Iran Oil Lifeline / ଆମେରିକା-ଇସ୍ରାଏଲ୍ ପାଇଁ 'ରେଡ୍ ଲାଇନ୍' ଏହି ଛୋଟ ଦ୍ଵୀପ; ଦୋହଲିଯିବ ଦୁନିଆ
·4 months ago·3 min read

Key Points
ଇରାନର ସ୍ଥାନ ଉପରେ ଆମେରିକା ଓ ଇସ୍ରାଏଲ୍ ଆକାଶ ମାର୍ଗରୁ ଆକ୍ରମଣ କରୁଛନ୍ତି । କିନ୍ତୁ, ଇସ୍ରାଏଲ୍ ଓ ଆମେରିକା ଆକ୍ରମଣରୁ ଏଯାବତ୍ ସୁରକ୍ଷିତ ରହିଛି ଇରାନର ଏକ ଛୋଟ ଦ୍ଵୀପ ।
ତେହରାନ: ପରମାଣୁ ପ୍ଲାଣ୍ଟ, ତେଲ କାରାଖାନା ଓ ସୈନ୍ୟ ଠିକଣା । ଇରାନର ଏସବୁ ସ୍ଥାନ ଉପରେ ଆମେରିକା ଓ ଇସ୍ରାଏଲ୍ ଆକାଶ ମାର୍ଗରୁ ଆକ୍ରମଣ କରୁଛନ୍ତି । କିନ୍ତୁ, ଇସ୍ରାଏଲ୍ ଓ ଆମେରିକା ଆକ୍ରମଣରୁ ଏଯାବତ୍ ସୁରକ୍ଷିତ ରହିଛି ଇରାନର ଏକ ଛୋଟ ଦ୍ଵୀପ । ଏହି ଦ୍ଵୀପର ନାଁ ହେଉଛି ଖାର୍ଗ । ଯାହାକି ଇରାନର ସବୁଠୁ ମହତ୍ତ୍ଵପୂର୍ଣ୍ଣ ତେଲ ରପ୍ତାନୀକାରୀ କେନ୍ଦ୍ର ।
ଯଦି ଆମେରିକା କିମ୍ବା ଇସ୍ରାଏଲ୍ ଏହି ଖାର୍ଗ ଦ୍ଵୀପ ଉପରେ ଆକ୍ରମଣ କରନ୍ତି ତ ତାହେଲେ ଇରାନର ସମଗ୍ର ଅର୍ଥ ବ୍ୟବସ୍ଥା ଠପ୍ ହୋଇଯିବ । ଦୁନିଆରେ ତେଲ ଦର ଆକାଶ ଛୁଇଁବ । ଅନେକ ବିଶେଷଜ୍ଞଙ୍କ ମତରେ, ଏହି ଆକ୍ରମଣ ଏକ ବଡ଼ ଝଟ୍କା ହେବ । ଯାହାକି ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ କରି ଦେଇପାରେ ।
ଖାର୍ଗ ଦ୍ଵୀପ୍ କାହିଁକି ଖାସ୍ ?
ଇରାନ ଉପକୂଳରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଛି ଖାର୍ଗ ଦ୍ଵୀପ । ଇରାନର ଉତ୍ତର ଫାରସରେ ଥିବା ଏହି ଦ୍ଵୀପର ଲମ୍ବ ମାତ୍ର କେଇ କିଲୋମିଟର । ଏହାକୁ ୧୯୬୦ରେ ଆମେରିକାର ତେଲ କମ୍ପାନୀ ଅମୋକୋ ନିର୍ମାଣ କରିଥିଲା । ଯାହା ଆଜି ଇରାନର ମୁଖ୍ୟ ତେଲ ରପ୍ତାନୀ ଟର୍ମିନାଲ୍ । ଯେଉଁଠି ପ୍ରତିଦିନ ୭୦ ଲକ୍ଷ ବ୍ୟାରେଲ ତେଲ ଲୋଡ୍ ହୋଇ ପାରିବ ।
ଏଥିସହ ପଢ଼ନ୍ତୁ: କ'ଣ ଚାହୁଁଛନ୍ତି ଟ୍ରମ୍ପ ? କୋରିଆକୁ କାହିଁକି ସେନା ପଠାଇଲା ଆମେରିକା ?
ଏହି ଖାର୍ଗ ଦ୍ଵୀପ ବିନା ପୁରା ଠପ୍ ହୋଇଯିବ ଇରାନର ଅର୍ଥ ବ୍ୟବସ୍ଥା । ଆମେରିକାର ପୂର୍ବତନ ସ୍ଵତନ୍ତ୍ର ରାଷ୍ଟ୍ରଦୂତ ରିଚାର୍ଡ ନେପ୍ୟୁଙ୍କ ଅନୁସାରେ, ଏହି ଦ୍ଵୀପ ବିନା ଇରାନର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଦୋହଲିଯିବ ।
ତେବେ ଇରାନ ଯୁଦ୍ଧର ଆମେରିକା ଏବେ ସୁଦ୍ଧା ଖାର୍ଗ ଦ୍ଵୀପ ଉପରେ ଆକ୍ରମଣ କରି ନାହିଁ । ଏଠି ଆକ୍ରମଣ ହେଲେ ଇରାନ କେବଳ ଧରାଶାୟୀ ହେବ ତା ନୁହେଁ ବରଂ ଦୁନିଆର ତୈଳ ବଜାରରେ ଭୂମିକମ୍ପ ଆସିବ । ତୈଳଦର ଆହୁରି ବଢ଼ିଯିବ ।
ହଡସନ ଇନଷ୍ଟିଚ୍ୟୁଟ୍ର ବିଶେଷଜ୍ଞ ମାଇକଲ ଡୋରନଙ୍କ ଅନୁସାରେ, "ଆମେରିକା ପ୍ରଶାସନ ଯୁଦ୍ଧରେ ଇରାନର ଅର୍ଥ ବ୍ୟବସ୍ଥାର ଆଧାରକୁ ନଷ୍ଟ କରିବାକୁ ଚାହୁଁ ନାହିଁ । ଏହା ଆମେରିକା ପାଇଁ ପୁରୁଣା ରେଡ୍ ଲାଇନ୍ । ଏହି ଦ୍ଵୀପ ନଷ୍ଟ ହେଲେ ଇରାନ ବଡ଼ ଆକ୍ରମଣ କରିବ ଏବଂ ଏହା ବିଶ୍ଵ ସ୍ତରରେ ବ୍ୟାପିଯିବ ।"
ଖାର୍ଗ ଦ୍ଵୀପର ଗଠନ
ଖାର୍ଗ ଦ୍ଵୀପରେ ତେଲର ବଡ଼ ବଡ଼ ଟାଙ୍କି ଦକ୍ଷିଣ ଭାଗରେ ଏକାଠି ରହିଛି । ଯେଉଁଠି ସାମୁଦ୍ରିକ ଜାହାଜ ଲାଗିବା ସହ ତେଲ ଭରାଯାଏ । ଏହାଛଡ଼ା ସମୁଦ୍ର ତଳେ ପାଇପଲାଇନ୍ ରହିଛି । ଏହି ଦ୍ଵୀପ ଏତେ ଛୋଟ ଯେ, ଏହାକୁ ଆକାଶ ମାର୍ଗରୁ ଆକ୍ରମଣ କରି ନଷ୍ଟ କରିବା ସହଜ । କିନ୍ତୁ ଆମେରିକା ଜାଣିଶୁଣି ଏମିତି କରୁ ନାହିଁ । କାରଣ ଆକ୍ରମଣ ହେଲେ ଇରାନ ହର୍ମୁଜ ଷ୍ଟ୍ରଟକୁ ବନ୍ଦ ଦୁନିଆରେ ସଂକଟ ସୃଷ୍ଟି କରିବ ।
ଏଥିସହ ପଢ଼ନ୍ତୁ: ୨୦୨୨ ପରେ ପ୍ରଥମଥର ୧୦୦ ଡଲାର ଡେଇଁଲା ଅଶୋଧିତ ତୈଳ; ପାକିସ୍ତାନ-ବାଂଲାଦେଶରେ ସ୍ଥିତି ସଙ୍ଗୀନ
ବିଶ୍ଵଯୁଦ୍ଧ ବିପଦ ?
ଯଦି ଆମେରିକା, ଇରାନର ଖାର୍ଗ ଦ୍ଵୀପ ଉପରେ ଆକ୍ରମଣ କରିବ ତ ଇରାନର ଅସ୍ତିତ୍ଵ ଉପରେ ପ୍ରଶ୍ନ ଉଠିବ । ଇରାନ ଅର୍ଥ ବ୍ୟବସ୍ଥାର ୯୦ ପ୍ରତିଶତ ତୈଳ ରପ୍ତାନୀ ଉପରେ ନିର୍ଭରଶୀଳ । ଏଠି ଆକ୍ରମଣ ହେଲ ଉପସାଗରୀୟ ଦେଶ ସହ ଅନ୍ୟ ରାଷ୍ଟ୍ର ପ୍ରଭାବିତ ହେବେ । ଇରାନର ସହଯୋଗୀ ମଧ୍ୟ ଯୁଦ୍ଧରେ ସାମିଲ୍ ହେବାର ଆଶଙ୍କା ରହିଛି । ଯାହାକି ତୃତୀୟ ବିଶ୍ଵଯୁଦ୍ଧର ଆରମ୍ଭ ମଧ୍ୟ କରିପାରେ । ଏଥିପାଇଁ ଆମେରିକା ଏହି ଦ୍ଵୀପକୁ ଛାଡ଼ିବା ଯୁଦ୍ଧକୁ ସୀମିତ କରି ଆଲୋଚନାର ରାସ୍ତା ଖୋଲା ରଖିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories