|
logo
Live
Argus News App
GET APP

Argus News - ପାକିସ୍ତାନରେ ଭୟଙ୍କର ଆର୍ଥିକ ସଂକଟ ! ଖାଦ୍ୟ ପାଇଁ ଲମ୍ବା ଧାଡ଼ି, ପେଟ୍ରୋଲ ଦର ୩୦୦ ପାର

International

Pakistan Economic Crisis / ପାକିସ୍ତାନରେ ଭୟଙ୍କର ଆର୍ଥିକ ସଂକଟ ! ଖାଦ୍ୟ ପାଇଁ ଲମ୍ବା ଧାଡ଼ି, ପେଟ୍ରୋଲ ଦର ୩୦୦ ପାର

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ପାକିସ୍ତାନରେ ଭୟଙ୍କର ଆର୍ଥିକ ସଂକଟ ! ଖାଦ୍ୟ ପାଇଁ ଲମ୍ବା ଧାଡ଼ି, ପେଟ୍ରୋଲ ଦର ୩୦୦ ପାର
Pakistan

Key Points

ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ !
ପାକିସ୍ତାନରେ ଖାଦ୍ୟ ସଂକଟ
ଆକାଶଛୁଆଁ ପେଟ୍ରୋଲ ଦର
ପାକିସ୍ତାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ ପାକିସ୍ତାନ ଉପରେ ସବୁଠାରୁ ଅଧିକ ପଡ଼ିଛି । ବିଦେଶରୁ ଆମଦାନୀ ପାଇଁ ପାକିସ୍ତାନ ପାଖରେ ଆବଶ୍ୟକୀୟ ଡଲାର ନାହିଁ । ଖାଦ୍ୟ ପାଇଁ ଦେଶରେ ହାହାକାର ସ୍ଥିତି ଉପୁଜିଛି । ଖାଦ୍ୟ ସାମଗ୍ରୀର ମୂଲ୍ୟ ବହୁଗୁଣିତ ହୋଇଛି, ସାଧାରଣ ଲୋକଙ୍କ ପାଇଁ ରୁଟି-ଅଟା ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି । ଚୀନ୍ ଏବଂ ଅନ୍ୟ ଦେଶମାନଙ୍କଠାରୁ ନେଇଥିବା ଋଣ ସୁଝିବା ଅସମ୍ଭବ ହୋଇପଡ଼ିଛି । ଚଳିତବର୍ଷ ପାକିସ୍ତାନରେ ଗହମ ଉତ୍ପାଦନରେ ପ୍ରାୟ ୨ ନିୟୁତ ଟନ୍ ହ୍ରାସ ଘଟିଛି । ଏହା ଦେଶରେ ଭୟଙ୍କର ଦୁର୍ଭିକ୍ଷ ସୃଷ୍ଟି କରିବାର ଆଶଙ୍କା ରହିଛି । ସାଧାରଣ ଲୋକେ ଚାଉଳ ଓ ଚିନି ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେଉଥିବା ଦୃଶ୍ୟ ସାମ୍ନାକୁ ଆସୁଛି ।

ଏଭଳି କଠିନ ପରିସ୍ଥିତିର ମୁକାବିଲା ପାଇଁ ପାକିସ୍ତାନ ସରକାର ବର୍ତ୍ତମାନ ସାଉଦି ଆରବ ଓ ଆଇଏମଏଫ୍ ପକ୍ଷରୁ ସହାୟତା ମାଗୁଛନ୍ତି । ଯଦି ଖୁବ୍ ଶୀଘ୍ର ବଡ଼ ଧରଣର ଆର୍ଥିକ ପ୍ୟାକେଜ୍ ନମିଳେ, ତେବେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ଦେବାଳିଆ ହୋଇଯାଇପାରେ । ପାକିସ୍ତାନ ନିଜର ଆବଶ୍ୟକୀୟ ତୈଳର ତିନି-ଚତୁର୍ଥାଂଶ ବିଦେଶରୁ ଆମଦାନୀ କରିଥାଏ । ଏହି ତୈଳର ଏକ ବଡ଼ ଭାଗ ହର୍ମୁଜ ପ୍ରଣାଳୀ ଦେଇ ଆସିଥାଏ । କିନ୍ତୁ ଯୁଦ୍ଧ ଯୋଗୁଁ ଏହି ସାମୁଦ୍ରିକ ପଥରେ ଯାତାୟାତ ପ୍ରାୟତଃ ବନ୍ଦ ହୋଇଥିବାରୁ ତେଲ ଦର ହୁ ହୁ ହୋଇ ବଢୁଛି ।

ଆକାଶଛୁଆଁ ହୋଇଛି ପେଟ୍ରୋଲ ଦର । ପେଟ୍ରୋଲ ଓ ଡିଜେଲ ଦର ୩୦୦ ଟଙ୍କା ଅତିକ୍ରମ କରିଛି । ଏଭଳି ସଂକଟର ମୁକାବିଲା ପାଇଁ ପାକ୍ ସରକାର ଦୁଇ ସପ୍ତାହ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେପଟେ ଯୁଦ୍ଧ ଯୋଗୁଁ ପାକିସ୍ତାନର ଆର୍ଥିକ ସ୍ଥିତି ସହ ଭୌଗୋଳିକ ସ୍ଥିତିକୁ ନେଇ ମଧ୍ୟ ବଡ ବିପଦ ଦେଖାଦେଇଛି । ଇରାନ ସହିତ ପାକିସ୍ତାନର ପ୍ରାୟ ୯୦୦ କିଲୋମିଟର ଲମ୍ବା ସୀମା ରହିଛି । ଇରାନରେ ଚାଲିଥିବା ଅସ୍ଥିରତା ଯୋଗୁଁ ବେଲୁଚ୍ ଲିବରେସନ୍ ଆର୍ମି ଶକ୍ତିଶାଳୀ ହୋଇପାରନ୍ତି । ଇରାନ ସୀମାରୁ ଆସୁଥିବା ନୂଆ ଆହ୍ୱାନ ପାକିସ୍ତାନର ସୁରକ୍ଷା ବାହିନୀ ଉପରେ ଅତିରିକ୍ତ ଚାପ ପକାଇବ, ଯାହା ସେମାନଙ୍କ ପାଇଁ ସମ୍ଭାଳିବା କଷ୍ଟକର ହୋଇପାରେ । ଇରାନ-ଇସ୍ରାଏଲ ଯୁଦ୍ଧ କେବଳ ପାକିସ୍ତାନର ଅର୍ଥନୀତି ସହ ଭୌଗୋଳିକ ଅଖଣ୍ଡତା ଏବଂ ଆଭ୍ୟନ୍ତରୀଣ ଶାନ୍ତି ପାଇଁ ମଧ୍ୟ ଏକ ବଡ଼ ବିପଦ ସୃଷ୍ଟି କରିଛି ।

ପାକିସ୍ତାନ ବର୍ତ୍ତମାନ ଏକ ଜଟିଳ ପରିସ୍ଥିତିରେ ଅଛି । ଗୋଟିଏ ପଟେ ଇରାନ ଏବଂ ଅନ୍ୟପଟେ ସାଉଦି ଆରବ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାକିସ୍ତାନ ପାଇଁ କଷ୍ଟକର ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pakistan Economic Crisis: ପାକିସ୍ତାନରେ ଭୟଙ୍କର ଆର୍ଥିକ ସଂକଟ ! ଖାଦ୍ୟ ପାଇଁ ଲମ୍ବା ଧାଡ଼ି, ପେଟ୍ରୋଲ ଦର ୩୦୦ ପାର | Argus News