Pakistan Politics / ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ; 'ମୁନୀରଙ୍କ ପାଇଁ ଦେଶ ଛାଡ଼ି ପଳାୟନ କରୁଛନ୍ତି ବଡ଼ ବଡ଼ ଅଧିକାରୀ'
·1 hour ago·2 min read

Key Points
ପଡ଼ୋଶୀ ପାକିସ୍ତାନର ସ୍ଥିତି ଭଲ ନାହିଁ । ମୁନୀରଙ୍କ ଇଚ୍ଛାରେ ଚାଲିଛି ସରକାର । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ସେନା ମୁଖ୍ୟ ମୁନୀରଙ୍କ କାର୍ଯ୍ୟକଳାପକୁ ନେଇ ଖୋଦ୍ ପାକିସ୍ତାନର ସରକାରୀ ଅଧିକାରୀ ତ୍ରାହି ତ୍ରାହି ଡାକିଲେଣି ।
ନୂଆଦିଲ୍ଲୀ: ମାନ୍ଦାବସ୍ଥା ଓ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଥିବା ପଡ଼ୋଶୀ ପାକିସ୍ତାନର ସ୍ଥିତି ଭଲ ନାହିଁ । ମୁନୀରଙ୍କ ଇଚ୍ଛାରେ ଚାଲିଛି ସରକାର । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ସେନା ମୁଖ୍ୟ ମୁନୀରଙ୍କ କାର୍ଯ୍ୟକଳାପକୁ ନେଇ ଖୋଦ୍ ପାକିସ୍ତାନର ସରକାରୀ ଅଧିକାରୀ ତ୍ରାହି ତ୍ରାହି ଡାକିଲେଣି ।
ଆଉ ଯାହାର ଫଳ ସ୍ଵରୂପ ପାକିସ୍ତାନର କିଛି ବରିଷ୍ଠ ସରକାରୀ ଅଧିକାରୀ ଚାକିରିରେ ଥିବା ସମୟରୁ ହିଁ ବିଦେଶରେ ରହିବା ପାଇଁ ଯୋଜନା କରୁଥିବା ଅଭିଯୋଗ ଆଣିଛନ୍ତି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ । ତାଙ୍କ କହିବା ଅନୁସାରେ, ଆମେରିକା, କାନାଡା, ବ୍ରିଟେନ୍ ଓ ୟୁରୋପର ଅନ୍ୟ ଦେଶକୁ ଅନେକ ଅଧିକାରୀ ସ୍ଥାୟୀ ଭାବେ ଚାଲିଯିବା ପାଇଁ ପ୍ରସ୍ତୁତି କରିଛନ୍ତି । ଏଥିରେ ପର୍ତ୍ତୁଗାଲ ଏକ ପସନ୍ଦର ଗନ୍ତବ୍ୟସ୍ଥଳ ପାଲଟିଥିବା ସେ ଦାବି କରିଛନ୍ତି ।
ଅକ୍ଟୋବର ୧୮ରେ ସୋସିଆସ୍ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରି ଆସିଫ୍ ଏହି ପ୍ରସଙ୍ଗ ଉଠାଇଛନ୍ତି । ସରକାରୀ ପଦବୀରେ ରହିବା ସମୟରେ ଯଦି ଅଧିକାରୀମାନେ ବିଦେଶରେ ସ୍ଥାୟୀ ଭାବେ ରହିବା ପାଇଁ ଯୋଜନା କରୁଥାନ୍ତି, ତେବେ ନିଜ ଦେଶ ଓ ଚାକିରି ପ୍ରତି ସେମାନଙ୍କର ଦାୟିତ୍ୱବୋଧ କେତେ ରହିଛି ବୋଲି ପ୍ରଶ୍ନ କରିଛନ୍ତି ଖ୍ୱାଜା ଆସିଫ୍ ।
କାହିଁକି ପର୍ତ୍ତୁଗାଲକୁ ପସନ୍ଦ କରୁଛନ୍ତି ଅଧିକାରୀ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖ୍ୱାଜା ଆସିଫ୍ଙ୍କ ଅଭିଯୋଗ ଅନୁସାରେ, ପାକିସ୍ତାନର କିଛି ସରକାରୀ ଅଧିକାରୀ ବିଦେଶରେ ସମ୍ପତ୍ତି କିଣିବା ସହ ସ୍ଥାୟୀ ଭାବେ ରହିବା ପାଇଁ ବ୍ୟବସ୍ଥା କରୁଛନ୍ତି । ଏଥିରେ ପର୍ତ୍ତୁଗାଲର ନାମ ବିଶେଷ ଭାବେ ଉଠିଛି ।
ଏଥିସହ ପଢ଼ନ୍ତୁ: ଶେଖ ହସିନାଙ୍କ ପୁଅଙ୍କ ବଡ଼ ଦାବି; 'ସରକାର ଭାଙ୍ଗିବାକୁ ୫୦ ମିଲିୟନ୍ ଡଲାର୍ ଫଣ୍ଡିଂ କରିଥିଲା ଆମେରିକା'
ପର୍ତ୍ତୁଗାଲ ୟୁରୋପୀୟ ସଂଘର ଏକ ସଦସ୍ୟ ଦେଶ । ଏଠାରେ ଆଇନ୍ ଅନୁସାରେ ରେସିଡେନ୍ସି ବା ରହିବାର ଅନୁମତି ପାଇଲେ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରି ୟୁରୋପର ଅନ୍ୟ ଦେଶକୁ ଯାତ୍ରା କରିବାର ସୁବିଧା ମିଳିପାରେ । ତେବେ ପର୍ତ୍ତୁଗାଲରେ ସମ୍ପତ୍ତି କିଣିଲେ ସ୍ୱତଃ ନାଗରିକତା ମିଳିଯାଏ ନାହିଁ ।
ବିଦେଶରେ ସମ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ
ଆସିଫ୍ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, କିଛି ପ୍ରଭାବଶାଳୀ ଅଧିକାରୀଙ୍କୁ ବିଦେଶରେ ସ୍ଥାୟୀ ଭାବେ ରହିବା ପାଇଁ ସହାୟତା କରୁଥିବା ଜଣେ ବ୍ୟକ୍ତି ବହୁ ଟଙ୍କା ନେବା ପରେ ଫେରାର ହୋଇଯାଇଛନ୍ତି । କିନ୍ତୁ ଏହି ଅଭିଯୋଗ ସମ୍ପର୍କରେ ସେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ନାମ କିମ୍ବା ସାର୍ବଜନୀନ ଭାବେ ଯାଞ୍ଚ ହୋଇଥିବା ପ୍ରମାଣ ଦେଇନାହାନ୍ତି ।
ଏହି ପ୍ରସଙ୍ଗ ପୂର୍ବରୁ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ୨୦୨୫ରେ ମଧ୍ୟ ଆସିଫ୍ ପାକିସ୍ତାନର ଅମଲାତନ୍ତ୍ରର କିଛି ଅଧିକାରୀଙ୍କ ବିଦେଶୀ ସମ୍ପତ୍ତିକୁ ନେଇ ଅଭିଯୋଗ କରିଥିଲେ । ଏହା ପରେ ପାକିସ୍ତାନର ସଂସଦୀୟ ପବ୍ଲିକ୍ ଆକାଉଣ୍ଟସ୍ କମିଟି ବିଦେଶରେ ସମ୍ପତ୍ତି କିଣିଥିବା ଅଧିକାରୀଙ୍କ ସମ୍ପର୍କରେ ତଥ୍ୟ ମାଗିଥିବା ରିପୋର୍ଟ ପ୍ରକାଶ ପାଇଥିଲା । ତଥାପି, ଏହାଦ୍ୱାରା ସମସ୍ତ ଅଭିଯୋଗ ପ୍ରମାଣିତ ହୋଇଯାଇଛି ବୋଲି କୁହାଯାଇପାରିବ ନାହିଁ ।

ପାକିସ୍ତାନର ଭବିଷ୍ୟତକୁ ନେଇ ପ୍ରଶ୍ନ
ଆସିଫ୍ଙ୍କ ଏହି ମନ୍ତବ୍ୟ ପରେ ପାକିସ୍ତାନର ପ୍ରଶାସନିକ ବ୍ୟବସ୍ଥା, ଅଧିକାରୀଙ୍କ ଦାୟିତ୍ୱବୋଧ ଓ ବିଦେଶରେ ସମ୍ପତ୍ତି ରଖିବା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି । ତେବେ ପାକିସ୍ତାନର କେତେ ଅଧିକାରୀ ବାସ୍ତବରେ ବିଦେଶରେ ସ୍ଥାୟୀ ଭାବେ ରହିବାକୁ ଯୋଜନା କରିଛନ୍ତି, ତାହାର ସ୍ପଷ୍ଟ ଓ ସ୍ୱାଧୀନ ଭାବେ ଯାଞ୍ଚ ହୋଇଥିବା ତଥ୍ୟ ସାମ୍ନାକୁ ଆସିନାହିଁ ।

Related Topics
Explore more stories