Pakistan Missile Test / 'ଅପରେସନ୍ ସିନ୍ଦୂର' ଡରରୁ ମୁକୁଳି ପାରୁନି ପାକିସ୍ତାନ; 'ତୈମୁର' ମିସାଇଲ୍ର କଲା ପରୀକ୍ଷଣ
·6 months ago·2 min read

Key Points
ତୈମୁର ହେଉଛି ଆକାଶ ମାର୍ଗ (ବିମାନ)ରୁ ଉତ୍କ୍ଷେପଣ କରାଯାଇ ପାରୁଥିବା କ୍ରୁଜ୍ ମିସାଇଲ୍ । ଏହା ୬୦୦ କିଲୋମିଟର ଦୂରରେ ଥିବା ସ୍ଥଳ ଓ ସମୁଦ୍ରରେ ଥିବା ଶତ୍ରୁକୁ ନଷ୍ଟ କରିପାରିବ ।
ନୂଆଦିଲ୍ଲୀ: ପାକିସ୍ତାନର ବାୟୁ ସେନା ଶନିବାର ସ୍ଵଦେଶୀ ତୈମୁର ୱିପନ୍ ସିଷ୍ଟମକୁ ବିମାନରୁ ପରୀକ୍ଷଣ କରିଛି । ଏହା ହେଉଛି ଆକାଶ ମାର୍ଗରୁ ଉତ୍କ୍ଷେପଣ କରାଯାଇ ପାରୁଥିବା କ୍ରୁଜ୍ ମିସାଇଲ୍ । ଯାହା ୬୦୦ କିଲୋମିଟର ଦୂରରେ ଥିବା ଟାର୍ଗେଟ୍କୁ ନଷ୍ଟ କରି ପାରିବ ।
ପାକିସ୍ତାନୀ ସେନାର ଦାବି ଅନୁସାରେ, ଉକ୍ତ କ୍ରୁଜ୍ ମିସାଇଲ୍କୁ ଦେଶରେ ନିର୍ମାଣ କରାଯାଇଛି । ବିମାନରୁ ଏହାର ପରୀକ୍ଷଣ କରାଯାଇଥିବା ବେଳେ ସଫଳ ରହିଥିବା ସେନା କହିଛି । ପାକିସ୍ତାନୀ ସେନାର ମିଡିଆ ୱିଙ୍ଗ୍ କହିଛି, "ମିସାଇଲ୍ ପରୀକ୍ଷଣ ସଫଳ ରହିଛି । ପାକିସ୍ତାନର ବାୟୁସୀମା ଓ ପ୍ରତିରକ୍ଷା କାର୍ଯ୍ୟକ୍ରମକୁ ସଫଳତା ମିଳିଛି ।"
ଏଥିସହ ପଢ଼ନ୍ତୁ: ଧମକାଇଲେ ଟ୍ରମ୍ପ; 'ମେକ୍ସିକୋରୁ ନେଇ କଲୋମ୍ବିଆ ପର୍ଯ୍ୟନ୍ତ ଆମେରିକା କିଛି ବି କରିପାରେ...'
ଭାରତ ଗତବର୍ଷ ମେରେ ପାକିସ୍ତାନ ବିପକ୍ଷରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲେ । ଏହାପରେ ଦୁଇ ଦେଶର ମଧ୍ୟରେ ୪ ଦିନ ପର୍ଯ୍ୟନ୍ତ ସୈନ୍ୟ ସଂଘର୍ଷ ଦେଖିବାକୁ ମିଳିଥିଲା । ଡ୍ରୋନ୍, ମିସାଇଲ୍ ଓ ଆକାଶ ମାର୍ଗରୁ ଅସ୍ତ୍ରଶସ୍ତ୍ର ଆକ୍ରମଣ ହୋଇଥିଲା ।
ସେତେବେଳେ ଭାରତ, ପାକିସ୍ତାନ ଉପରେ ବ୍ରହ୍ମୋସ୍ ମିସାଇଲ୍ ମାଡ଼ କରିଥିଲା । ଆଉ ଏବେ ପାକିସ୍ତାନ ତାର ଶକ୍ତି ବଢ଼ାଇବା ଲାଗି ପ୍ରୟାସ କରି ତୈମୁରର ପରୀକ୍ଷଣ କରିଥିବା ଦେଖିବାକୁ ମିଳିଛି ।
ଏଥିସହ ପଢ଼ନ୍ତୁ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ
ତୈମୁରର ଶକ୍ତି
ପାକିସ୍ତାନ ସେନାର ଅନୁସାରେ, ତୈମୁର ମିସାଇଲ୍ର ପରୀକ୍ଷଣ ସଫଳ ହୋଇଛି । ତୈମୁର ହେଉଛି ଆକାଶ ମାର୍ଗ (ବିମାନ)ରୁ ଉତ୍କ୍ଷେପଣ କରାଯାଇ ପାରୁଥିବା କ୍ରୁଜ୍ ମିସାଇଲ୍ । ଏହା ୬୦୦ କିଲୋମିଟର ଦୂରରେ ଥିବା ସ୍ଥଳ ଓ ସମୁଦ୍ରରେ ଥିବା ଶତ୍ରୁକୁ ନଷ୍ଟ କରିପାରିବ । ଯେଉଁଥିରେ ପାରମ୍ପରିକ ୱାରହେଡ୍ ରହିଛି । ଯାହା ଏହାକୁ ଅଧିକ ଶକ୍ତିଶାଳୀ କରିବ ।
ଯେଉଁଥିରେ ଅତ୍ୟାଧୁନିକ ନାଭିଗେସନ୍ ଓ ଗାଇଡାନ୍ସ ସିଷ୍ଟମ ରହିଛି । ଏହା କମ୍ ଉଚ୍ଚତାରେ ଉଡ଼ିବାରେ ସକ୍ଷମ । କମ୍ ଉଚ୍ଚତାରେ ଉଡ଼ୁଥିବାରୁ ଏହା ଶତ୍ରୁପକ୍ଷର ବାୟୁସୀମା ଓ ମିସାଇଲ୍ ରକ୍ଷା ପ୍ରଣାଳୀକୁ ସହଜରେ ମାତ୍ ଦେଇ ପାରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories