Trump Warning / ଧମକାଇଲେ ଟ୍ରମ୍ପ; 'ମେକ୍ସିକୋରୁ ନେଇ କଲୋମ୍ବିଆ ପର୍ଯ୍ୟନ୍ତ ଆମେରିକା କିଛି ବି କରିପାରେ...'
·2 months ago·2 min read

Key Points
ମେକ୍ସିକୋ, କ୍ୟୁବା ସହ କଲୋମ୍ବିଆକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକାଇଛନ୍ତି । କହିଛନ୍ତି ଏସବୁ ଦେଶ ଆମେରିକା ସୈନ୍ୟ ଅପରେସନ୍ର ସାମ୍ନା କରିପାରନ୍ତି ।
ୱାଶିଂଟନ୍: ଭେନେଜୁଏଲା ଉପରେ ଆମେରିକାର ରାତି ଅଧିଆ ଆକ୍ରମଣ । ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ଆମେରିକା ଉଠାଇ ନେବା ପରେ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଧମକ ଦେଇଛନ୍ତି । ୩ ଦେଶକୁ ଖୋଲା ଧମକ ଦେଇ ଟ୍ରମ୍ପ କହିଛନ୍ତି, "ଆମେରିକା ସୈନ୍ୟ କାର୍ଯ୍ୟାନୁଷ୍ଠାନ ନେଇପାରେ ।"
ମେକ୍ସିକୋ, କ୍ୟୁବା ସହ କଲୋମ୍ବିଆକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକାଇଛନ୍ତି । କହିଛନ୍ତି ଏସବୁ ଦେଶ ଆମେରିକା ସୈନ୍ୟ ଅପରେସନ୍ର ସାମ୍ନା କରିପାରନ୍ତି । ପଡ଼ୋଶୀ ମେକ୍ସିକୋ ସହ କ୍ୟୁବା ଓ କଲୋମ୍ବିଆକୁ ଟ୍ରମ୍ପଙ୍କ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଧମକ ପରେ ଆମେରିକା ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।
ଏଥିସହ ପଢ଼ନ୍ତୁ: ଆମେରିକା ଧରିବା ପରେ ଆସିଲା ଭେନେଜୁଏଲା ରାଷ୍ଟ୍ରପତିଙ୍କ ପ୍ରଥମ ଫଟୋ; ରାଗିଗଲେ ପୁଟିନ୍
ଶନିବାର ଭୋର୍ ସମୟରେ ଆମେରିକା, ଭେନେଜୁଏଲା ଉପରେ ଆକ୍ରମଣ କରିଥିଲା । ରାଜଧାନୀ କାରାକସ୍ରେ ପଶି ଆମେରିକୀୟ ସେନା ରାଷ୍ଟ୍ରପତି ମାଦୁରୋଙ୍କ ସହ ତାଙ୍କ ପତ୍ନୀ ଶୋଇଥିବା ବେଳେ ଉଠାଇ ନେଇଥିଲେ । ନିକୋଲସ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ନ୍ୟୁୟର୍କ ନିଆଯାଇଛି । ଟ୍ରମ୍ପ କହିଛନ୍ତି, ମାଦୁରୋଙ୍କ ବିରୋଧରେ ଆମେରିକାର ମକଦ୍ଦମା ଚାଲିବ ।
କ୍ୟୁବା
ଭେନେଜୁଏଲା ଅପରେସନ୍କୁ କ୍ଯୁବା କେମିତି ବୁଝିବା ଦରକାର ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି, "ମୋତେ ଲାଗୁନି କ୍ୟୁବାକୁ ନେଇ ଆମେ ଆଲୋଚନା କରିବା । କ୍ୟୁବା ଏବେ ବି ତଳକୁ ଖସୁଥିବା ଦେଶ ଅଟେ । ମୁଁ ସେଠାକାର ଲୋକଙ୍କୁ ସହାୟତା କରିବାକୁ ଚାହୁଁଛି । ସେଠାରୁ ତଡ଼ି ଦିଆଯାଇଥିବା ଲୋକଙ୍କୁ ଆମେରିକା ସାହାଯ୍ୟ କରିବ ।"
କଲୋମ୍ବିଆ
ସେହିଭଳି କଲୋମ୍ବିଆ ରାଷ୍ଟ୍ରପତି ଗୁସ୍ତାବୋ ପେଟ୍ରୋଙ୍କୁ ମଧ୍ୟ ଟ୍ରମ୍ପ ଟାର୍ଗେଟ୍ କରିଛନ୍ତି । ଆମେରିକାକୁ କଲୋମ୍ବିଆ ଡ୍ରଗ୍ସ ପଠାଉଥିବା ଅଭିଯୋଗ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । କହିଚନ୍ତି, "କଲୋମ୍ବିଆ କୋକେନ୍ ପ୍ରସ୍ତୁତ କରୁଛି । ଆଉ ସେହି କୋକେନକୁ ଆମେରିକା ପଠାଉଛି । ଏଥିରୁ ବିରତ ରହିବା ଉଚିତ ।" ସେପଟେ ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣକୁ ପେଟ୍ରୋ ନିନ୍ଦା କରିବା ସହ ଏହା ଜାତିଂସଘ ନିୟମର ଉଲ୍ଲଂଘନ ବୋଲି କହିଛନ୍ତି ।
ଏଥିସହ ପଢ଼ନ୍ତୁ: କେଁ ପୁରାଇଲା ବାଂଲାଦେଶ; ଭାରତ ବଦଳରେ ବିଶ୍ଵକପ୍ର ସବୁ ମ୍ୟାଚ୍ ଶ୍ରୀଲଙ୍କାରେ କରିବାକୁ ଦାବି
ମେକ୍ସିକୋ
ସେହିଭଳି ପଡ଼ୋଶୀ ମେକ୍ସିକୋକୁ ନେଇ ଟ୍ରମ୍ପ ବୟାନ ଦେଇଛନ୍ତି । ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ଶିନବାମଙ୍କୁ କହିଛନ୍ତି ସେ ନିଜ ଦେଶ ଉପରେ ନିୟନ୍ତ୍ରଣ ରଖି ପାରୁନାହାନ୍ତି । ଡ୍ରଗ୍ କାର୍ଟେଲ ଦେଶକୁ କବ୍ଜା କରିଛନ୍ତି । ଆମକୁ କିଛି କରିବାକୁ ପଡ଼ିବ । ଆମେ ସେହି କାର୍ଟେଲଙ୍କୁ ଶେଷ କରିଦେବୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories