରହିବ ।" ଏଥିସହ ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରିଛନ୍ତି ଖଣି ଇନ୍ସପେକ୍ଟର । ତେବେ କାହାରିକୁ ଜୀବନ୍ତ ଠାବ କରିବା କଷ୍ଟକର । କାରଣ ମିଥେନ୍ ଗ୍ୟାସ୍ ବିସ୍ଫୋରଣ ପରେ ଅମ୍ଳଜାନ ମାତ୍ରା ଶୂନ ତଳକୁ ଖସି ଯାଇଥାଏ ।
ଏଥିସହ ପଢ଼ନ୍ତୁ: ଜୋରଦାର ବିସ୍ଫୋରଣ ସହ ଅଚାନକ ଉଠିଲା ଅଗ୍ନି ଶିଖା; ସାମ୍ନାକୁ ଆସିଲା ଭିଡ଼ିଓ
ଉଦ୍ଧାର କରାଯାଇଥିବା ମୃତଦେହକୁ ଚିହ୍ନଟ କରି ପ୍ରଶାସନ ସେମାନଙ୍କ ପରିବାର ବର୍ଗକୁ ହସ୍ତାନ୍ତର କରୁଛି । ଚିହ୍ନଟ ହୋଇ ନଥିବା ମୃତଦେହକୁ ଚିହ୍ନଟ କରି ହସ୍ତାନ୍ତର ପାଇଁ ପ୍ରଶାସନ ପ୍ରକ୍ରିୟା ଜାରି ରଖିଥିବା ଖଣି ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।
ବାଲୋଚିସ୍ତାନର ଖଣି ମନ୍ତ୍ରୀ ଶୋଭ ନଶେରୱାନ କହିଛନ୍ତି, "ଉଦ୍ଧାର କାର୍ଯ୍ୟାରେ ଟିମ୍ ଲାଗିଛନ୍ତି । ଏହା କଷ୍ଟକର ଅଟେ । ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଲେଖାଏଁ ପାକିସ୍ତାନୀ ମୁଦ୍ରା ସହାୟତା ଦିଆଯିବ । ଏଥିସହ କିଭଳି ବିସ୍ଫୋରଣ ହେଲା ତାର ତଦନ୍ତ ସହ ସୁରକ୍ଷା ବ୍ୟବସ୍ଥା ନେଇ ତଦାରଖ କରାଯିବ ।"

Related Topics
Explore more stories