Hunza Community / ପାଖ ମାଡୁନି ରୋଗ, ଏଠି ମଣିଷ ବଞ୍ଚୁଛନ୍ତି 150 ବର୍ଷ
·10 months ago·3 min read

Key Points
ଏଠି ମଣିଷ ବଞ୍ଚୁଛନ୍ତି 150 ବର୍ଷ
ହାତ ଗୋଡ ଚାଲୁଛି..ଦେଖିବାକୁ ବି ସୁନ୍ଦର
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ
ହାତ ଗୋଡ ଚାଲୁଛି..ଦେଖିବାକୁ ବି ସୁନ୍ଦର
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ
ଆଗ ଅପେକ୍ଷା ଆଜିକାଲି ଦିନକୁ ଦିନ କମୁଛି ମନୁଷ୍ୟଙ୍କ ଜୀବନ ହାର । କାରଣ ବଦଳୁଥିବା ଲାଇଫ୍ ଷ୍ଟାଇଲ୍ ଯୋଗୁଁ ଆଜିକାଲି 60 ରୁ 70 ବର୍ଷ ବଞ୍ଚିବା ବି ଢେର୍ । କାରଣ ଜନ୍ମ ହେଉ ହେଉ ଅନେକ ରୋଗ ମାଡିବସୁଛି । କିନ୍ତୁ ଏମିତି ଏକ କମ୍ୟୁନିଟି ରହିଛି ଯେଉଁଥିରେ ବିଶେଷ କରି ମହିଳାମାନେ 150 ବର୍ଷ ବଞ୍ଚୁଛନ୍ତି । ତା' ପୁଣି ପୁରା ସୁସ୍ଥ ସବଳ । ହାତ , ଗୋଡ ଠିକ୍ ଅଛି । ନିଜ କାମ ନିଜେ କରିପାରୁଛନ୍ତି । ଖାଲି ଏତିକି ନୁହେଁ ଚମ ଧୁଡୁ ଧୁଡୁ ହୋଇନି...ବରଂ ଦେଖିବାକୁ ବହୁତ ସୁନ୍ଦର ।
ଉତ୍ତର ପାକିସ୍ତାନର ନଗର ଭ୍ୟାଲିରେ ବସବାସ କରୁଥିବା ହୁଞ୍ଜା ସମ୍ପ୍ରଦାୟ । 60 ରୁ 70 ବର୍ଷ ବୟସରେ ମଧ୍ୟ ସେମାନେ ଦେଖିବାକୁ ବହୁତ ସୁନ୍ଦର । ଖାଲି ସୁନ୍ଦର ତାହା ନୁହେଁ ଏ ବୟସରେ ମହିଳାମାନେ ଏତେ ସୁସ୍ଥ ଯେ ସେମାନେ ସନ୍ତାନ ଜନ୍ମ ଦେଇପାରିବେ ।
ହୁଞ୍ଜା ସମ୍ପ୍ରଦାୟ ବିଶେଷ କରି ଚାଷବାସ କରି ଜୀବନଯାପନ କରନ୍ତି । ପରିଶ୍ରମୀ ଓ ସ୍ୱାବଲମ୍ୱୀ । ଏହି ସମ୍ପ୍ରଦାୟରେ ମହିଳାମାନେ ୧୫୦ରୁ ଅଧିକ ବର୍ଷ ବଞ୍ଚୁଥିବାର ଦେଖିବାକୁ ମିଳେ । ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୧୯୮୪ ମସିହାରେ ଅବଦୁଲ ମୋବାତ ନାମକ ଜଣେ ବ୍ୟକ୍ତି ଲଣ୍ଡନର ହିଥ୍ରୋ ବିମାନବନ୍ଦର ଆସିଥିଲେ । ସେଠାରେ ତାଙ୍କ ପାସପୋର୍ଟରେ ଜନ୍ମ ବର୍ଷ ଲେଖାଯାଇଥିଲା ୧୮୩୨ ମସିହା । ସେତେବେଳେ ତାଙ୍କୁ ହୋଇଥିଲା ୧୫୨ ବର୍ଷ । ଯାଞ୍ଚ କରୁଥିବା ଅଧିକାରୀ ଜଣଙ୍କ ପ୍ରଥମେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ଭାବିଲେ ବୋଧ ହୁଏ କିଛି ତ୍ରୁଟି ହୋଇଛି । କିନ୍ତୁ ସମ୍ପୂର୍ଣ୍ଣ ତଦନ୍ତ ପରେ, ସେମାନେ ଆଶ୍ଚର୍ଯ୍ୟଜନକ ଭାବରେ ଜାଣିପାରିଲେ ଯେ ସେମାନଙ୍କ ସମ୍ମୁଖରେ ଠିଆ ହୋଇଥିବା ଅବଦୁଲ ମୋବାତ ପ୍ରକୃତରେ 152 ବର୍ଷ ବୟସ୍କ । ମୋବାତ ପାକିସ୍ତାନର ହୁଞ୍ଜା ସମ୍ପ୍ରଦାୟର ବୋଲି ଜଣାପଡିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୀର୍ଘାୟୁର ରହସ୍ୟ କ’ଣ?
ହୁଞ୍ଜା ଲୋକଙ୍କ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ପଛରେ କୌଣସି ଚମତ୍କାର କିମ୍ବା ଯାଦୁଗରୀ ଭଳି କଥା ନାହିଁ । ବୈଜ୍ଞାନିକମାନଙ୍କ କହିବା କଥା ଏହି ସମ୍ପ୍ରଦାୟର ଖାଦ୍ୟ ପେୟ ଏବଂ ସୁସ୍ଥ ଜୀବନଶୈଳୀ ହିଁ ତାଙ୍କ ଦୀର୍ଘାୟୁର ବଡ କାରଣ । ଯେହେତୁ ସେମାନେ ବସବାସ କରୁଥିବା ଅଞ୍ଚଳରେ ଅଖରୋଟ ଓ ଆପ୍ରିକଟ ବହୁତ ପରିମାଣରେ ମିଳେ ସେଥିପାଇଁ ସେମାନେ ଏହି ସବୁ ଜିନିଷ ବହୁତ ପରିମାଣରେ ଖାଇଥାନ୍ତି । ଯାହା କ୍ୟାନସର ଭଳି ବଡ ରୋଗର ବିପଦକୁ ହ୍ରାସ କରିଥାଏ । ସେମାନଙ୍କର ସମଗ୍ର ଜନସଂଖ୍ୟା ସମ୍ପୂର୍ଣ୍ଣ କର୍କଟ ମୁକ୍ତ । ଯାହା ସେମାନଙ୍କୁ ପୃଥିବୀର ସବୁଠାରୁ ଦୀର୍ଘଜୀବୀ, ସୁସ୍ଥ ଏବଂ ଖୁସି ସମ୍ପ୍ରଦାୟ ହେବାରେ ସାହାଯ୍ୟ କରିଛି ।
ହୁଞ୍ଜା ମହିଳାମାନେ ବୃଦ୍ଧାବସ୍ଥାରେ ମଧ୍ୟ କିପରି ଯୁବା ଦେଖାଯାଆନ୍ତି?
ହୁଞ୍ଜା ଲୋକମାନେ, ବିଶେଷକରି ମହିଳାମାନେ ସେମାନଙ୍କର ବୃଦ୍ଧ ବୟସରେ ମଧ୍ୟ ଯୁବା ଦେଖାଯାଆନ୍ତି । ବିଶେଷଜ୍ଞଙ୍କ ମତରେ, ହୁଞ୍ଜାର ସୁସ୍ଥ ଜୀବନଶୈଳୀ ସେମାନଙ୍କୁ 60 ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ ପର୍ଯ୍ୟନ୍ତ ଯୁବା ରହିବାରେ ସାହାଯ୍ୟ କରେ । ଆଶ୍ଚର୍ଯ୍ୟଜନକ ଭାବରେ, ହୁଞ୍ଜାମାନେ ବର୍ଷକୁ 2 ରୁ 3 ମାସ ପର୍ଯ୍ୟନ୍ତ କଠିନ ଖାଦ୍ୟ ବା solid food ଖାଆନ୍ତି ନାହିଁ ଏବଂ ସେହି ସମୟ ମଧ୍ୟରେ କେବଳ ଫଳ ରସ ସେବନ କରନ୍ତି । ଏହା ସହିତ, ହୁଞ୍ଜାମାନେ ପ୍ରାୟତଃ ଦୂର ଦୂର ରାସ୍ତା ଚାଲି ଚାଲି ଯିବାକୁ ପସନ୍ଦ କରନ୍ତି । ପ୍ରତ୍ୟେକ ଦିନ ଚାଲିବା ତାଙ୍କର ଗୋଟେ ଅଭ୍ୟାସ । ଖାଇବାରେ ବିଶେଷ କରି ଡ୍ରାଏ ଫ୍ରୁଟ୍ସ , କ୍ଷୀର, ଅଣ୍ଡା, କଞ୍ଚା ପନିପରିବା ଥାଏ । ଏହା ମଧ୍ୟ ଦାବି କରାଯାଇଛି ଯେ ମହିଳାମାନେ 65 ବର୍ଷ ବୟସରେ ମଧ୍ୟ ସନ୍ତାନ ଜନ୍ମ କରିପାରିବେ ।

Related Topics
Explore more stories