Pakistan Dam / ପାକିସ୍ତାନରେ ଡ୍ୟାମ୍ ବାନ୍ଧୁଥିଲା ଚୀନ; ଟନେଲ୍ରେ ପଶିଲା ପାଣି, ବନ୍ଦ ହେଲା କାମ
·1 hour ago·2 min read

Key Points
- ନିର୍ମାଣ କାମ ସମୟରେ ପଥର ଭୁଶୁଡ଼ି ଟନେଲ୍ରେ ପଶିଲା ପାଣି
- ଘଟଣା ପରେ ନିର୍ମାଣ କାମ ବନ୍ଦ, କର୍ମଚାରୀ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
- ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ୧୫୩୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହେବ
ନୂଆଦିଲ୍ଲୀ: ପାକିସ୍ତାନର ଏକ ବଡ଼ ଜଳବିଦ୍ୟୁତ ପ୍ରକଳ୍ପରେ ସମସ୍ୟା ଦେଖା ଦେଇଛି । ତରବେଲା ଡ୍ୟାମ୍ରେ ନିର୍ମାଣ ହେଉଥିବା ପଞ୍ଚମ ସମ୍ପ୍ରସାରଣ ପ୍ରକଳ୍ପର ଟନେଲ୍ ଓ ପାୱାର ହାଉସ୍ ଅଞ୍ଚଳରେ ପାଣି ପଶିଯାଇଛି । ନଭେମ୍ବର ୯ ତାରିଖରେ ନିର୍ମାଣ କାମ ଚାଲିଥିବା ସମୟରେ ଏହି ଘଟଣା ଘଟିଛି ।
ପ୍ରାୟ ୩୧୬.୪୧ ବିଲିୟନ ପାକିସ୍ତାନୀ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହେଉଛି । ଏହାର ନାମ ତରବେଲା ପଞ୍ଚମ ସମ୍ପ୍ରସାରଣ ଜଳବିଦ୍ୟୁତ ପ୍ରକଳ୍ପ । ଘଟଣା ପରେ ନିର୍ମାଣ କାମ ବନ୍ଦ କରାଯାଇଛି ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
କେମିତି ଟନେଲ୍ରେ ପଶିଲା ପାଣି ?
ପାକିସ୍ତାନର ଜଳ ଓ ବିଦ୍ୟୁତ୍ ବିକାଶ କର୍ତ୍ତୃପକ୍ଷ (WAPDA) ଅନୁସାରେ, ଟନେଲ୍ର ଦ୍ଵିତୀୟ ପର୍ଯ୍ୟାୟର ଖନନ କାମ ଚାଲିଥିବା ସମୟରେ ଏକ ଦୁର୍ବଳ ପଥର ଅଂଶ ଭୁଶୁଡ଼ି ପଡ଼ିଛି । ଏହା ଫଳରେ ଡ୍ୟାମର ଇନଟେକ୍ ପିଟ୍ରେ ଥିବା ପାଣି ନିର୍ମାଣାଧୀନ ଟନେଲ୍ ଓ ପାୱାର ହାଉସ୍ ଅଞ୍ଚଳକୁ ପଶିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣା ପରେ ଜରୁରୀକାଳୀନ ପଦକ୍ଷେପ ନିଆଯାଇ କାମ ବନ୍ଦ କରାଯାଇଥିଲା । WAPDA କହିଛି, "ଇନଟେକ୍ ପିଟ୍ରୁ ପାଣି ବାହାର କରାଯାଇଛି ଏବଂ ପାୱାର ହାଉସ୍ରେ ଜମିଥିବା ପାଣି ବାହାର କରିବା କାମ ଆରମ୍ଭ ହୋଇଛି । ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ କାହାର ମୃତ୍ୟୁ କିମ୍ବା ଆହତ ହେବାର ଖବର ନଥିବା ମଧ୍ୟ ସଂସ୍ଥା କହିଛି ।
ଏଥିସହ ପଢ଼ନ୍ତୁ: ବଦଳିଲା ଇରାନ୍ ର ଆଭିମୁଖ୍ୟ; ସର୍ତ୍ତ ମାନିଲେ ୪୮ ଘଣ୍ଟାରେ ଖୋଲିବ ହର୍ମୁଜ୍ ପ୍ରଣାଳୀ
ଡ୍ୟାମ୍ ଭାଙ୍ଗିନାହିଁ
ଘଟଣା ପରେ ସୋସିଆଲ ମିଡିଆରେ ତରବେଲା ଡ୍ୟାମ୍ ଭାଙ୍ଗିଯାଇଥିବା ନେଇ ବିଭିନ୍ନ ଖବର ପ୍ରଚାର ହୋଇଥିଲା । ତେବେ WAPDA ଏହାକୁ ଖଣ୍ଡନ କରିଛି । ସଂସ୍ଥାର କହିବା ଅନୁସାରେ, ମୁଖ୍ୟ ଟନେଲ୍, ନିର୍ମାଣାଧୀନ ପାୱାର ହାଉସ୍, ଟେଲ୍ରେସ୍ କଲଭର୍ଟ ଓ ସ୍ୱିଚ୍ୟାର୍ଡର କୌଣସି କ୍ଷତି ହୋଇନାହିଁ ।
ଘଟଣାର କାରଣ ଓ ପ୍ରକଳ୍ପ ଉପରେ ଏହାର ପ୍ରଭାବ ଜାଣିବା ପାଇଁ WAPDAର ବରିଷ୍ଠ ଅଧିକାରୀ, ଇଞ୍ଜିନିୟର ଓ ଠିକାଦାର ମିଳିତ ଭାବେ ଯାଞ୍ଚ କରୁଛନ୍ତି ।
୧୫୩୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ଲକ୍ଷ୍ୟ
ତରବେଲା ଡ୍ୟାମ୍ର ଏହି ପଞ୍ଚମ ସମ୍ପ୍ରସାରଣ ପ୍ରକଳ୍ପରେ ୫୧୦ ମେଗାୱାଟ୍ର ୩ଟି ୟୁନିଟ୍ ନିର୍ମାଣ ହେବାର ଯୋଜନା ରହିଛି । ଏହା ସମ୍ପୂର୍ଣ୍ଣ ହେଲେ ମୋଟ ୧୫୩୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କରିପାରିବ ।

ଏହା ଦ୍ୱାରା ତରବେଲା ଡ୍ୟାମ୍ର ମୋଟ ବିଦ୍ୟୁତ ଉତ୍ପାଦନ କ୍ଷମତା ୪,୮୮୮ ମେଗାୱାଟ୍ରୁ ବଢ଼ି ୬,୪୧୮ ମେଗାୱାଟ୍ ହେବ । ବିଶ୍ୱ ବ୍ୟାଙ୍କ ଓ ଏସିଆନ୍ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଏହି ପ୍ରକଳ୍ପକୁ ଆର୍ଥିକ ସହାୟତା ଦେଉଛନ୍ତି ।
ପୂର୍ବରୁ ମଧ୍ୟ ବଢ଼ିଥିଲା ପ୍ରକଳ୍ପ ଖର୍ଚ୍ଚ
ଏହି ପ୍ରକଳ୍ପକୁ ନେଇ ପାକିସ୍ତାନରେ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠିଥିଲା । ଜୁଲାଇ ୨୦୨୬ରେ ପାକିସ୍ତାନୀ ଖବରକାଗଜ Dawnରେ ପ୍ରକାଶିତ ଏକ ତଦନ୍ତ ରିପୋର୍ଟ ଅନୁସାରେ, ପ୍ରକଳ୍ପର ମୂଳ ଖର୍ଚ୍ଚ ୮୨ ବିଲିୟନ ଟଙ୍କା ଥିବାବେଳେ ଏହା ବଢ଼ି ପ୍ରାୟ ୩୧୭ ବିଲିୟନ ଟଙ୍କାରେ ପହଞ୍ଚିଥିଲା ।
ପ୍ରକଳ୍ପରେ ହୋଇଥିବା ନିର୍ମାଣଗତ ତ୍ରୁଟି ଓ ଠିକାଦାର, ପରାମର୍ଶଦାତା ଏବଂ WAPDAର ଭୂମିକାକୁ ନେଇ ତଦନ୍ତ କମିଟି ମଧ୍ୟ ପ୍ରଶ୍ନ ଉଠାଇଥିଲା । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ସମୟ ସୀମା ମଧ୍ୟ ବିଳମ୍ବ ହୋଇଛି ।