Pakistan Police Post Attack / ପାକିସ୍ତାନରେ ତାଣ୍ଡବ; ସିକ୍ୟୁରିଟି ପୋଷ୍ଟ ଆକ୍ରମଣରେ ୭ ପୋଲିସ ମୃତ
·48 mins ago·2 min read

Key Points
ଗତକାଲି ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଏକ ପୋଲିସ ଚେକ୍ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୭ ଜଣ ପୋଲିସ କର୍ମଚାରୀ ଏବଂ ୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।
Pakistan security forces attack: ଆତଙ୍କବାଦକୁ ଜାତୀୟ ନୀତି କରିଥିବା ପାକିସ୍ତାନ ଏବେ ଏହାର ପରିଣାମ ଭୋଗିଚାଲିଛି। ବୁଧବାର (ଜୁଲାଇ ୨୯) ଦେଶର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ଚେକ୍ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୭ ପୋଲିସ କର୍ମଚାରୀ ଏବଂ ୮ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଏହି ସଂଘର୍ଷ, ସେତେବେଳେ ହୋଇଥିବା ଯେତେବେଳେ କିଛି ଦିନ ପୂର୍ବେ ହୋଇଥିବା ଅନ୍ୟ ଏକ ସଂଘର୍ଷରେ ୨୪ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଜିଓ ନ୍ୟୁଜ୍ ରିପୋର୍ଟ ଅନୁସାରେ ଗତ ବୁଧବାର ସନ୍ଧ୍ୟାରେ ପାକିସ୍ତାନର ଉତ୍ତର ସୀମାନ୍ତ ପ୍ରଦେଶ ଖାଇବର ପଖତୁନଖ୍ୱା ପ୍ରଦେଶର ହାଙ୍ଗୁ ଜିଲ୍ଲାରେ ଏହି ଆକ୍ରମଣ ହୋଇଥିଲା।
ଏହି ସୂଚନା ଜିଲ୍ଲା ପୋଲିସ ଅଧିକାରୀ ତାରିକ ହବିବ୍ ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ଆକ୍ରମଣରେ ଆହୁରି ୨୨ ଜଣ ପୋଲିସ ଆହତ ହୋଇଛନ୍ତି। ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଆକ୍ରମଣ ପାଇଁ ତୁରନ୍ତ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି। ଏହି ଆକ୍ରମଣ ଖାଇବର ପଖତୁନଖ୍ୱା ପ୍ରଦେଶର ଟାଙ୍କ ଜିଲ୍ଲାରେ ଅଜ୍ଞାତ ଆତଙ୍କବାଦୀଙ୍କ ଦ୍ୱାରା ଅନ୍ୟ ଏକ ଚେକ୍ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣର କିଛି ଦିନ ପରେ ହୋଇଛି।
ଖାଇବର ପଖତୁନଖ୍ୱା ପ୍ରଦେଶ, ଆଫଗାନିସ୍ତାନ ସୀମାକୁ ଲାଗିଛି। ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ନାମକ ସଙ୍ଗଠନ ଦ୍ୱାରା ବର୍ଦ୍ଧିତ ହିଂସା ଯୋଗୁଁ ଏଠାରେ ପରିସ୍ଥିତି କିଛି ସମୟ ପାଇଁ ଅସ୍ଥିର ରହିଛି। ଗତ ଶୁକ୍ରବାର ହୋଇଥିବା ଆକ୍ରମଣରେ, ଆତଙ୍କବାଦୀ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଏକ ସୁରକ୍ଷା ଚେକପୋଷ୍ଟ ସହ ଧକ୍କା ଦେଇଥିଲେ। ଯେଉଁଥିରେ ସୈନିକ, ପୋଲିସ ଏବଂ ସରକାରୀ କର୍ମଚାରୀଙ୍କ ସମେତ ମୋଟ ୧୫ ଜଣ ପ୍ରାଣ ହରାଇଥିଲେ।
ଏହା ସହ ପଢନ୍ତୁ: ଆତ୍ମଘାତୀ ଆକ୍ରମଣରେ କମ୍ପି ଉଠିଲା ପାକିସ୍ତାନ; ୧୫ ମୃତ
ପାକିସ୍ତାନୀ ସେନା କହିବା ଅନୁଯାୟୀ, ସୁରକ୍ଷା ବାହିନୀ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୨ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ପାକିସ୍ତାନ ପୂର୍ବରୁ ଖାଇବର ପଖତୁନଖ୍ୱା ଏବଂ ଦକ୍ଷିଣ ସୀମାନ୍ତ ବେଲୁଚିସ୍ତାନ ଠାରେ ବଢ଼ୁଥିବା ଆକ୍ରମଣ ପାଇଁ ଆଫଗାନିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କୁ ଦାୟୀ କରିଆସୁଛି। ହେଲେ ତଥାପି ଆଫଗାନିସ୍ତାନର ତାଲିବାନ ସରକାର ଏପରି ଅଭିଯୋଗକୁ ଅସ୍ୱୀକାର କରି ଆସୁଛି।
ଏହି ଅଭିଯୋଗ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କକୁ ଖରାପ କରିଛି ଏବଂ ଏହା ଦ୍ୱାରା ଅନେକ ସଶସ୍ତ୍ର ସଂଘର୍ଷ ସୃଷ୍ଟି ହୋଇଛି। ପାକିସ୍ତାନ, ଆଫଗାନସ୍ତାନରେ ମଧ୍ୟ ବିମାନ ଆକ୍ରମଣ କରିଛି। ଏନେଇ ପାକିସ୍ତାନ କହିବା କଥା ଯେ ଆକ୍ରମଣ ଆତଙ୍କବାଦୀ ଠିକଣାକୁ ଟାର୍ଗେଟ କରି ହୋଇଥିଲା। ତାଲିବାନ ସରକାର ଏବଂ ଜାତିସଂଘ କହିଛି ଯେ ଜୁନ୍ ମାସରେ ପୂର୍ବ ଆଫଗାନିସ୍ତାନରେ ସମ୍ପ୍ରତି ପାକିସ୍ତାନୀ ବିମାନ ଆକ୍ରମଣରେ ଅନେକ ସାଧାରଣ ଆଫଗାନୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Pakistan Police Post AttackKhyber Pakhtunkhwa Terror AttackPakistan Terror AttackPakistan Police AttackTTP Attack PakistanKhyber Pakhtunkhwa police checkpost attackPakistan militants attack police checkpointTehreek-e-Taliban Pakistan newsPakistan security forces attackKhyber Pakhtunkhwa violence news