Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Pakistan / ପାକିସ୍ତାନରେ ହେଲା ଗୋଟିଏ ପରେ ଗୋଟିଏ ଭୟଙ୍କର ବିସ୍ଫୋରଣ

Rashmita Mishra
Browse all articles by Rashmita Mishra
·2 months ago·2 min read
ପାକିସ୍ତାନରେ ହେଲା ଗୋଟିଏ ପରେ ଗୋଟିଏ ଭୟଙ୍କର ବିସ୍ଫୋରଣ
Pakistan

Key Points

ପାକିସ୍ତାନରେ ବଡ଼ ବିସ୍ଫୋରଣ ୪୦ ଜଣଙ୍କର ମୃତ୍ୟୁ ବଡ଼ ବିଦ୍ରୋହ ଆରମ୍ଭ । 
ପାକିସ୍ତାନରେ ହେଲା ଗୋଟିଏ ପରେ ଗୋଟିଏ ଭୟଙ୍କର ବିସ୍ଫୋରଣ ।
ବିଦ୍ରୋହର ନିଆଁରେ ଜଳୁଛି ପୁରା ପାକିସ୍ତାନ । 

ପାକିସ୍ତାନରେ ହେଲା ଗୋଟିଏ ପରେ ଗୋଟିଏ ଭୟଙ୍କର ବିସ୍ଫୋରଣ । ବିଦ୍ରୋହର ନିଆଁରେ ଜଳୁଛି ପୁରା ପାକିସ୍ତାନ । ଏଣେ ତେଣେ ଛିଟିକି ପଡ଼ିଛି ମୃତଦେହ । ଏହି ବିସ୍ଫୋରଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ଭାରତ ପାଇଁ ଖୋଳୁଥିବା ଖାଲରେ ନିଜେ ପଡ଼ିଛି ପାକିସ୍ତାନ । ଭାରତରେ ଆକ୍ରମଣ ପାଇଁ ଯୋଜନା କରୁଥିବା ପାକିସ୍ତାନରେ ହୋଇଛି ସାଂଘାତିକ ବିସ୍ଫୋରଣ । ଗୃହ ଯୁଦ୍ଧରେ ଏବେ ପାକିସ୍ତାନ ଘାଣ୍ଟି ହେଉଛି ।

ଗୋଟିଏ ପରେ ଗୋଟିଏ ବିସ୍ଫୋରଣରେ ପାକିସ୍ତାନ ମେରୁଦଣ୍ଡକୁ ଭାଙ୍ଗି ଦେଉଛି । ଏହି ଭୟଙ୍କର ବିସ୍ଫୋରଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ରକ୍ତାକ୍ତ ହୋଇଯାଇଛି ପାକିସ୍ତାନ । ପାକିସ୍ତାନ ଏବେ ଧ୍ବଂସ ହେବା ଉପରେ । ନିଜର ଗୃହ ଶତ୍ରୁ ମାନଙ୍କ ଦ୍ଵାରା ପାକିସ୍ତାନ ତଳିତଳାନ୍ତ ହୋଇଯିବ । କାଶ୍ମୀରକୁ ଆଶା କରୁଥିବା ପାକିସ୍ତାନ ପାଉଁଶରେ ସ୍ତୁପରେ ପରିଣତ ହୋଇଯିବ ।

ବିସ୍ଫୋରଣ ସବୁକିଛି ଛାରଖାର କରିପକାଇଛି। ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ଏକ ଜନଗହଳିପୂର୍ଣ୍ଣ ବଜାରରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଘଟଣାଟି ଘଟିଛି ଖାଇବର ପାଖ୍‌ତୁନ୍‌ଖ୍ୱା ପ୍ରଦେଶର ଲକ୍କି ମାରୱାଟ୍ ଜିଲ୍ଲାରେ।

ଏଥିସହ ପଢ଼ନ୍ତୁ: ବଢିଚାଲିଛି ଆମେରିକାର ଚିନ୍ତା; ଯୁଦ୍ଧରେ ଖର୍ଚ୍ଚ ହୋଇଗଲାଣି ଟ୍ରିଲିୟନ ଡଲାର 

ଯଦି ଦେଖିବା ମଙ୍ଗଳବାର ସ୍ଥାନୀୟ ନୌରଙ୍ଗ ବଜାରରେ ଏକ ବିସ୍ଫୋରକ ଭର୍ତ୍ତି ରିକ୍ସା ସାହାଯ୍ୟରେ ଏହି ଆକ୍ରମଣ କରାଯାଇଛି । ଖାଲି ସେତିକି ନୁହେଁ ଠିକ ଦୁଇ ଦିନ ପୂର୍ବରୁ ଆହୁରି ଗୋଟିଏ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୨୦ରୁ ଅଧିକ ପାକିସ୍ତାନୀ ପୋଲିସଙ୍କର ମୃତ୍ୟୁ ହୋଇଛି । ୩ ଦିନ ଭିତରେ ୪୦ ଜଣଙ୍କର ମୃତ୍ୟୁ ହେଲାଣି ।

ସେପଟେ ଯଦି ଦେଖିବା ପାକିସ୍ତାନ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ତାଲିବାନ ପାକିସ୍ତାନ, ଖାଇବର ପାଖ୍‌ତୁନ୍‌ଖ୍ୱା ଭଳି ପ୍ରଦେଶ । ଯାହାକୁ ନେଇ ହେଉଛି ଏମିତି ପାକିସ୍ତାନ ଉପରେ ଆକ୍ରମଣ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି । ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି । ଯଦିଓ ପାକିସ୍ତାନ ତାଲିବାନ ଉପରେ ସନ୍ଦେହ କରାଯାଉଛି। କିନ୍ତୁ TTP ଏହି ବିସ୍ଫୋରଣରେ ନିଜର ସମ୍ପୃକ୍ତିକୁ ମନା କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistan | Series of Powerful Explosions Rock Pakistan | Argus News