Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆମେରିକାର ଅସ୍ତ୍ର ନେଇ ରାତି ଅଧରେ ପାକିସ୍ତାନ ଉପରେ ଘମାସାନ ଆକ୍ରମଣ

International

Attack / ଆମେରିକାର ଅସ୍ତ୍ର ନେଇ ରାତି ଅଧରେ ପାକିସ୍ତାନ ଉପରେ ଘମାସାନ ଆକ୍ରମଣ

Rashmita Mishra
Browse all articles by Rashmita Mishra
·2 months ago·2 min read
ଆମେରିକାର ଅସ୍ତ୍ର ନେଇ ରାତି ଅଧରେ ପାକିସ୍ତାନ ଉପରେ ଘମାସାନ ଆକ୍ରମଣ
Attack

Key Points

ପାକିସ୍ତାନରେ ବଡ଼ ଆକ୍ରମଣ ୧୦ ସେକେଣ୍ଡରେ ୩୦୦ ଜଣଙ୍କ ମୃତ୍ୟୁ
ପାକିସ୍ତାନ ଭିତରେ ପଶିଲେ ହଜାର ହଜାର ସୈନ୍ୟ
ଆମେରିକାର ଅସ୍ତ୍ର ନେଇ ରାତି ଅଧରେ ପାକିସ୍ତାନ ଉପରେ ଘମାସାନ ଆକ୍ରମଣ
୧୦ ସେକେଣ୍ଡରେ ପାକିସ୍ତାନର ଔକାତ ଜଣା ପଡ଼ିଗଲା
୩୦୦ ରୁ ଅଧିକ ସୈନ୍ୟଙ୍କର ମୃତ୍ୟୁ ହୋଇଛି

ବିଶ୍ଵରେ ଆଉ ଗୋଟିଏ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ଏହି ଯୁଦ୍ଧ ଏବେ ବିଲକୁଲ ବି ଆଉ ଥମିବ ନାହିଁ । ଆମେରିକାର ଅସ୍ତ୍ର ଶସ୍ତ୍ର ଧରି ହୋଇ ଆକ୍ରମଣ । ପୁରା ପାକିସ୍ତାନ ଥରି ଉଠିଛି । ରାତି ଅଧରେ ମିଶାଇଲ ମାଡ଼ରେ ଟଳି ପଡ଼ିଛନ୍ତି ଜଣଙ୍କ ପରେ ଜଣେ । ୩୦୦ ରୁ ଅଧିକ ଲୋକଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଛି । ପାକିସ୍ତାନ ଆଉ ରହିବ ନାହିଁ । ପାକିସ୍ତାନକୁ ଏବେ ଅକ୍ତିଆର କରିବ ଆଫଗାନିସ୍ତାନ ।

ତାଲିବାନ ଯେମିତି ଆଫଗାନିସ୍ତାନରେ ସରକାର ଗଠନ କରିଛି ଠିକ ସେମିତି ଏବେ ପାକିସ୍ତାନ ଉପରେ ମଧ୍ୟ କବଜା କରିବ । ଯାହାକୁ ନେଇ ଆରମ୍ଭ ହୋଇଛି ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଘମାସାନ ଯୁଦ୍ଧ । ପାକିସ୍ତାନ ଖୋଲାଖୋଲି ଭାବରେ ଆଫଗାନିସ୍ତାନକୁ ଧମକ ଦେଇଛି ।

ଯୁଦ୍ଧ ବେଳ ମିଶାଇଲ ଏବଂ ଗୁଳି ମାଡ଼ ହେଉଛି । ପାକିସ୍ତାନ ଏବଂ ଆଫଗାନିସ୍ତାନ ଏବେ ଯୁଦ୍ଧ ମୁହଁରେ । ଟଳି ପଡ଼ୁଛନ୍ତି ଜଣଙ୍କ ପରେ ଜଣେ । ପ୍ରଚଣ୍ଡ ଶବ୍ଦରେ ଥରି ଉଠୁଛି ପାକିସ୍ତାନ ଏବଂ ଆଫଗାନିସ୍ତାନ । ସୂଚନା ମୁତାବତକ ପାକିସ୍ତାନର ଡିଫେନ୍ସ ମିନିଷ୍ଟିର ଆଫଗାନିସ୍ତାନ ବିପକ୍ଷରେ ଯୁଦ୍ଧ ଘୋଷଣା କରିଛନ୍ତି । କାରଣ ଆଫାଗାନିସ୍ତାନ ତାଲିବାନ ସେନା ପାକିସ୍ତାନର ଡୁରାଣ୍ଡ ଲାଇନରେ ଥିବା ଅନେକ ଅଞ୍ଚଳକୁ କବଜା କରିଛି ।


ଯାହାପରେ ପାକିସ୍ତାନର ବାୟୁସେନା ଆଫଗାନିସ୍ତାନର କାବୁଲ ଏବଂ କାନ୍ଦାହାରରେ ଥିବା ସାଧାରଣ ଲୋକଙ୍କ ଉପରେ କରିଛି ଆକ୍ରମଣ। ଆକାଶରୁ ଆକ୍ରମଣ କରିଛି ପାକିସ୍ତାନ। ଯାହା ପରେ ଆଫଗାନିସ୍ତାନ ବି ଆକ୍ରମଣ ଆରମ୍ଭ କରିଛି। ଏହି ଆକ୍ରମଣରେ ପାଖା ପାଖି ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ଯାଇଛି।

ଆଫାଗାନିସ୍ତାନ ପାଖରେ ରହିଛି ପୁଳା ପୁଳା ଆମେରିକାର ଅସ୍ତ୍ରଶସ୍ତ୍ର। ଯେଉଁ ଅସ୍ତ୍ରରେ ପାକିସ୍ତାନ ଉପରେ ଆକ୍ରମଣ କରିଛି ଆଫଗାନିସ୍ତାନ। ଏହି ଯୁଦ୍ଧ ଏବେ ଥମିବାର ନାହିଁ ଧରୁ ନାହିଁ। କାରଣ ଆଫଗାନିସ୍ତାନ ଯେପର୍ଯ୍ୟନ୍ତ ପାକିସ୍ତାନ ଉପରେ କବଜା ନକରିଛି ସେପର୍ଯ୍ୟନ୍ତ ଚୁପ ରହିବ ନାହିଁ। କିଛି ଦିନ ପୂର୍ବରୁ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ। ଆଉ ଏବେ ତାର ଯବାନରେ ଆଫଗାନିସ୍ତାନ ବି ପାକିସ୍ତାନ ଉପରେ କରିଛି ଆକ୍ରମଣ।
ଏଥିସହ ପଢ଼ନ୍ତୁ:  ଦିନବେଳା ମୋର୍ଚ୍ଚା ଖୋଲିଦେଲା ଆଫଗାନିସ୍ତାନ; ପାକିସ୍ତାନର ୪ ମିଲିଟ୍ରି ବେସ୍‌ ଉପରେ ଆକ୍ରମଣ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Attack | Midnight Attack on Pakistan Using US Weapons? | Argus News