Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭଲ ନାହିଁ ପାକିସ୍ତାନ ଫର୍ମ, ଫିଲ୍ଡିଂ ବି ଢିଲା..

International

Pakistan In Asia Cup / ଭଲ ନାହିଁ ପାକିସ୍ତାନ ଫର୍ମ, ଫିଲ୍ଡିଂ ବି ଢିଲା..

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·3 min read
ଭଲ ନାହିଁ ପାକିସ୍ତାନ ଫର୍ମ, ଫିଲ୍ଡିଂ ବି ଢିଲା..

Key Points

ଏସିଆ କପ୍ ସୁପର ଫୋର୍ ମ୍ୟାଚ୍‌ରେ ପାକିସ୍ତାନ ପୁଣି ଭାରତଠାରୁ ହାରିବା ପରେ ଏଭଳି ଭାବେ ପାକ୍ ଖେଳାଳିଙ୍କ ଉପରେ ବର୍ଷିଛନ୍ତି ପାକିସ୍ତାନୀ ଫ୍ୟାନ୍ସ । କ୍ୟାପ୍ଟେନ ସହ ସବୁ ଖେଳାଳିକୁ ଧୋଇଛନ୍ତି ।

ପାକିସ୍ତାନ ପାଇଁ କର ବା ମର ସ୍ଥିତି । ଏଥର ନ ଜିତିଲେ ଟୁର୍ଣ୍ଣାମେଣ୍ଟରୁ ଆଉଟ୍ । ଏସିଆ କପ୍ ୨୦୨୫ରେ ପାକିସ୍ତାନ ଟିମ୍ ଖୁବ୍‌ ଦୁର୍ବଳ ଦେଖାଯାଉଛି । ଆରମ୍ଭରୁ ପାକ୍‌ ଟିମ୍‌ର ପ୍ରଦର୍ଶନ ଅତି ଶୋଚନୀୟ । କ୍ରୀଡ଼ା ବିଶେଷଜ୍ଞଙ୍କ ଅନୁଯାୟୀ ପାକିସ୍ତାନ ଟିମ୍‌ ବାଂଲାଦେଶଠାରୁ ମଧ୍ୟ ଦୁର୍ବଳ ପ୍ରଦର୍ଶନ କରୁଛି । ବାଂଲାଦେଶ ବୋଲରମାନେ ଏବେ ଭଲ ଫର୍ମରେ ରହିଥିବା ବେଳେ ତାଙ୍କ ଫିଲ୍ଡିଂ ମଧ୍ୟ ଖୁବ୍‌ ଟାଇଟ୍‌ ରହୁଛି । ୨୪ ତାରିଖରେ ଖେଳାଯାଇଥିବା ଭାରତ-ବାଂଲାଦେଶ ମ୍ୟାଚ୍‌ରେ ଏହା ସ୍ପଷ୍ଟ ବାରି ହୋଇପଡ଼ୁଥିଲା ।

ଅନ୍ୟପଟେ ଏସିଆ କପ୍‌ର ଲିଗ୍‌ ମ୍ୟାଚ୍‌ ଗୁଡ଼ିକରେ ମଧ୍ୟ ପାକିସ୍ତାନ ବୋଲରଙ୍କ ଲାଇନ୍ ଲେନ୍ଥ ଠିକ୍‌ ରହୁନଥିଲା । ଫିଲ୍ଡିଂ ମଧ୍ୟ ଢିଲା ରହିଥିଲା । ତେବେ ଏଭଳି ପରିସ୍ଥିତିରେ ବାଂଲାଦେଶଠାରୁ ପାକିସ୍ତାନ ଟିମ୍‌ ଜିତିବା କଷ୍ଟକର ବୋଲି ମନେ ହେଉଛି । ଯଦି ପାକିସ୍ତାନ ଟିମ୍‌ ବାଂଲାଦେଶକୁ ପରାସ୍ତ ନକରେ ତେବେ ଫାଇନାଲରେ ଏଣ୍ଟ୍ରି କରିବ ବାଂଲାଦେଶ । ଆଉ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିବ ପାକିସ୍ତାନ ।


ଏହାସହ ପଢ଼ନ୍ତୁ: ୯୯.୯୯ ପରସେଣ୍ଟାଇଲ ରଖିଥିଲେ, ତଥାପି ପରିବାର ଲୋକଙ୍କ ଚାପ ଆଗରେ ହାର ମାନିଲେ ଛାତ୍ର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାକିସ୍ତାନ ଟିମ୍‌ ଯଦି ବାଂଲାଦେଶଠାରୁ ପରାଜିତ ହୁଏ, ତେବେ ଦଳ ଫାଇନାଲକୁ ଯାଇପାରିବନି କି ନିଜ ଦେଶକୁ ଫେରିପାରିବନି । ଏଭଳି କିଛି ଲେଖିଛନ୍ତି ପାକିସ୍ତାନୀ ସୋସିଆଲ ମିଡିଆ ୟୁଜର । ଦଳର ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ଟ୍ରୋଲ କରାଯାଉଛି । ଭାରତଠାରୁ ପରାଜିତ ହେବା ପରେ ପାକିସ୍ତାନୀ ଖେଳାଳିଙ୍କୁ ତାଙ୍କ ଦେଶର ଲୋକମାନେ ଗାଳି କରୁଛନ୍ତି । ଆଉ କହୁଛନ୍ତି ଭାରତଠାରୁ କିଛି ଶିଖ ।

ଏସିଆ କପ୍ ସୁପର ଫୋର୍ ମ୍ୟାଚ୍‌ରେ ପାକିସ୍ତାନ ପୁଣି ଭାରତଠାରୁ ହାରିବା ପରେ ଏଭଳି ଭାବେ ପାକ୍ ଖେଳାଳିଙ୍କ ଉପରେ ବର୍ଷିଛନ୍ତି ପାକିସ୍ତାନୀ ଫ୍ୟାନ୍ସ । କ୍ୟାପ୍ଟେନ ସହ ସବୁ ଖେଳାଳିକୁ ଧୋଇଛନ୍ତି ।

"ଆମେ ଟଙ୍କା ଖର୍ଚ୍ଚ କରି ଦୂରରୁ ଆସୁଛୁ । କିନ୍ତୁ ଆମ ଖେଳାଳି ଏମିତି ଖେଳୁଛନ୍ତି । ପାକିସ୍ତାନ ସବୁବେଳେ କହୁଛି ଜିତିବୁ, ଜିତିବୁ.. ହେଲେ ଇଣ୍ଡିଆଠୁ ସବୁବେଳେ ଧୂଳି ଚାଟୁଛି ବୋଲି କହିଛନ୍ତି ପାକିସ୍ତାନୀ ଫ୍ୟାନ୍ସ । ଏପରିକି ଇଣ୍ଡିଆ ଫାଇନାଲ ଡିଜର୍ଭ କରୁଛି, ଇଣ୍ଡିଆ ହିଁ ଏସିଆ କପ୍ ଜିତିବ" ବୋଲି ଆଉ କିଛି ପାକିସ୍ତାନୀ ଫ୍ୟାନ୍ସ ପ୍ରତିକ୍ରିୟା ଦେଇଛନ୍ତି।

ଏହାସହ ପଢ଼ନ୍ତୁ: ଜବରଦସ୍ତ ଝଟ୍‌କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ...


ସେପଟେ ବାରମ୍ବାର ଇଣ୍ଡିଆଠୁ ହାରିଲା ପରେ ବି ଭାଙ୍ଗୁନି ପାକିସ୍ତାନୀ ଖେଳାଳିଙ୍କ ମୁହଁ ଫୁଟାଣି କି କମୁନି ଔଦ୍ଧତ୍ୟାମି । ମ୍ୟାଚ୍ ବେଳେ ପଡିଆରେ ଦେଖିବାକୁ ମିଳିଥିଲା ପାକ୍‌ ଖେଳାଳୀଙ୍କ ଔଦ୍ଧତ୍ୟ ଆଚରଣ । ଅର୍ଦ୍ଧଶତକ ମାରିବା ପରେ ଗନ୍ ସେଲିବ୍ରେସନ୍ କରିଥିଲେ ପାକିସ୍ତାନ ଓପନର ସାହିବଜାଦା ଫରହାନ୍ ।

ବ୍ୟାଟ୍‌କୁ ବନ୍ଧୁକ ଭଳି ଧରିଥିଲେ, ଗୁଳି ଚଳାଇଲା ଭଳି ପ୍ରଦର୍ଶନ କରିଥିଲେ । ଯାହାର ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଫରହାନଙ୍କୁ କଡା ସମାଲୋଚନା କରିଛନ୍ତି କ୍ରିକେଟ ଫ୍ୟାନ୍ସ । ଏମିତିକି ଏହାକୁ ଆତଙ୍କବାଦୀ ଆଚରଣ କହି ସମାଲୋଚନା କରିଛନ୍ତି ଫ୍ୟାନ୍ସ । କେବଳ ଫରହାନ ନୁହଁନ୍ତି, ହାରିସ୍ ରୌଫ ମଧ୍ୟ ନିଜ ସୀମା ଅତିକ୍ରମ କରିଛନ୍ତି । ହାରିସ୍ ରୌଫ୍ ଅଙ୍ଗୁଳିରେ ୬-୦ର ସଙ୍କେତ ଦେଖାଇ ଭାରତୀୟଙ୍କୁ ପରିହାସ କରିଥିଲେ । ମ୍ୟାଚରେ ଶୋଚନୀୟ ପରାଜୟ କରିଥିଲେ ବି ବାହାଦୁରୀ ଛାଡ଼ିନଥିଲା ପାକିସ୍ତାନ ।

ଆଉ ଏବେ ଏହି ଗନ୍ ସେଲିବ୍ରେସନ୍ ପାଇଁ ଫସିଯିବ ପାକିସ୍ତାନ । ପଡ଼ିଆରେ ପାକିସ୍ତାନର ଔଦ୍ଧତ୍ୟ ଆଚରଣ ବିରୋଧରେ ଆଇସିସି ନିକଟରେ ଫେରାଦ ହୋଇଛି ବିସିସିଆଇ । ପାକିସ୍ତାନୀ କ୍ରିକେଟର ହାରିସ୍ ରୌଫ୍ ଓ ସାହିବଜାଦା ଫରହାନଙ୍କ ନାଁରେ ଅଭିଯୋଗ କରିଛି ଭାରତ । ୨ ଖେଳାଳି ପଡ଼ିଆରେ ଉସୁକାଇବା ଭଳି ଆଚରଣ କରିଥିଲେ । ବିସିସିଆଇର ଅଭିଯୋଗ ପରେ ଆଇସିସି ଏଲିଟି ପ୍ୟାନେଲ ନିକଟରେ ହାଜର ହୋଇପାରନ୍ତି ଉଭୟ ଖେଳାଳି।

Related Topics

Explore more stories

Painting
Sponsored