Pakistan Parliament / ବାଚସ୍ପତି ପଚାରିଲେ ଟଙ୍କା କାହାର ? ଏକ ଡଜନ ସାଂସଦ ହାତ ଉଠାଇ କହିଲେ 'ମୋର'
·7 months ago·2 min read

Key Points
ପାକିସ୍ତାନ ସଂସଦରେ କମେଡି ଶୋ'
ବାଚସ୍ପତି ପଚାରିଲେ– ଟଙ୍କା କାହାର ?
ଏକ ଡଜନ୍ ସାଂସଦ କହିଲେ "ମୋର"
ବାଚସ୍ପତି ପଚାରିଲେ– ଟଙ୍କା କାହାର ?
ଏକ ଡଜନ୍ ସାଂସଦ କହିଲେ "ମୋର"
ପାକିସ୍ତାନରେ ରାଜନେତାମାନେ ପ୍ରାୟତଃ ସେମାନଙ୍କ ଭାଷଣରେ ସଚ୍ଚୋଟତା ଏବଂ ନ୍ୟାୟର କଥା କୁହନ୍ତି । କିନ୍ତୁ ବାସ୍ତବରେ ଯେତେବେଳେ ଏହି କଥା ଆସେ ସେତେବେଳେ ସାଂସଦମାନଙ୍କ କାର୍ଯ୍ୟ ଏକ ଭିନ୍ନ କାହାଣୀ କହିଥାଏ । ନିକଟରେ ପାକିସ୍ତାନର ସଂସଦ ଭିତରର ଏକ ଛୋଟ ଘଟଣା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଆଉ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପାକିସ୍ତାନ ରାଜନେତା ବହୁତ ଟ୍ରୋଲ୍ର ଶିକାର ହେଉଛନ୍ତି ।
ସୂଚନା ଅନୁସାରେ ପାକିସ୍ତାନ ସଂସଦର ବାଚସ୍ପତି ଆୟାଜ ସାଦିକ ଗୃହରେ କିଛି ଟଙ୍କା ପାଇଥିଲେ । ଆଉ ଏହି ଟଙ୍କା କାହାର ବୋଲି ସେ ପଚରାଥିଲେ । କିନ୍ତୁ ଏହା ପରେ ଯାହା ଦେଖିବାକୁ ମିଳିଲା ତାହା ଉପସ୍ଥିତ ଅନେକ ନେତାଙ୍କ ସାଧୁତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଲା ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ୨୦୨୫ ଡିସେମ୍ବର ୮ରେ । ସଂସଦରେ ଅଧିବେଶନ ଚାଲୁଥିବା ସମୟରେ ବାଚସ୍ପତି ପ୍ରାୟ ୧୬ରୁ ୧୭ ହଜାର ଟଙ୍କା ପାଇଥିଲେ । ଆଉ ଏହା ପରେ ସେ ହସି ହସି ଏହି ନୋଟ୍ ଗୁଡ଼ିକ କାହାର ବୋଲି ପଚାରିଥିଲେ । ସେ ହୁଏତ ଆଶା କରୁଥିଲେ ଜଣେ କେହି ସାଂସଦ ହାତ ଉଠାଇବେ । କିନ୍ତୁ ସେ ନୋଟ୍ ଧରି ପଚାରିବା ମାତ୍ରେ ପ୍ରାୟ ଏକ ଡଜନ୍ରୁ ଅଧିକ ସାଂସଦ ହାତ ଉଠାଇ କହିଲେ ଯେ ଟଙ୍କା ସେମାନଙ୍କର । ଆଉ ଏହା ଦେଖି ଖୋଦ୍ ବାଚସ୍ପତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ।
ଏହା ପରେ ସେ ମଜା କରି ମନ୍ତବ୍ୟ ଦେଲେ ଯେ ଯେତିକି ଲୋକମାନେ ଟଙ୍କା ଦାବି କରୁଛନ୍ତି ସେତିକି ଟଙ୍କା ନାହିଁ । ସେ କହିଲେ ଯେ ନୋଟ ସଂଖ୍ୟା ବହୁତ କମ୍ ଥିଲେ ମଧ୍ୟ ସମଗ୍ର ଗୃହ ହାତ ଟେକିଥିବା ପରି ମନେ ହେଉଛି । ତେବେ ବାଚସ୍ପତିଙ୍କ ଏହି ମନ୍ତବ୍ୟ ପଛରେ ପ୍ରକୃତ ବାର୍ତ୍ତା ଥିଲା ଯେ ସଂସଦରେ ବସିଥିବା କିଛି ପ୍ରତିନିଧି ଚିନ୍ତା ନ କରି ଯେକୌଣସି ସୁଯୋଗରେ ଦାବି କରନ୍ତି । ଆଉ ଏହି ଘଟଣାର କିଛି ମିନିଟ୍ ପରେ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।
ଭିଡିଓ ଦେଖିବା ପରେ ହଜାର ହଜାର ପାକିସ୍ତାନୀ ନାଗରିକ ସେମାନଙ୍କ ନେତାଙ୍କୁ ସମାଲୋଚନା କରିଥିଲେ । ଅନେକ ଲେଖିଛନ୍ତି ଯେ ଏହି ଦୃଶ୍ୟ ଏକ କମେଡି ଶୋ'ଠାରୁ କମ୍ ନୁହେଁ। ସୋସିଆଲ ମିଡିଆରେ ଆଉ କିଛି ୟୁଜର୍ସ କହିଛନ୍ତି ଯେ, ସାଧାରଣ ଲୋକ ଏପରି ବ୍ୟବହାର କଲେ ବୁଝିବା ସମ୍ଭବ, ଯେତେବେଳେ ନିର୍ବାଚିତ ସାଂସଦମାନେ ଏପରି ବ୍ୟବହାର କରନ୍ତି, ଏହା ଦେଶର ପ୍ରତିଛବି ପାଇଁ ଅପମାନଜନକ ।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଟଙ୍କା ଇମ୍ରାନ ଖାନଙ୍କ ଦଳ ପିଟିଆଇର ସଦସ୍ୟ ମହମ୍ମଦ ଇକବାଲ ଆଫ୍ରିଦିଙ୍କର ଥିଲା। ଯାଞ୍ଚ ପରେ ନୋଟଗୁଡ଼ିକ ତାଙ୍କୁ ଫେରାଇ ଦିଆଯାଇଥିଲା । କିନ୍ତୁ ଅନ୍ୟ ଅନେକ ସାଂସଦ ମଧ୍ୟ ଯେପରି ଚିନ୍ତା ନକରି ଟଙ୍କାକୁ ନିଜର ବୋଲି ଦାବି କରିଥିଲେ, ତାହା ସମଗ୍ର ଘଟଣାକୁ ହାସ୍ୟାସ୍ପଦ କରିଦେଇଥିଲା । ପାକିସ୍ତାନୀମାନେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଲେଖିଥିଲେ ଯେ ଦେଶର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବା ପାଇଁ ଏହି ସାଂସଦମାନଙ୍କୁ ସଂସଦରୁ ବହିଷ୍କାର କରାଯିବା ଉଚିତ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories