Iran Israel War / ୨୫ ପ୍ରତିଶତ କଟିବ ଦରମା, ସପ୍ତାହକୁ ୪ ଦିନ ଅଫିସ୍; ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ନିଷ୍ପତ୍ତି
·4 months ago·2 min read

Key Points
ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ବାଦ୍ ଦେଲେ ଅନ୍ୟ କାର୍ଯ୍ୟାଳୟ ସପ୍ତାହକୁ ୪ ଦିନ ଖୋଲିବ । ସମସ୍ତ ସ୍କୁଲ୍କୁ ୨ ସପ୍ତାହ ପାଇଁ ଛୁଟି କରି ଦିଆଯାଇଛି ।
ନୂଆଦିଲ୍ଲୀ: ଇରାନ ଯୁଦ୍ଧ ପାକିସ୍ତାନ ପାଇଁ ବଡ଼ ସଂକଟ ଭାବେ ଉଭା ହୋଇଛି । ଦେଶର ଆର୍ଥିକ ସ୍ଥିତି ଦୋହଲିଯିବା ସହ ପାକିସ୍ତାନର ଶେହବାଜ ସରକାର ନେଇଛନ୍ତି ଏକାଧିକ କଠୋର ନିଷ୍ପତ୍ତି । ମାର୍ଚ୍ଚ ୯, ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଦେଶକୁ ତୈଳ ସଂକଟ ପ୍ରଭାବରୁ ଦୂରେଇ ରଖିବାକୁ ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ପାକିସ୍ତାନ ତୈଳ ଓ ଗ୍ୟାସ ପାଇଁ ଉପସାଗରୀୟ ଦେଶ ଉପରେ ନିର୍ଭର କରେ । ଗତ ଶୁକ୍ରବାର ସରକାର ପେଟ୍ରୋଲ ଦର ୨୦ ପ୍ରତିଶତ ବଢ଼ାଇଥିଲେ । ଏହାପରେ ଦେଶର ପେଟ୍ରୋଲ୍ ପମ୍ପ ଗୁଡ଼ିକରେ ଲମ୍ବା ଧାଡ଼ି ଲାଗିଛି । ଏବେ ସରକାର ୨ ସପ୍ତାହ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଆମେରିକା-ଇସ୍ରାଏଲ୍ ପାଇଁ 'ରେଡ୍ ଲାଇନ୍' ଏହି ଛୋଟ ଦ୍ଵୀପ; ଦୋହଲିଯିବ ଦୁନିଆ
ଶେହବାଜ ନେଇଥିବା ନିଷ୍ପତ୍ତିକୁ କଠିନ ଦର୍ଶାଇଛନ୍ତି । ସେ କହିଛନ୍ତି, "ଆଗକୁ ଦରବୃଦ୍ଧି ହେବାକୁ ଥିବାରୁ ଆମକୁ ବଞ୍ଚିବାକୁ ପଡ଼ିବ, କାରଣ ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ିବ । ଶକ୍ତି ସଂକଟ ଏବେ ନୂଆ ସଂକଟ ଭାବେ ଉଭା ହୋଇଛି ।"
ପାକିସ୍ତାନ ନେଇଥିବା ପଦକ୍ଷେପ
ଏଥିସହ ପଢ଼ନ୍ତୁ: କ'ଣ ଚାହୁଁଛନ୍ତି ଟ୍ରମ୍ପ ? କୋରିଆକୁ କାହିଁକି ସେନା ପଠାଇଲା ଆମେରିକା ?
ବଢ଼ିଲା ଅଶୋଧିତ ତୈଳଦର
ସୋମବାର ଅଶୋଧିତ ତୈଳଦର ପ୍ରତି ବ୍ଯାରେଲ୍ ୧୦୦ ଡଲାର ପାର୍ କରିଛି । ୨୦୨୨ରେ ଋଷ, ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ଅଶୋଧିତ ତୈଳ ମହଙ୍ଗା ହୋଇଥିଲା । ଏବେ ଇରାନ ଜବାବ ଦେବାକୁ ଯାଇ ଉପସାଗରୀୟ ଦେଶ ଉପରେ ଆକ୍ରମଣ କରିଛି । ଫଳରେ ତୈଳ ମହଙ୍ଗା ହୋଇଛି ।

- ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ବାଦ୍ ଦେଲେ ଅନ୍ୟ କାର୍ଯ୍ୟାଳୟ ସପ୍ତାହକୁ ୪ ଦିନ ଖୋଲିବ । ଏଥିସହ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
- ସମସ୍ତ ସ୍କୁଲ୍କୁ ୨ ସପ୍ତାହ ପାଇଁ ଛୁଟି କରି ଦିଆଯାଇଛି । ଦୁଇ ସପ୍ତାହ ପରେ ପାଠପଢ଼ା ଅନଲାଇନ୍ ମାଧ୍ୟମରେ ହେବ ।
- ସରକାରୀ ଗାଡ଼ିକୁ ତେଲ ପାଇଁ ମିଳୁଥିବା ଟଙ୍କାକୁ ୫୦ ପ୍ରତିଶତ ହ୍ରାସ୍ କରାଯାଇଛି । ଏଥିରୁ ଆମ୍ବୁଲାନ୍ସକୁ ବାଦ୍ ଦିଆଯାଇଛି ।
- ସରକାରୀ କର୍ମଚାରୀଙ୍କ ଦରମା ହ୍ରାସ କରାଯିବ । ୨ ମାସ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ୨୫ ପ୍ରତିଶତ କମ୍ ଦରମା ପାଇବେ । ନୂଆ ଉପକରଣ କ୍ରୟ କରାଯିବ । ବିଦେଶ ଯାତ୍ରା ହ୍ରାସ କରାଯିବ । ଅନଲାଇନ୍ ବୈଠକକୁ ପ୍ରାଥମିକତା ଦିଆଯିବ ।
- ସରକାରୀ ଡିନର ଓ ଇଫତାର୍ ପାର୍ଟି ହେବ ନାହିଁ । ସେମିନାର ଓ ସମ୍ମିଳନୀ ହୋଟେଲ୍ ପରିବର୍ତ୍ତେ ସରକାରୀ ସ୍ଥାନରେ ଆୟୋଜନ କରାଯିବ ।
ଏଥିସହ ପଢ଼ନ୍ତୁ: କ'ଣ ଚାହୁଁଛନ୍ତି ଟ୍ରମ୍ପ ? କୋରିଆକୁ କାହିଁକି ସେନା ପଠାଇଲା ଆମେରିକା ?
ବଢ଼ିଲା ଅଶୋଧିତ ତୈଳଦର
ସୋମବାର ଅଶୋଧିତ ତୈଳଦର ପ୍ରତି ବ୍ଯାରେଲ୍ ୧୦୦ ଡଲାର ପାର୍ କରିଛି । ୨୦୨୨ରେ ଋଷ, ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ଅଶୋଧିତ ତୈଳ ମହଙ୍ଗା ହୋଇଥିଲା । ଏବେ ଇରାନ ଜବାବ ଦେବାକୁ ଯାଇ ଉପସାଗରୀୟ ଦେଶ ଉପରେ ଆକ୍ରମଣ କରିଛି । ଫଳରେ ତୈଳ ମହଙ୍ଗା ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories