Videos
|
International

Israel Air Strike Video / ଜୋରଦାର ବିସ୍ଫୋରଣ ସହ ଅଚାନକ ଉଠିଲା ଅଗ୍ନି ଶିଖା; ସାମ୍ନାକୁ ଆସିଲା ଭିଡ଼ିଓ

Subhramjit Ray
Browse all articles by Subhramjit Ray
·37 mins ago·3 min read
ଜୋରଦାର ବିସ୍ଫୋରଣ ସହ ଅଚାନକ ଉଠିଲା ଅଗ୍ନି ଶିଖା; ସାମ୍ନାକୁ ଆସିଲା ଭିଡ଼ିଓ
Israel Air Strike Video

Key Points

ଗାଜା ଷ୍ଟ୍ରିପର ଧାର୍ମିକ ବ୍ୟାପାର ଏବଂ ୱାକଫ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ କହିଛନ୍ତି ଯେ ଇସ୍ରାଏଲୀ ସେନା ଏକ ବିମାନ ଆକ୍ରମଣରେ ମସଜିଦକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି।


Israel Air Strike on Palestine Mosque: ଗତ ବୁଧବାର (୨୯ ଜୁଲାଇ) ଇସ୍ରାଏଲୀ ସେନା ପକ୍ଷରୁ ଗାଜା ଷ୍ଟ୍ରିପ୍ ସ୍ଥିତ ଏକ ମସଜିଦ ଉପରେ ହୋଇଥିଲା ବିମାନ ଆକ୍ରମଣ। ଯାହା ପରେ ସେହି ମସଜିଦ୍ ପରିସରରେ ଜୋରଦାର ବିସ୍ଫୋରଣ ହେବା ସହ ଅଚାନକ ଅଗ୍ନି ଶିଖା ଉଠିବାରେ ଲାଗିଥିଲା। ଏନେଇ ଇସ୍ରାଏଲ ସେନା ପକ୍ଷରୁ ଦାବି କରାଯାଇଛି ଯେ ଆତଙ୍କୀ ଗୋଷ୍ଠୀ ହମାସ୍, ଏହି ମସଜିଦକୁ ଏକ ହତିଆର ସଂରକ୍ଷଣ ସ୍ଥାନ ଭାବରେ ବ୍ୟବହାର କରୁଥିଲା। ଯେଉଁଥିପାଇଁ ଏହାକୁ ଟାର୍ଗେଟ କରାଯାଇଥିଲା।

ପାଲେଷ୍ଟାଇନ୍ ଗାଜା ଷ୍ଟ୍ରିପ୍ ଠାରୁ ଏହି ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅଲ-ମୁତ୍ତାକିନ୍ ମସଜିଦ ଉପରେ ହୋଇଥିବା ଆକ୍ରମଣ ସମୟରେ ବିସ୍ଥାପିତ ପାଲେଷ୍ଟାଇନ୍ ଲୋକଙ୍କ ତମ୍ବୁ ଉପରେ ନିଆଁ ଏବଂ ଧୂଆଁ ଏକ ବେଲୁନ୍ ଭଳି ଉପରକୁ ଉଠୁଥିବାର ଦେଖାଯାଇଥିଲା। ବିସ୍ଫୋରଣ ହେବା ମାତ୍ରେ ଲୋକେ ଏଣେତେଣେ ପଳାୟନ କରିବାରେ ଲାଗିଥିଲେ। ବିମାନ ଆକ୍ରମଣ ପରେ, ସେମାନେ ଘଟଣାସ୍ଥଳରେ ଖୋଜାଖୋଜି କରୁଥିବାର ଦେଖିବାକୁ ମିଳିଥିଲା।

ଏହା ସହ ପଢନ୍ତୁ:  ଇସ୍ରାଏଲ ଆକ୍ରମଣରେ କମ୍ପି ଉଠିଲା ଲେବାନନ୍; ମାଟିରେ ମିଶିଲା ହିଜିବୁଲ୍ଲା ଶିବିର

ଇସ୍ରାଏଲୀ ସେନା ପକ୍ଷରୁ ହୋଇଥିବା ଦାବି
ଇସ୍ରାଏଲ ସେନା ଦାବି କରିଛି ଯେ ଗତ ସପ୍ତାହ ମଧ୍ୟରେ, କେନ୍ଦ୍ରୀୟ-ଉତ୍ତର ଗାଜା ଷ୍ଟ୍ରିପ୍ ଅଞ୍ଚଳରେ ରହିଥିବା ହମାସ ସହ ଜଡ଼ିତ ଅନେକ ଅସ୍ତ୍ର ସଂରକ୍ଷଣ ସ୍ଥାନ ଉପରେ ଆକ୍ରମଣ କରି ଏହାକୁ ନଷ୍ଟ କରି ଦିଆଯାଇଛି। ସେନା ଏହା ମଧ୍ୟ କହିଛି ଯେ, ଏହି ସଂରକ୍ଷଣ ସ୍ଥାନ ମଧ୍ୟରୁ ଗୋଟିଏ ଉତ୍ତର ଗାଜା ଷ୍ଟ୍ରିପ ସ୍ଥିତ ଏକ ମସଜିଦ ପରିସରରେ ଅବସ୍ଥିତ ରହିଥିଲା। ସେନା ଆହୁରି କହିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପୂର୍ବରୁ ଜନସାଧାରଣଙ୍କୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଗୁଆ ସତର୍କ କରାଯାଇଥିଲା।


ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ଠାରେ ସକ୍ରିୟ ରହିଥିବା ଆତଙ୍କୀ ସଙ୍ଗଠନ ହମାସ ମଧ୍ୟରେ ଏକ ଦୁର୍ବଳ ଯୁଦ୍ଧବିରତି ଏବେ ମଧ୍ୟ ବଳବତ୍ତର ରହିଛି। ହେଲେ ଗାଜା ଷ୍ଟ୍ରିପ୍ ଠାରେ ଏପର୍ଯ୍ୟନ୍ତ ହିଂସା ବନ୍ଦ ହୋଇନାହିଁ। ଗତ ୨୦୨୫ ଅକ୍ଟୋବରରେ ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ, ୧୨ ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲୀ ସେନା, ହମାସ ପକ୍ଷରୁ ଯୁଦ୍ଧ କରୁଥିବା ପାଲେଷ୍ଟାଇନ୍ସ ନାଗରିକଙ୍କୁ ଟାର୍ଗେଟ କରିବାରେ ଲାଗିଛି। ଯୁଦ୍ଧ ଶେଷ କରିବା ଲାଗି ସ୍ଥାୟୀ ସମାଧାନ ପ୍ରୟାସ ଏବେ ସ୍ଥଗିତ ରହିଛି।

ଏହା ସହ ପଢନ୍ତୁ:  ମାଟିରେ ମିଶିଲା ହିଜବୁଲା ଟନେଲ; ଭିଡ଼ିଓ ଦେଖିଲେ ହୋଇଯିବେ ତାଜୁବ

ଗାଜା ଷ୍ଟ୍ରିପ୍ ଧାର୍ମିକ ବ୍ୟାପାର ଏବଂ ୱାକଫ ମନ୍ତ୍ରଣାଳୟ ମହାନିର୍ଦ୍ଦେଶକ ଆମିର ଆବୁ ଅଲ-ଆମରେନ କହିଛନ୍ତି ଯେ, ଇସ୍ରାଏଲ ସେନା ବିମାନ ଆକ୍ରମଣରେ ଏକ ମସଜିଦ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯାଇଛି। ସେ କହିଛନ୍ତି, ଗାଜା ଷ୍ଟ୍ରିପ୍ କୁ କବଜା କରିବା ଯୋଜନାରେ ରହିଥିବା ସେନା, ଏଠାରେ ସାମରିକ ଘାଟିର ଉପସ୍ଥିତି ରହିଥିବା ଭଳି ମିଥ୍ୟା ବାହାନା ଦେଖାଇ କରୁଥିବା ଆକ୍ରମଣକୁ ଯଥାର୍ଥ ଦର୍ଶାଇବାକୁ ଚେଷ୍ଟା କରୁଛି। ସେ ମସଜିଦ ଏବଂ ଧାର୍ମିକ ସ୍ଥଳକୁ ସୁରକ୍ଷା ଦେବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଆହ୍ୱାନ କରିଛନ୍ତି।

ଗତ ୨୪ ମାର୍ଚ୍ଚ ସୁଦ୍ଧା, ଜାତିସଂଘର ସାଂସ୍କୃତିକ ଶାଖା ୟୁନେସ୍କୋ (UNESCO) କହିବା ଅନୁସାରେ ୭ ଅକ୍ଟୋବର ୨୦୨୩ ପର ଠାରୁ ଇସ୍ରାଏଲ ବିରୋଧରେ ହମାସ ଦ୍ୱାରା ଆରମ୍ଭ ହୋଇଥିବା ଆକ୍ରମଣ ପରେ ଗାଜା ଯୁଦ୍ଧରେ ପ୍ରାୟ ୧୬୪ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି। ଯାହା ମଧ୍ୟରୁ ୧୪ ସ୍ଥାନରେ ଧାର୍ମିକ ସ୍ଥଳ ରହିଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: